ଲକ୍ଷ୍ମୀ
ଲକ୍ଷ୍ମୀ | |
---|---|
ସଂସ୍କୃତ ଅନୁବାଦ | lakṣmī |
ଉପାଧି | ଦେବୀ |
ବାସସ୍ଥାନ | ପଦ୍ମବନ,ବୈକୁଣ୍ଠ |
ମନ୍ତ୍ର | ଶ୍ରୀବୀଜ,ଶ୍ରୀସୂକ୍ତ |
ସାଥି | ବିଷ୍ଣୁ |
ବାହନ | ହାତୀ, ପେଚା |
ଲକ୍ଷ୍ମୀ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ଅଟନ୍ତି । ସେ ଶ୍ରୀ ଭାବେ ମଧ୍ୟ ପରିଚିତ ।[୧] ସେ ଭଗବାନ ବିଷ୍ଣୁଙ୍କର ସହଧର୍ମିଣୀ ଓ ଶକ୍ତି ସୂରୁପା ।[୨] ରାମାୟଣ ମତେ[୩] ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ ।[୪] ସେ ସମୁଦ୍ରଙ୍କର କନ୍ୟା । ଲକ୍ଷ୍ମୀଙ୍କର ବାହାନ ପେଚା, ମତାନ୍ତରେ ହାତୀ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରୁକ୍ମଣୀ ଓ ସତ୍ୟଭାମା ଲକ୍ଷ୍ମୀଙ୍କ ଅବତାର ଭାବେ ପରିଚିତ ।[୫] ପ୍ରେମ ଏବଂ ପ୍ରଜନନର ଦେବତା କାମଦେବ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର ଭାବେ ବର୍ଣ୍ଣିତ ହେଇଥାନ୍ତି ।
ତାଙ୍କର ଚାରିହାତ ଧର୍ମ, କାମନା, ଅର୍ଥ ଓ ମୋକ୍ଷର ପ୍ରତୀକ । [୬][୭] ତାଙ୍କୁ ପୂଜାକରିବାଦ୍ୱାରା ଧର୍ମ, କାମନା, ଅର୍ଥ ଓ ମୋକ୍ଷ ଭାବନାରୁ ମୁକ୍ତ ହୋଇ ଜଣେ ନିର୍ବାଣ ପାଇପାରିବ । ଓଡ଼ିଶାରେ ପ୍ରତ୍ୟେକ ହିନ୍ଦୁଘରେ ଗୁରୁବାର ଦିନ ଲକ୍ଷ୍ମୀଙ୍କର ପୂଜା ହୁଏ । ଭୃଗୁଋଷିଙ୍କ ତପସ୍ୟା ଫଳରେ ସେ ଭାର୍ଗବୀ, ଶ୍ରୀ ଆଦି ରୂପରେ ଅବତୀର୍ଣ୍ଣା ହୋଇଥିଲେ । ଭାରତର କେତେକସ୍ଥାନରେ ଏଥିପାଇଁ ଭୃଗୁକନ୍ୟାରୂପେ ଶୁକ୍ରବାର ଦିନ ଲକ୍ଷ୍ମୀପୂଜା କରାଯାଏ । ଓଡ଼ିଶାରେ ମାର୍ଗଶିର ମାସ ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟପୂଜା ମାଣବସା ପୂଜା ନାମରେ ପ୍ରସିଦ୍ଧ ।
ନାମ
[ସମ୍ପାଦନା]ପଦ୍ମ ଫୁଲସହ ତାଙ୍କର ନିକଟତା ନେଇ ତାଙ୍କର ଅନେକ ନାମ ଅଛି ଯଥା :
- ପଦ୍ମା : ପଦ୍ମରେ ଯେ ବାସ କରନ୍ତି
- କମଳା : କମଳରେ ଯେ ବାସ କରନ୍ତି
- ପଦ୍ମପ୍ରିୟା : ଯେ ପଦ୍ମକୁ ପସନ୍ଦ କରନ୍ତି
- ପଦ୍ମମୁଖୀ : ଯାହାର ମୁଖ ପଦ୍ମ ଭଳି ସୁନ୍ଦର
- ପଦ୍ମାକ୍ଷୀ : ଯାହାର ଆଖି ପଦ୍ମ ପରି ସୁନ୍ଦର
- ପଦ୍ମହସ୍ତା : ଯେ ପଦ୍ମ ଧାରଣ କରିଥାନ୍ତି
- ପଦ୍ମସୁନ୍ଦରୀ: ଯେ ପଦ୍ମ ପରି ସୁନ୍ଦର
ଅନ୍ୟ ନାମଗୁଡ଼ିକ ହେଲା:
- ବିଷ୍ଣୁପ୍ରିୟା: ଯେ ବିଷ୍ଣୁଙ୍କ ପ୍ରିୟା
- ଉଲ୍ଲୁକବାହିନୀ: ଯେ ପେଚା ଉପରେ ବସି ଗମନ କରନ୍ତି
ସ୍ତୁତି
[ସମ୍ପାଦନା]ଲକ୍ଷ୍ମୀ ଐଶ୍ୱର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -
ପଦ୍ମାଳୟା ପଦ୍ମକରାଂ ପଦ୍ମପତ୍ର ନିଭେକ୍ଷଣାମ୍ ବନ୍ଦେ ପଦ୍ମମୁଖୀଂ ପ୍ରିୟାମ୍ୟହମ୍
ଆଉରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ lakṣmī, Monier Monier-Williams|Monier-Williams' Sanskrit–English Dictionary, University of Washington Archives
- ↑ Das, Subhamoy. "Lakshmi: Goddess of Wealth & Beauty!". Hinduism.about.com. Retrieved 2012-11-09.
- ↑ Ramayana, i.45.40-43
- ↑ Monier Williams Religious Thought and Life in India, Part 1, 2nd Edition, pages 108-111
- ↑ Essential Hinduism; by Steven Rosen (2006); p. 136
- ↑ Constantina Rhodes (2011), Invoking Lakshmi: The Goddess of Wealth in Song and Ceremony, State University of New York Press, ISBN 978-1438433202, pages 29-47, 220-252
- ↑ Divali - THE SYMBOLISM OF LAKSHMI National Library and Information System Authority, Trinidad and Tobago (2009)
ଅଧିକ ତଥ୍ୟ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |