ଦୁର୍ଗାପ୍ରସାଦ ପଟ୍ଟନାୟକ
ଦୁର୍ଗା ପ୍ରସାଦ ପଟ୍ଟନାୟକ | |
---|---|
ଜନ୍ମ | ୧୮ ମାର୍ଚ୍ଚ ୧୯୧୮ ପଣସିଆପଡ଼ା, ଖୋର୍ଦ୍ଧା |
ମୃତ୍ୟୁ | ୨୦୦୨ |
ଜାତୀୟତା | ଭାରତୀୟ |
ଉଲ୍ଲେଖନୀୟ କୃତି | ଭୂଇଁ ତଳେ ତଳେ |
ପିତାମାତା(s) | ପଦ୍ମଚରଣ ପଟ୍ଟନାୟକ (ବାପା), ଇଚ୍ଛାମୟୀ ଦେବୀ (ମାତା) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଦୁର୍ଗା ପ୍ରସାଦ ପଟ୍ଟନାୟକ (୧୮ ମାର୍ଚ୍ଚ ୧୯୧୮ - ୨୦୦୨) ଜଣେ ଚିତ୍ରଶିଳ୍ପୀ, ଲେଖକ ଓ ଶିଶୁ ସାହିତ୍ୟିକ ଥିଲେ । ସେ ଭୂଇଁ ତଳେ ତଳେ ପୁସ୍ତକ ପାଇଁ ୧୯୮୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଦୁର୍ଗା ପ୍ରସାଦ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଆର୍ଟ ଏଣ୍ଡ ଆର୍କିଟେକ୍ଚରରେ ସ୍ନାତକୋତ୍ତର, ପିଏଚ୍ ଡି ଏବଂ ଚିତ୍ରକଳାରେ କଲିକତାରୁ ଡିପ୍ଲୋମା ଉପାଧି ପ୍ରାପ୍ତ ହୋଇଥିଲେ । ତାଙ୍କ କଳାକୃତିମାନ ଓଡ଼ିଶା ଲଳିତ କଳା ଏକାଡ଼େମୀ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭାରତୀୟ ରେଳବାଇ, ଅଲ୍ ଇଣ୍ଡିଆ ପ୍ରେସ୍ କନଫରେନ୍ସ ଆଦି ଅନୁଷ୍ଠାନମାନଙ୍କରେ ଏବଂ ଭୁବନେଶ୍ୱର, ବାରାଣସୀ, ଡେରାଡ଼ୁନ, ଦିଲ୍ଲୀ, ଲକ୍ଷ୍ନୌ, ରାଉରକେଲା, କଲିକତା, ମହୀଶୁର ଆଦି ସ୍ଥାନମାନଙ୍କରେ ପ୍ରଦର୍ଶିତ ହୋଇଥିଲା । ସେ ଓଡ଼ିଶାର ଲୋକକଳା ଓ ତାଳପତ୍ର ଚିତ୍ରଣ ଆଦି କଳାରେ ଗବେଷଣା କରିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କଳା ଓ ଇତିହାସ ବିଭଗରେ ଅଧ୍ୟାପନା କରି ଅବସର ନେଇଥିଲେ । ଚିତ୍ରକଳା ପାଇଁ ସେ ଭାରତ ସରକାରଙ୍କ ଠାରୁ ୯ ଥର, ଓଡ଼ିଶା ସରକାରଙ୍କ ଠାରୁ ୫ ଥର ଓ ୟୁନେସ୍କୋ ତରଫରୁ ପୁରସ୍କୃତ ହୋଇଥିଲେ ।[୨]
ସାହିତ୍ୟ ସର୍ଜନା
[ସମ୍ପାଦନା]ଦୁର୍ଗା ପ୍ରସାଦ ଓଡ଼ିଆ ଶିଶୁ ସାହିତ୍ୟର ଜଣେ ଅଗ୍ରଣୀ ସ୍ରଷ୍ଟା ଥିଲେ । ସେ ସର୍ବ ଭାରତୀୟ ଶିଶୁ ସାହିତ୍ୟ ସମିତିର ସଭାପତି ଥିଲେ । ଶିଶୁ ସାହିତ୍ୟ ପାଇଁ ସେ ୧୫/୧୬ ଥର ପୁରସ୍କୃତ ହୋଇଥିଲେ । ଶିଶୁମାନଙ୍କ ପାଇଁ କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଆଦି ସରଳ ଭାଷାରେ ଲେଖିଯାଇଛନ୍ତି ।
ରଚନାବଳୀ
[ସମ୍ପାଦନା]ଶିଶୁ ଗଳ୍ପ
[ସମ୍ପାଦନା]- ନଈ ବହିଲା
- ଟୁଆଁଟୁଇଁଙ୍କ ଚାଷ
- ତପନର ସପନ ୧୯୬୩
- ଭୂଆଁଟିଏ ୧୯୭୭
- ଗୋଟିଏ ଥିଲା ପିଲା
- ସତ୍ୟରେ ସାତ ପାପୀ
- ମୁଁ ଯାଉଛି ଲଢ଼ିବି
- ଭୂଇଁ ତଳେ ତଳେ
- ଟୁଆଁଟୁଇଁଙ୍କ ଘର ୧୯୬୦
- ତାଙ୍କ ନୂଆ ଘର
ଶିଶୁ କବିତା
[ସମ୍ପାଦନା]- ବାଘର ଚିଠି
- ସିଂହର ଘର
- ଖରା ବର୍ଷା ଗୀତ
- ଦଶଟି କଥା ଗୀତରେ
- ଦେଖରେ ପିଲେ ବାଘ
ଶିଶୁ ନାଟକ
[ସମ୍ପାଦନା]- ଅଙ୍କୁର
- ଅଛୁଆଁ
- ମାଷ୍ଟ୍ରେ
- ବୈତରଣୀ ମେସ୍
ଶିଶୁ ପ୍ରବନ୍ଧ
[ସମ୍ପାଦନା]- କଳିଯୁଗ ଭେଣ୍ଡା
- ନାରଦ କହିଲେ
- ଗଙ୍ଗା
- ଯୁଗ ଯୁଗର କଳା
ଇଂରାଜୀ
[ସମ୍ପାଦନା]- Bimbadhar Varma ୧୯୯୩[୩]
- Palmleaf Etchings of Orissa ୧୯୮୯
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ୧୯୫୯ - ଭାରତ ସରକାର ଆୟୋଜିତ ଶିଶୁ ସାହିତ୍ୟ ପ୍ରତିଯୋଗିତାରେ ପୁରସ୍କୃତ ଟୁଆଁ ଟୁଇଁଙ୍କ ଘର ପାଇଁ[୪]
- ୧୯୬୦ - ଭାରତ ସରକାର ଆୟୋଜିତ ଶିଶୁ ସାହିତ୍ୟ ପ୍ରତିଯୋଗିତାରେ ପୁରସ୍କୃତ ତାଙ୍କ ନୂଆ ଘର ପାଇଁ
- ୧୯୮୮ - ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଭୂଇଁ ତଳେ ତଳେ ପାଇଁ[୫]
- ଅଖିଳ ଭାରତ ସଂସ୍କୃତ ମହାସଭା ତରଫରୁ କଳା ଚୂଡ଼ାମଣି ଉପାଧି
- ୧୯୭୨ - ଲଳିତ କଳା ଏକାଡ଼େମୀ ପୁରସ୍କାର[୬][୭]
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/sahitya-award5.php
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୫୮୧-୮୨. ISBN 81-903352-2-7.
- ↑ https://books.google.co.in/books/about/B_Varma.html?id=PvnVAAAAMAAJ&redir_esc=y
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୪୮୬, ୮୨୧-୨୨. ISBN 81-7400-331-2.
- ↑ ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଏକାଡ଼େମୀ. pp. ୧୨୬. ISBN 81-7586-097-9.
- ↑ chrome-extension://efaidnbmnnnibpcajpcglclefindmkaj/https://gcacodisha.nic.in/wp-content/uploads/2022/02/vista-brochure.pdf
- ↑ http://odishalalitkalaakademi.org/Pages/awards/