ଶିବପ୍ରିୟା ଜେମା

ଉଇକିପିଡ଼ିଆ‌ରୁ
(ଶିବପ୍ରିୟା ଜେମାଦେଈରୁ ଲେଉଟି ଆସିଛି)
ଶିବପ୍ରିୟା

ଜେମାଦେଈ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟଊନବିଂଶ ଶତାବ୍ଦୀ
ସାହିତ୍ୟ କୃତିମଙ୍ଗଳଗୀତ

ଶିବପ୍ରିୟା ଜେମା ବା ଶିବପ୍ରିୟା ଜେମାଦେଈ ଊନବିଂଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । 'ଜେମା' ବୋଲାଯିବାରୁ ସେ କୌଣସି ରାଜବଂଶୀୟ ବୋଲି ଅନୁମିତ ।

ଶିବପ୍ରିୟା ଓଡ଼ିଆ ବିଭାଘରେ ବୋଲାଯାଉଥିବା କେତୋଟି ମଙ୍ଗଳଗୀତର ରଚୟିତା ।[୧][୨]

ଚକ୍ରଧର ମହାପାତ୍ରଙ୍କଦ୍ୱାରା ସଂଗୃହୀତ 'ଉତ୍କଳ ଗାଉଁଲି ଗୀତ' ପୁସ୍ତକରେ ଦିଆଯାଇଥିବା ମଙ୍ଗଳଗୀତ ଭିତରୁ 'ହଳଦୀକୁଟା ଅନୁକୂଳ ମଙ୍ଗଳ'ରେ ଶିବପ୍ରିୟା ନାମରେ ଭଣିତା ଦେଖିବାକୁ ମିଳେ ।[୩]

ସେ ବେନି ପୟର ମନେ ଚିନ୍ତି
ଲୋଭେ ଗୁଣେ ଶିବପ୍ରିୟା ମତି ।

— ହଳଦୀକୁଟା ଅନୁକୂଳ ମଙ୍ଗଳ, ଶିବପ୍ରିୟା ଜେମା

ଆଧାର[ସମ୍ପାଦନା]

  1. ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।
  2. ପ୍ରାଚୀନ ଓଡ଼ିଆ ଲିପି, ଭାଷା ଓ ସାହିତ୍ୟ - ପୃଷ୍ଠା ୮୧
  3. ଚକ୍ରଧର ମହାପାତ୍ର - ଉତ୍କଳ ଗାଉଁଲି ଗୀତ, ୧୯୫୯ (ପ୍ରଥମ ସଂସ୍କରଣ) ।