ମାନସ ରଞ୍ଜନ ସାମଲ
Appearance
(ମାନସରଞ୍ଜନ ସାମଲରୁ ଲେଉଟି ଆସିଛି)
ମାନସ ରଞ୍ଜନ ସାମଲ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୦ ମାର୍ଚ୍ଚ ୧୯୫୬ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଗପ କଳିକା |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର (୨୦୨୪) |
ମାନସ ରଞ୍ଜନ ସାମଲ (ଜନ୍ମ: ୧୦ ମାର୍ଚ୍ଚ ୧୯୫୬) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ତାଙ୍କ ଗଳ୍ପ ସଂକଳନ ଗପ କଳିକା ନିମନ୍ତେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୧][୨] ସେ ଝୁମୁକା ନାମକ ଏକ ଶିଶୁ ପତ୍ରିକା ୪୦ ବର୍ଷରୁ ଉର୍ଦ୍ଧ ସମୟ ଧରି ସମ୍ପାଦନା କରୁଛନ୍ତି । ସାହିତ୍ୟ ସର୍ଜନା ନିମନ୍ତେ ତାଙ୍କୁ ୪୦ରୁ ଅଧିକ ପୁରସ୍କାର ମିଳିସାରିଛି ।
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ଝୁନମୁନ
- ଚକାଚକା ଭଉଁରୀ
- ସରସ ଗୀତ
- ମହତ ସହିବା ଜନ
- ମନଛୁଆଁ ଗୀତ
ଗଳ୍ପ
[ସମ୍ପାଦନା]- ଝୁମୁରୁ ଝାଇଁ
- କୁନିର କାହାଣୀମାଳା
- କଥାଟିଏ ନା ନଥାଟିଏ
- ମାଆ ପରି ଆଉ କିଏ
- ଅନାବନା ଗପ
- ବଢ଼େଇର ପୋଲ
- ଗପ କଳିକା
ଇଂରାଜୀ ଭାଷାରେ ଗପ
[ସମ୍ପାଦନା]- ଫାଇବ୍ ଫେବୁଲସ
- ଟେଲ ଫର ଟିନ[୩]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର - ୨୦୨୪[୪]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮[୫]
- ଭାରତ ସରକାରଙ୍କ ଜାତୀୟ ପୁରସ୍କାର
- ପ୍ରଜାତନ୍ତ୍ର ବିଷୁବ ମିଳନ ପୁରସ୍କାର
- ମୀନାବଜାର ଶିଶୁ ସାହିତ୍ୟ ପୁରସ୍କାର
- ରାଜଧାନୀ ପୁସ୍ତକ ମେଳା ପୁରସ୍କାର
- ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର, ୨୦୧୮
- ମୀନାବଜାର ଗପ ପୁରସ୍କାର
- କାଦମ୍ବିନୀ ଶିଶୁ ସାହିତ୍ୟ ପୁରସ୍କାର
ଆଧାର
[ସମ୍ପାଦନା]- ↑ "Press Release Bal Sahitya Puraskar 2024" (PDF). www.sahitya-akademi.gov.in. sahitya akademi. Archived from the original (PDF) on 25 June 2024. Retrieved 25 June 2024.
- ↑ "ଦୁଇ ଓଡ଼ିଆ ଗାଳ୍ପିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Samaja Live. 15 June 2024. Retrieved 15 June 2024.
- ↑ "ମନନଶୀଳସ୍ରଷ୍ଟା ମାନସ". No. ରବିବାର ସମାଜ ୨୩ ଜୁନ ୨୦୨୪. ସମାଜ. 23 June 2024. Archived from the original on 25 June 2024. Retrieved 25 June 2024.
- ↑ Mohapatra, Rajendra Prasad (15 June 2024). "2 Odia writers to receive prestigious Kendra Sahitya Akademi's Yuva and Bal Sahitya Puraskar". 2 Odia writers to receive prestigious Kendra Sahitya Akademi's Yuva and Bal Sahitya Puraskar. Retrieved 15 June 2024.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 25 June 2024.