ଚନ୍ଦ୍ରଶେଖର ମହାପାତ୍ର
ଚନ୍ଦ୍ରଶେଖର ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୦୬ କୁଶଢ଼ିପା, ବୀରନଳିନାକ୍ଷପୁର ଶାସନ, ଖଲିକୋଟ, ଗଞ୍ଜାମ ଜିଲ୍ଲା |
ମୃତ୍ୟୁ | ୧ ଡିସେମ୍ବର ୧୯୯୫ | (ବୟସ ୮୮–୮୯)
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ବିଷୟ | ସାମ୍ବାଦିକ, ଓ ସାହିତ୍ୟିକ |
ସାହିତ୍ୟ କୃତି | ପିଲାଙ୍କ କଥା ଲହରୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ସମ୍ପର୍କୀୟ | ବିନାୟକ ମହାପାତ୍ର (ପିତା), ଚାନ୍ଦମଣି ଦେବୀ (ମାତା) |
ଚନ୍ଦ୍ରଶେଖର ମହାପାତ୍ର (୧୯୦୬–୧ ଡିସେମ୍ବର ୧୯୯୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ, ସାମ୍ବାଦିକ ଓ ସଂସ୍କୃତ ପଣ୍ଡିତ ଥିଲେ । ସେ ତାଙ୍କ ଶିଶୁସାହିତ୍ୟ ପୁସ୍ତକ ପିଲାଙ୍କ କଥା ଲହରୀ ନିମନ୍ତେ ୧୯୬୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୧] ପାଇଥିଲେ । ସେ ଓଡ଼ିଆ ସମେତ ହିନ୍ଦୀ ଓ ସଂସ୍କୃତରେ ସାହିତ୍ୟ ରଚନା କରିଥିଲେ ଏବଂ କେତେକ ସଂସ୍କୃତ ଗ୍ରନ୍ଥକୁ ଓଡ଼ିଆ ଶିଶୁସାହିତ୍ୟରେ ରୂପାନ୍ତର କରିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଚନ୍ଦ୍ରଶେଖର ମହାପାତ୍ର ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅନ୍ତର୍ଗତ କୁଶଢ଼ିପାରେ ଜନ୍ମଗ୍ରହଣ କରିଥିଲେ । ଉତ୍କଟ ଆର୍ଥିକ ଅନଟନ ଯୋଗୁଁ ସେ ଉଚ୍ଚ ଶିକ୍ଷାଲାଭରୁ ବଞ୍ଚିତ ହୋଇଥିଲେ । ନିଜ ଚେଷ୍ଟାରୁ ସେ ଓଡ଼ିଆ, ସଂସ୍କୃତ ଓ ହିନ୍ଦୀ ଭାଷାରେ ଦକ୍ଷତା ହାସଲ କରିଥିଲେ । ସେ ବ୍ରହ୍ମପୁରରୁ ପ୍ରକାଶିତ ଶିଶିର, ନବୀନ, ପ୍ରଭାତ ପତ୍ରିକାମାନଙ୍କରେ ଲେଖା ପ୍ରକାଶ କରିଥିଲେ । ସେ ଗରିବ ମେଧାବୀ ଛାତ୍ରଙ୍କୁ ବୃତ୍ତି ଦେବା ପାଇଁ ସେ ଚନ୍ଦ୍ରଶେଖର ସ୍ମୃତି ପାଣ୍ଠି ଓ ବିନାୟକ ସ୍ମୃତି ପାଣ୍ଠି ଗଠନ କରିଥିଲେ । ସେ ସାଂସ୍କୃତିକ ଅନୁଷ୍ଠାନସବୁ ସହିତ ଜଡ଼ିତ ଥିଲେ ।[୨] ସ୍ୱାଧିନ ପ୍ରେସ୍ ଓ ଆଶା କାର୍ଯ୍ୟାଳୟରେ ସେ କାର୍ଯ୍ୟରତ ଥିଲେ ।[୩]
ରଚନାବଳୀ
[ସମ୍ପାଦନା]- ପିଲାଙ୍କ କଥା ଲହରୀ
- ପିଲାଙ୍କ କୁମାର ସମ୍ଭବମ୍
- ପିଲାଙ୍କ ଶକୁନ୍ତଳା
- ପିଲାଙ୍କ ଶଶିବାବୁ
- ରାଜକବି କୃଷ୍ଣସିଂହ
- ଆଧ୍ୟାତ୍ମ ରାମାୟଣ
- ସୁଧାସାର ଗୀତା
- ରାଜଯୋଗ
- ସୂର୍ଯ୍ୟପୁରାଣ
- ନାରଦ ପୁରାଣ
- ଗରୁଡ଼ ପୁରାଣ
- ଭଜନ ଭାଗବତ
- ଶିବତତ୍ତ୍ୱ ସାର
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପିଲାଙ୍କ କଥା ଲହରୀ ପାଇଁ ୧୯୫୬, ୧୯୫୭ ଏବଂ ୧୯୫୮ ମସିହା ପାଇଁ)
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/sahitya-award.php
- ↑ ପାଣିଗ୍ରାହୀ, ସୁରେନ୍ଦ୍ରନାଥ, ଡଃ (୨୦୧୨). ଗଞ୍ଜାମ ଐତିହ୍ୟ ଓ ପରମ୍ପରାର ପୁଣ୍ୟଭୂମି. ସତାନାରାୟଣ ବୁକ୍ ଷ୍ଟୋର. pp. ୯୨.
{{cite book}}
: CS1 maint: multiple names: authors list (link) - ↑ ରଥ, ନିରଞ୍ଜନ. ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଦିବଂଗର ସାରସ୍ୱତ ସାଧକ. ବ୍ରହ୍ମପୁର: ପଟେଲ ସାହିତ୍ୟ ସଂସଦ. pp. ୯୧.