ସୂର୍ଯ୍ୟ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ସୂର୍ଯ୍ୟ Sun symbol.svg
Sun in February.jpg
False-color image of the Sun
Observation data
Mean distance
from Earth
୧.୪୯୬×୧୦କି.ମି.
8 min 19 s at light speed
Visual brightness (V) −26.74[୧]
Absolute magnitude 4.83[୧]
Spectral classification G2V[୨]
Metallicity Z = 0.0122[୩]
Angular size 31.6–32.7 minutes of arc[୪]
Adjectives Solar
Orbital characteristics
Mean distance
from Milky Way core
≈ ୨.୭×୧୦୧୭କି.ମି.
୨୭,୨୦୦light-years
Galactic period (2.25–2.50) × 10 yr
Velocity ≈ ୨୨୦km/s (orbit around the center of the Milky Way)
≈ ୨୦km/s (relative to average velocity of other stars in stellar neighborhood)
≈ ୩୭୦km/s[୫] (relative to the cosmic microwave background)
Physical characteristics
Equatorial radius 695,700 km[୬]
109 × Earth[୭]
Equatorial circumference ୪.୩୭୯×୧୦କି.ମି.[୭]
109 × Earth[୭]
Flattening ×୧୦−୬
Surface area ୬.୦୯×୧୦୧୨km2
[୭]
୧୨,୦୦୦ × Earth[୭]
Volume ୧.୪୧×୧୦୧୮km3[୭]
୧୩,୦୦,୦୦୦ × Earth
Mass (୧.୯୮୮±୦.୦୦୦୫)×୧୦୩୦kg[୧]
୩,୩୩,୦୦୦ × Earth[୧]
Average density ୧.୪୦୮g/cm3[୧][୭][୮]
୦.୨୫୫ × Earth[୧][୭]
Center density (modeled) ୧୬୨.୨g/cm3[୧]
୧୨.୪ × Earth
Equatorial surface gravity ୨୭୪.୦m/s2[୧]
୨୭.୯୪g
୨୭,୫୪୨.୨୯cgs
28 × Earth[୭]
Escape velocity
(from the surface)
୬୧୭.୭km/s[୭]
55 × Earth[୭]
Temperature Center (modeled): ୧.୫୭×୧୦K[୧]
Photosphere (effective): ୫,୭୭୨K[୧]
Corona: ≈ ×୧୦K
Luminosity (Lsol) ୩.୮୪୬×୧୦୨୬W[୧]
≈ ୩.୭୫×୧୦୨୮lm
≈ ୯୮lm/W efficacy
Mean radiance (Isol) ୨.୦୦୯×୧୦W·m−2·sr−1
Age ≈4.6 billion years[୯][୧୦]
Rotation characteristics
Obliquity 7.25°[୧]
(to the ecliptic)
67.23°
(to the galactic plane)
Right ascension
of North pole[୧୧]
286.13°
19 h 4 min 30 s
Declination
of North pole
+63.87°
63° 52' North
Sidereal rotation period
(at equator)
25.05 d[୧]
(at 16° latitude) 25.38 d[୧]
25 d 9 h 7 min 12 s[୧୧]
(at poles) 34.4 d[୧]
Rotation velocity
(at equator)
୭.୧୮୯×୧୦km/h[୭]
Photospheric composition (by mass)
Hydrogen 73.46%[୧୨]
Helium 24.85%
Oxygen 0.77%
Carbon 0.29%
Iron 0.16%
Neon 0.12%
Nitrogen 0.09%
Silicon 0.07%
Magnesium 0.05%
Sulfur 0.04%

ସୂର୍ଯ୍ୟ ହେଉଛି ଏକ ନକ୍ଷତ୍ର, ଏହା ସୌରଜଗତର ମଧ୍ୟଭାଗରେ ଅବସ୍ଥିତ । ଏହା ପାଖା ପାଖି ଗୋଲକ ଆକାରର ଓ ଏକାଧିକ ଉତପ୍ତ ବାଷ୍ପ (ପ୍ଲାଜମା) କୁ ନେଇ ଗଠିତ ।[୧୩][୧୪] ଏହାର ପରିସର ୧୩୯୨୦୦୦ କିମି. । ପୃଥିବୀର ୧୦୯ ଗୁଣ । ଏହାର ବସ୍ତୁତ୍ଵ ପ୍ରାୟ ୨x୧୦୩୦ କିଗ୍ରା, ଯାହା ପୃଥିବୀ ର ୩୩୦୦୦୦ ଗୁଣ । ସମ୍ପୂର୍ଣ୍ଣ ସୌର ଜଗତର ୯୯.୮୬% ବସ୍ତୁତ୍ଵ ସୂର୍ଯ୍ୟର । [୧୫] ସୂର୍ଯ୍ୟ ୪ ଭାଗ ରୁ ପ୍ରାୟ ୩ ଭାଗ ଉଦଜାନ ଓ ବଳକା ଅଧିକାଂଶ ଭାଗ ହିଲିଅମ ଓ ଓଜନିଆ କଣିକା ଯଥା ଅମ୍ଳଜାନ, ଅଂଗାରକାମ୍ଲ, ଲୌହ , ନିଅନ୍ ଆଦି କୁ ନେଇ ଗଠିତ ।[୧୬][୧୭]

ଆମେ ବାସି ସୂର୍ଯ୍ୟ ଦେଖୁ[ସମ୍ପାଦନା]

ସୂର୍ଯ୍ୟ

କୌଣସି ବସ୍ତୁଠାରୁ ଆଲୋକ ଆସି ଆମ ଆଖିରେ ପଡ଼ିଲେ ଆମେ ସେହି ବସ୍ତୁକୁ ଦେଖିପାରୁ । ବସ୍ତୁ ଉପରୁ ଆଲୋକ ଆସି ଆମ ପାଖରେ ପହଁଞ୍ଚିବା ପାଇଁ କିଛି ସମୟ ଲାଗେ । କାରଣ ଆଲୋକର ନିର୍ଦ୍ଦିଷ୍ଟ ବେଗ ରହିଛି । ଆମେ ଚାଲି ଚାଲି ଗଲେ ଏକ ଘଣ୍ଟାରେ ଯିବା ୧୦ କି ୧୨ କିଲୋମିଟର । ସାଇକେଲ ଚଢି ଗଲେ ଏକ ଘଣ୍ଟାରେ ଯିବା ୨୦ କିଲୋମିଟର । ବସ୍ ରେ ଗଲେ ଏକ ଘଣ୍ଟାରେ ଯିବା ୫୦ କିଲୋମିଟର । ଟ୍ରେନ୍ ଏକ ଘଣ୍ଟାରେ ଯାଏ ୧୦୦ କିଲୋମିଟର । ଉଡାଜାହାଜ ଏକ ଘଣ୍ଟାରେ ଯାଏ ୫୦୦ କିଲୋମିଟର । କିନ୍ତୁ ଆଲୋକ ମାତ୍ର ଏକ ସେକେଣ୍ଡରେ ଯାଏ ୩ ଲକ୍ଷ କିଲୋମିଟର । ସତ କହିଲେ ଆଲବର୍ଟ ଆଇନଷ୍ଟାଇନଙ୍କ ମତରେ ଆଲୋକର ବେଗ ସର୍ବାଧିକ । ତଥାପି ଆଲୋକର ବେଗ ଯେତେ ହେଉନା କାହିଁକି ଅସୀମ ନୁହେଁ । ଅର୍ଥାତ୍ ଆଲୋକ କିଛି ଦୂରତା ଅତିକ୍ରମ କରିବା ସକାଶେ ସମୟ ଦରକାର । ସେଇୟା ହୁଏ । ସୂର୍ଯ୍ୟଠାରୁ କିରଣ ଆସି ଆମ ପାଖରେ ପହଁଞ୍ଚିବା ପାଇଁ କିଛି ସମୟ ଲାଗେ ।

ସୁର୍ଯ୍ୟଠାରୁ ଆମ ପୃଥିବୀର ଦୂରତା ୧୫ କୋଟି କିଲୋମିଟର । ସୂଯ୍ୟପୃଷ୍ଠରୁ କିରଣ ଆସି ଆମ ପାଖରେ ପହଁଞ୍ଚିବା ପାଇଁ ପ୍ରାୟ ୫୦୦ ସେକେଣ୍ଡ ବା ୮ ମିନିଟ୍ ୨୦ ସେକେଣ୍ଡ ସମୟ ଲାଗେ । ତେଣୁ ଯେଉଁ ସୁର୍ଯ୍ୟକୁ ଆମେ ଦେଖୁ, ତାହା ସେତେବେଳର ସୁର୍ଯ୍ୟ ନୁହେଁ । ବରଂ ୮ ମିନିଟ୍ ୨୦ ସେକେଣ୍ଡ ତଳର ସୁର୍ଯ୍ୟ । ସକାଳ ୮ଟା ବେଳେ ସୂର୍ଯ୍ୟପୃଷ୍ଠରୁ ବାହାରିଥିବା ଆଲୋକ ୮ ମିନିଟ୍ ୨୦ ସେକେଣ୍ଡ ପରେ ଅର୍ଥାତ୍ ୮ଟା ୮ ମିନିଟ୍ ୨୦ ସେକେଣ୍ଡ ବେଳେ ଆସି ଆମଠାରେ ପହଁଞ୍ଚେ । ତେଣୁ ଆମେ ସବୁବେଳେ ୮ ମିନିଟ୍ ୨୦ ସେକେଣ୍ଡ ତଳର ବାସି ସୂର୍ଯ୍ୟ ଦେଖୁ । ପୃଥିବୀରେ ରହି ବର୍ତ୍ତମାନର ସୂର୍ଯ୍ୟକୁ ବର୍ତ୍ତମାନ ଦର୍ଶନ କରିବାର ଭାଗ୍ୟ ଆମର ନାହିଁ । ବର୍ତ୍ତମାନର ସୂର୍ଯ୍ୟକୁ ଦର୍ଶନ କରିବା ସକାଶେ ଆମକୁ ପୁଣି ୮ ମିନିଟ୍ ୨୦ ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ ।

କୋଟି କୋଟି ସୂର୍ଯ୍ୟ[ସମ୍ପାଦନା]

ଆମେ ଯାହାକୁ ସୂର୍ଯ୍ୟ ବୋଲି କହୁ, ତାହା ବାସ୍ତବରେ ଗୋଟିଏ ବିଶାଳ ନିଆଁପେଣ୍ଡୁ । ତେବେ ସେହି ନିଆଁପେଣ୍ଡୁ ଆମ ପାଇଁ ସବୁକିଛି । ଆମ ଜୀବନ, ଆମର ପ୍ରାଣ । କାହିଁକି ନା, ସୂର୍ଯ୍ୟର ଆଲୋକ ଓ ଉତ୍ତାପ ବିନା ଆମେ ବଞ୍ଚିରହିବା ଅସମ୍ଭବ । ତେଣୁ ସୂର୍ଯ୍ୟ ନଥିଲେ ଆମର ଅସ୍ଥିତ୍ଵ ନଥାନ୍ତା । ସୂର୍ଯ୍ୟ ସହିତ ପୃଥିବୀ ଭଳି ଆହୁରି ୭ଟା ଗ୍ରହ, ବାମନ ଗ୍ରହ, ଧୂମକେତୁ, ଗ୍ରହାଣୁ ଓ ଉପଗ୍ରହମାନଙ୍କୁ ନେଇ ଗଠିତ ପରିବାରକୁ କୁହାଯାଏ 'ସୌରଜଗତ' । ଆମ ସୌରଜଗତର ମୁଖ୍ୟ ହେଉଛି ସୂର୍ଯ୍ୟ। ସମୁଦାୟ ସୌରଜଗତରେ ଏକମାତ୍ର ନକ୍ଷତ୍ର ହେଉଛି ସୂର୍ଯ୍ୟ । କିନ୍ତୁ, ସତ କହିଲେ, ଆମ ବିଶ୍ଵରେ କୋଟି କୋଟି ସୂର୍ଯ୍ୟ ଅଛନ୍ତି। କିନ୍ତୁ ସେଗୁଡ଼ିକ ଆମଠାରୁ ଅନେକ ଅନେକ ଦୂରରେ ରହିଥିବାରୁ ସେମାନଙ୍କର ଉତ୍ତାପ ଓ ଆଲୋକକୁ ଆମେ ଅନୁଭବ କରିପାରୁ ନାହିଁ । ରାତିରେ ଆକାଶରେ ମିଞ୍ଜି ମିଞ୍ଜି କରୁଥିବା ତାରାଗୁଡ଼ିକ ମଧ୍ୟ ଆମର ସୂର୍ଯ୍ୟ ପରି ଗୋଟିଏ ଗୋଟିଏ ନକ୍ଷତ୍ର । ଆମେ ୭ ପରେ ଗୋଟିଏ ଶୂନ ଲେଖିଲେ ହେବ ସତୁରୀ । ଆମେ ୭ ପରେ ଦୁଇଟା ଶୂନ ଲେଖିଲେ ହେବ ସାତଶହ । ସେହିପରି ଆମେ ୭ ପରେ ୨୨ ଟା ଶୂନ ଲେଖିଲେ ଯେଉଁ ବିଶାଳ ସଂଖ୍ୟା ହେବ, ବିଶ୍ଵରେ ଅତି କମ୍ ରେ ସେତିକି ସଂଖ୍ୟକ ସୁର୍ଯ୍ୟ ଥିବାର ପ୍ରମାଣ ମିଳିଛି । ସେମାନଙ୍କ ଭିତରୁ କେତେକ ସୁର୍ଯ୍ୟ ଆମ ସୁର୍ଯ୍ୟ ତୁଳନାରେ ଛୋଟ । କିନ୍ତୁ ଅନେକ ସୂର୍ଯ୍ୟ ଆମ ସୂର୍ଯ୍ୟ ତୁଳନାରେ ଢେର୍ ବଡ଼ ବଡ଼ । ବିଶ୍ଵରେ ଅନେକ ସୂର୍ଯ୍ୟ ଅଛନ୍ତି, ଯାହାର ଆକାର ଆମ ସୂର୍ଯ୍ୟର ଆକାରର ପ୍ରାୟ ୪୦୦ ଗୁଣ ହେବ ।

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Williams, D. R. (1 July 2013). "Sun Fact Sheet". NASA Goddard Space Flight Center. Retrieved 12 August 2013. 
  2. Zombeck, Martin V. (1990). Handbook of Space Astronomy and Astrophysics 2nd edition. Cambridge University Press. 
  3. Asplund, M.; Grevesse, N.; Sauval, A. J. (2006). "The new solar abundances – Part I: the observations". Communications in Asteroseismology 147: 76–79. Bibcode:2006CoAst.147...76A. doi:10.1553/cia147s76. 
  4. "Eclipse 99: Frequently Asked Questions". NASA. Retrieved 24 October 2010. 
  5. Hinshaw, G. et al. (2009). "Five-year Wilkinson Microwave Anisotropy Probe observations: data processing, sky maps, and basic results". The Astrophysical Journal Supplement Series 180 (2): 225–245. arXiv:0803.0732. Bibcode:2009ApJS..180..225H. doi:10.1088/0067-0049/180/2/225. 
  6. Mamajek, E.E.; Prsa, A.; Torres, G.; et, al., IAU 2015 Resolution B3 on Recommended Nominal Conversion Constants for Selected Solar and Planetary Properties, http://arxiv.org/abs/1510.07674 
  7. ୭.୦୦ ୭.୦୧ ୭.୦୨ ୭.୦୩ ୭.୦୪ ୭.୦୫ ୭.୦୬ ୭.୦୭ ୭.୦୮ ୭.୦୯ ୭.୧୦ ୭.୧୧ "Solar System Exploration: Planets: Sun: Facts & Figures". NASA. Archived from the original on 2 January 2008. 
  8. Ko, M. (1999). Elert, G., ed. "Density of the Sun". The Physics Factbook. 
  9. Bonanno, A.; Schlattl, H.; Paternò, L. (2008). "The age of the Sun and the relativistic corrections in the EOS". Astronomy and Astrophysics 390 (3): 1115–1118. arXiv:astro-ph/0204331. Bibcode:2002A&A...390.1115B. doi:10.1051/0004-6361:20020749. 
  10. "The Absolute Chronology and Thermal Processing of Solids in the Solar Protoplanetary Disk". Science 338 (6107): 651–655. 2 November 2012. Bibcode:2012Sci...338..651C. doi:10.1126/science.1226919. PMID 23118187. Retrieved 17 March 2014. ଛାଞ୍ଚ:Registration required
  11. ୧୧.୦ ୧୧.୧ Seidelmann, P. K. et al. (2000). "Report Of The IAU/IAG Working Group On Cartographic Coordinates And Rotational Elements Of The Planets And Satellites: 2000". Retrieved 22 March 2006. 
  12. "The Sun's Vital Statistics". Stanford Solar Center. Retrieved 29 July 2008.  Citing Eddy, J. (1979). A New Sun: The Solar Results From Skylab. NASA. p. 37. NASA SP-402. 
  13. "How Round is the Sun?". NASA. 2 October 2008. http://science.nasa.gov/science-news/science-at-nasa/2008/02oct_oblatesun/. Retrieved 7 March 2011. 
  14. "First Ever STEREO Images of the Entire Sun". NASA. 6 February 2011. http://science.nasa.gov/science-news/science-at-nasa/2011/06feb_fullsun/. Retrieved 7 March 2011. 
  15. Woolfson, M. (2000). "The origin and evolution of the solar system". Astronomy & Geophysics 41 (1): 12. Bibcode:2000A&G....41a..12W. doi:10.1046/j.1468-4004.2000.00012.x. 
  16. Basu, S.; Antia, H. M. (2008). "Helioseismology and Solar Abundances". Physics Reports 457 (5–6): 217–283. arXiv:0711.4590. Bibcode:2008PhR...457..217B. doi:10.1016/j.physrep.2007.12.002. 
  17. "How Round is the Sun?". NASA. 2 October 2008. http://science.nasa.gov/science-news/science-at-nasa/2008/02oct_oblatesun/. Retrieved 7 March 2011.