ରବୀନ୍ଦ୍ର ବିଶ୍ୱାଳ
ଦେଖଣା
ରବୀନ୍ଦ୍ର ବିଶ୍ୱାଳ | |
---|---|
ଜନ୍ମ | ଦେବିଲ, ଯାଜପୁର | ୩୧ ଡିସେମ୍ବର ୧୯୪୪
ମୃତ୍ୟୁ | ୧୯ ଜୁଲାଇ ୨୦୧୬ | (ବୟସ ୭୧)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଶିଶୁ ସାହିତ୍ୟିକ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୫ |
ରବୀନ୍ଦ୍ର ବିଶ୍ୱାଳ(୩୧ ଡିସେମ୍ବର ୧୯୪୪ - ୧୯ ଜୁଲାଇ ୨୦୧୬) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ଶିଶୁ ସାହିତ୍ୟ ଛବିଟିଏ ଗୀତଟିଏ ପାଇଁ ୨୦୧୫ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧][୨]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଶିଶୁ ସାହିତ୍ୟର ବିଭିନ୍ନ ବିଭାଗରେ ୫ଦଶନ୍ଧିରୁ ଉର୍ଦ୍ଧ୍ବ କାଳ ଲେଖନୀ ଚାଳନା କରି ଆସିଥିବା ରବୀନ୍ଦ୍ର ପରିବେଶ ଓ ପ୍ରକୃତିର ସୁନ୍ଦର ରୂପଚିତ୍ରକୁ ଶିଶୁ ମନଲାଖି ଭାବେ କବିତାରେ ଫୁଟାଇ ପାରିଥିଲେ । ମୌଖିକ ଶିଶୁ ଗୀତ ଶୈଳୀକୁ ଗ୍ରହଣ କରି ସେ ବହୁ କବିତା ରଚନା କରିଥିଲେ । ତାଙ୍କର ଶତାଧିକ ଶିଶୁ କବିତା ଓଡ଼ିଶାର ବହୁ ଅଗ୍ରଣୀ ପତ୍ରପତ୍ରିକାରେ ସ୍ଥାନୀତ ହେବା ସହ ପୁସ୍ତକ ଆକାରରେ ପ୍ରକାଶିତ । ଅନେକ ଶିଶୁ ପତ୍ରିକାର ସଂପାଦନାରେ ସଂପୃକ୍ତ ରବୀନ୍ଦ୍ର ଶିଶୁ ସାହିତ୍ୟରେ ଉତ୍କର୍ଷ ପାଇଁ ମରଣୋତ୍ତର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ ।
ରଚନାବଳୀ
[ସମ୍ପାଦନା]- ଗଛଟିଏ ଗୀତଟିଏ[୩]
- ଛବିଟିଏ ଗୀତଟିଏ
- ଝୁମୁରୀ ଆଈର ବଉଳା ଗାଈ
- ଗାଁ ମାଟି ଗାଁ ଗୀତ
- ନଈ ବହିଯାଏ ଗୀତଟେ ଗାଇ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୫[୪]
ଆଧାର
[ସମ୍ପାଦନା]- ↑ "Odisha Sahitya Akademi award for 18 authors". www.newindianexpress.com. The New Indian Express. Archived from the original on 25 July 2020. Retrieved 25 July 2020.
- ↑ http://odishasahityaakademi.org/English/sahitya-award13.php
- ↑ "Odisha Sahitya Akademi Awards announced | Sambad English". Sambad English. sambadenglish.com. 10 July 2020.
- ↑ "୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା". OTV Khabar. 10 July 2020. Archived from the original on 9 September 2020. Retrieved 9 September 2020.