Jump to content

ବସନ୍ତ କିଶୋର ସାହୁ

ଉଇକିପିଡ଼ିଆ‌ରୁ
ବସନ୍ତ କିଶୋର ସାହୁ
ଜନ୍ମ(1955-03-15)୧୫ ମାର୍ଚ୍ଚ ୧୯୫୫
କୁସୁପୁର, କଟକ, ଓଡ଼ିଶା
ଜାତୀୟତାଭାରତୀୟ
ବୃତ୍ତିଅଧ୍ୟାପକ
ଉଲ୍ଲେଖନୀୟ କୃତିଓସ୍ତ ପତର ପାନିଆ
ପିତାମାତାବୀରକିଶୋର ସାହୁ, ମଲ୍ଲୀ ଦେବୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୧୪

ବସନ୍ତ କିଶୋର ସାହୁ (ଜନ୍ମ: ୧୫ ମାର୍ଚ୍ଚ ୧୯୫୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଶିଶୁ ସାହିତ୍ୟିକ ଓ ଗବେଷକ । ସେ ୨୦୧୪ ମସିହାରେ ତାଙ୍କ ଶିଶୁ ସାହିତ୍ୟ ରଚନା ଓସ୍ତ ପତର ପାନିଆ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ବସନ୍ତ କିଶୋର ଜଣେ ଗବେଷକ, ସଂଗ୍ରାହକ ଓ ଶିଶୁ ସାହିତ୍ୟିକ । ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ବସନ୍ତ ସୁନାବେଡ଼ାର ଏରୋନାଟିକ୍ସ କଲେଜରୁ ଅଧ୍ୟାପକ ଭାବେ ସେବାନିବୃତ୍ତ । ୧୯୮୭ରୁ ସେ କୁସୁପୁରରୁ ପ୍ରକାଶିତ ବଗୁଲା ବଗୁଲୀ ପତ୍ରିକାର ସଂପାଦନା କରିଆସୁଛନ୍ତି । ତାଙ୍କ ଲେଖାସବୁ ମନପବନ, ଶିଶୁଲେଖା, ମୀନାବଜାର ଆଦିରେ ପ୍ରକାଶିତ । ସେ ବନଫୁଲ ସାହିତ୍ୟ ପରିଷଦ ସମ୍ପାଦକ, ଓଡ଼ିଆ ଶିଶୁ ସାହିତ୍ୟ ଗବେଷଣା ପରିଷଦ]] ଭଦ୍ରକ, ଓଡ଼ିଆ ଲେଖକ ଓ ପାଠକ ସମ୍ମେଳନ, ସେମିଳିଗୁଡ଼ା, ଓଡ଼ିଆ ଗବେଷକ ପରିଷଦ ଭଳି ଅନେକ ଅନୁଷ୍ଠାନ ସହିତ ଜଡ଼ିତ ।[][] ସେ 'ଓଡ଼ିଆ ମୌଖିକ ଶିଶୁ ସାହିତ୍ୟ' ଶୀର୍ଷକ ସନ୍ଦର୍ଭ ଉପସ୍ଥାପନ କରି ପିଏଚ୍ ଡି ପାଇଥିଲେ ।

ରଚନାବଳୀ

[ସମ୍ପାଦନା]

ଶିଶୁ ସାହିତ୍ୟ

[ସମ୍ପାଦନା]
  • ଫୁଲ ଆମେ ଫୁଲ (୧୯୯୨)[]
  • ଓସ୍ତ ପତର ପାନିଆ[]
  • କାଳିଆ ବଳଦ ଗଲାରେ ଗଲା[]
  • ଉଦୁଉଦୁମା[]
  • ଏଇ ମାଟିର ମଣିଷ[]
  • ଗଛ ଆମ ଜୀବନ[]
  • ଅଗଡ଼ ବଗଡ଼ ଝାଇଁକି ଝୁମ୍ପା[]
  • ଇଞ୍ଚିଡ଼ି ମିଞ୍ଚିଡ଼ି[]
  • ଗାଇ ଦିଅ ପଦେ ଗୀତ[]
  • ଖରା ବରଷା ଗୀତ[]
  • ହାତ ଦେବା ଭଲ କାମେ[]
  • ବସନ୍ତ କିଶୋର ରଚନାବଳୀ[]
  • ବିଲୁଆ ନନାର ବଣଭୋଜି[]
  • ଯେସାକୁ ତେସା[]

ଆଲୋଚନା

[ସମ୍ପାଦନା]
  • କୋରାପୁଟ ପରିକ୍ରମା (୧୯୯୩)
  • ଓଡ଼ିଆ ଶିଶୁ ସାହିତ୍ୟ ଆଲୋଚନା (୧୯୯୪)
  • ଓଡ଼ିଆ ମୌଖିକ ଶିଶୁ ସାହିତ୍ୟ (୧୯୯୬)
  • ସାଂପ୍ରତିକ ଶିଶୁ-ସାହିତ୍ୟ ଓ ସାହିତ୍ୟିକ
  • ଓଡ଼ିଆ ଶିଶୁ-ସାହିତ୍ୟର ସହାୟକ ପାଠ୍ୟସୂଚୀ

ଇଂରାଜୀ

[ସମ୍ପାଦନା]
  • Who's who in Oriya children's literature (୧୯୯୫)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ମାତୃଭୂମି ତରଫରୁ କିଶୋରଶ୍ରୀ ୧୯୭୩
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓସ୍ତ ପତର ପାନିଆ ପାଇଁ ୨୦୧୪[]
  1. http://odishasahityaakademi.org/English/sahitya-award13.php
  2. http://drbasantakishoresahoo.blogspot.com/
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୩ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୯୩୯. ISBN 81-903352-0-0.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ https://openlibrary.org/authors/OL102973A/Dr_Basanta_Ki%C5%9Bhore_S%C4%81hoo
  5. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୫୧, ୮୩୨. ISBN 81-7400-331-2.
  6. https://www.newindianexpress.com/odisha/2017/Oct/29/state-sahitya-akademi-awards-for-24-litterateurs-1685990.html