ଓଡ଼ିଆ ରାମାୟଣ
ଦେଖଣା
| ଓଡ଼ିଆ ରାମାୟଣ | |
|---|---|
| ଲେଖକ | ବଳରାମ ଦାସ |
| ମୂଳ ନାମ | ଜଗମୋହନ ରାମାୟଣ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
| ବିଭାଗ | ପୁରାଣ |
| ମାଧ୍ୟମ ପ୍ରକାର | ଛପା (ବନ୍ଧାଇ, ସାଦା ବନ୍ଧାଇ) ଓ ଅନଲାଇନ (ଉଇକିପାଠାଗାରରେ) |
ଓଡ଼ିଆ ରାମାୟଣ ଓଡ଼ିଆ ସାହିତ୍ୟର ଏକ ମହାକାବ୍ୟ l ପଞ୍ଚସଖାଙ୍କ ଜ୍ୟେଷ୍ଠକବି ବଳରାମ ଦାସ ଓଡ଼ିଆ ରାମାୟଣର ରଚୟିତା ଭାବରେ ସର୍ବ ପ୍ରଥମେ ପରିଚିତ ହେଇଛନ୍ତି l ଏହାକୁ ଜଗମୋହନ ରାମାୟଣ ମଧ୍ୟ କୁହାଯାଏ l ଏହା ଦାଣ୍ଡିବୃତ୍ତରେ ଲେଖାହେଇଥିବାରୁ ଲୋକମୂଖରେ ଦାଣ୍ଡି ରାମାୟଣ ମଧ୍ୟ କୁହାଯାଏ l
ଓଡ଼ିଆ ରାମାୟଣ ସଂସ୍କୃତ ରାମାୟଣର ଅନୁବାଦ ନୁହେଁ l କବି ବଳରାମ ଆପଣାର ସମ୍ପୂର୍ଣ୍ଣ କବିତ୍ୱପ୍ରତିଭା ଖଟାଇ ରାମକଥାର ଏକ ଅଭିନବ ରଚନା କରିଛନ୍ତି l ବଳରାମ ଦାସ ମୂଳ ବାଲ୍ମିକୀ ରାମାୟଣକୁ ମୋଟେ ଅଧ୍ୟୟନ ନକରି କେବଳ ରାମାୟଣର ବିଭିନ୍ନ କଥାବର୍ଣ୍ଣନାକୁ ପଣ୍ଡିତମାନଙ୍କ ମୂଖରୁ ଯେଉଁଠି ଯେପରି ଭାବରେ ଶୁଣିଛନ୍ତି,ତାହାକୁ ଆଧାର କରି ଓଡ଼ିଆ ରାମାୟଣ ଲେଖିବାକୁ ପ୍ରବୃତ୍ତ ହୋଇଛନ୍ତି l
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |