ବଟକୃଷ୍ଣ ଓଝା
ଦେଖଣା
ବଟକୃଷ୍ଣ ଓଝା | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ପିତାମାତା | ଆକୁଳି ଓଝା |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର ୨୦୧୬ |
ବଟକୃଷ୍ଣ ଓଝା (ଜନ୍ମ - ୨୦ ଅକ୍ଟୋବର ୧୯୩୬) ଜଣେ ଓଡ଼ିଆ ସାହିତ୍ୟିକ ।[୧] ସେ ମୁଖ୍ୟତଃ ଶିଶୁ ସାହିତ୍ୟ ରଚନା କରିଛନ୍ତି ।[୨] ଶିଶୁ ସାହିତ୍ୟରେ ଅବଦାନ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଳ ପୁରସ୍କାର[୩] ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ବଟକୃଷ୍ଣ ପ୍ରଥମେ ୧୯୫୮ରେ ଧର୍ମଶାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଣତାଲିମ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ପରେ ରସୁଲପୁର ବ୍ଲକ୍ କବୀରପୁର ଟ୍ରେନିଂ ସ୍କୁଲରେ କିଛିଦିନ ଶିକ୍ଷକତା କରିବା ପରେ ଧର୍ମଶାଳା ବ୍ଲକ୍ କାଏମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭୁବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ଶେଷରେ ଦେଉଳି ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ତା୩୧।୧୦।୧୯୯୪ରେ ଅବସର ଗ୍ରହଣ କରିଥିଲେ । ସେହିପରି ଓଡ଼ିଆ ଶିଶୁ ସାହିତ୍ୟରେ ନିରନ୍ତର ଲେଖନୀ ଚାଳନା କରି ସେ ସୃଷ୍ଟି କରିଛନ୍ତି ବହୁ କବିତା ଓ ଗଳ୍ପ ।
ରଚନାବଳୀ
[ସମ୍ପାଦନା]- ମୋ କୁନି କୁନି କବିତା ୨୦୧୪ (ସହଦେବ ପ୍ରଧାନ, କଟକ)
- ମହାଦୀପ ସେ ଅନିଭା ଜଳେ
- କଥା କି କୁହୁକ
- ଜୀବନ ଫୁଲ
- ମୋ ଗୀତ ମୋ ଗପ
- ହସ ଫୁଲ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଳ ସାହିତ୍ୟ ପୁରସ୍କାର - ୨୦୧୬[୪]
- ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର - ୧୯୭୬ (ମୋ କୁନି କୁନି କବିତା ପାଇଁ)[୫]
- ଏସସିଇଆରଟି ପୁରସ୍କାର[୬]
- ରାଜ୍ୟପାଳ ସମ୍ମାନ, ୧୯୮୬
- ରାଷ୍ଟ୍ରପତି ସମ୍ମାନ, ୧୯୯୯
- ଗୁରୁ ଗୌରବ ସମ୍ମାନ
- ଫକୀର ମୋହନ ଶିଶୁ ସାହିତ୍ୟ ସମ୍ମାନ
- ଉତ୍କଳ ସାହିତ୍ୟ ସମାଜ ସମ୍ମାନ
- ଓଡ଼ିଶା ଶିଶୁ ଲେଖକ ସମ୍ମେଳନ ତରଫରୁ ସମ୍ମାନୀତ
- ମାଧ୍ୟମିକ ଶିକ୍ଷା ପରଷଦ ପକ୍ଷରୁ ସମ୍ମାନୀତ
ଆଧାର
[ସମ୍ପାଦନା]- ↑ Cuttack, One Thousand Years (Volume 2 ed.). Cuttack City Millennium Celebrations Committee, The Universe. 1990. Retrieved 13 July 2022.
- ↑ Cultural Heritage of [Orissa]: pts. 1-2. Katak. State Level Vyasakabi Fakir Mohan Smruti Samsad. 2002. Retrieved 13 July 2022.
- ↑ "ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ତରଫରୁ ଚାର ରୋପଣ". www.dharitri.com. Archived from the original on 13 July 2022. Retrieved 13 July 2022.
- ↑ "BAL SAHITYA PURASKAR (2010-2021)". www.sahitya-akademi.gov.in. sahitya akademi. Archived from the original on 13 July 2022. Retrieved 13 July 2022.
- ↑ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡ଼େମୀ. Archived from the original on 13 July 2022. Retrieved 13 July 2022.
- ↑ Children's Literature of Orissa. Orissa Sahitya Akademi. 1993.