କାର୍ତ୍ତିକେୟ

ଉଇକିପିଡ଼ିଆ‌ରୁ
କାର୍ତ୍ତିକେୟ
ନିଆଳୀର ଶୋଭନେଶ୍ୱର ମହାଦେବ ମନ୍ଦିରରେ ପାର୍ଶ୍ୱଦେବତା ରୂପେ ବିରାଜିତ କାର୍ତ୍ତିକେୟଙ୍କ କଳାମୁଗୁନି ପଥର ବିଗ୍ରହ । ଉତ୍କଳୀୟ ଶୈଳୀରେ କାର୍ତ୍ତିକେୟଙ୍କୁ ଏହି ରୂପେ ଚିତ୍ରିତ କରାଯାଏ । ହାତରେ ଧରିଥିବା କୁକୁଡ଼ା ତାଙ୍କ ବୀର୍ଯ୍ୟର ଚିହ୍ନ ।
ଯୁଦ୍ଧ ଓ ବିଜୟର ଦେବତା
ଉପାଧିଦେବତା
ସାଥିଦେବସେନା ଓ ବଲ୍ଲୀ
ବାହନମୟୂର

ପୁରାଣାନ୍ତର ମତରେ ଅଗ୍ନିଦେବ ସପ୍ତର୍ଷିମାନଙ୍କ ଭାର୍ଯ୍ୟାମାନଙ୍କ ରୂପରେ ମୋହିତ ହେବାର ଜାଣି ପାରି ତାଙ୍କ ସ୍ତ୍ରୀ ସ୍ୱାହାଦେବୀ ଅରୁନ୍ଧତୀଙ୍କ ଛଡ଼ା ଅନ୍ୟ ଛଅ ଜଣ ଋଷିପତ୍ନୀଙ୍କ ରୂପ ଛଅଥର ଧାରଣ କରି ଅଗ୍ନିଙ୍କ ସହିତ ଛଥର ବିହାର କଲେ ଓ ଅଗ୍ନିଙ୍କ ବୀର୍ଯ୍ୟ କାଞ୍ଚନ କୁଣ୍ଡରେ ପଡ଼ିବାରୁ ସେହି ତେଜୋମୟ ରେତରୁ କାର୍ତ୍ତିକେୟ ଜନ୍ମିଲେ ।

ପୌରାଣିକ[ସମ୍ପାଦନା]

ପୁରାଣମତେ ମହାଦେବ ପାର୍ବତୀଙ୍କୁ ସହବାସ କରିବା ସମୟରେ ଅଗ୍ନି କପୋତରୂପ ଧାରଣ କରି ଲୁଚି ରହିଥିଲେ । ମହାଦେବଙ୍କ ରେତ ସ୍ଖଳିତ ହେବାରୁ ପାର୍ବତୀ ସେହି ଉଗ୍ରତେଜଃସମ୍ପନ୍ନ ତେଗଃକୁ ଗର୍ଭରେ ଧାରଣ କରିବାକୁ ଅସମର୍ଥ ହେବାରୁ ତାହା ଅଗ୍ନିଙ୍କ ଉପରେ ପତିତ ହେଲା । ଅଗ୍ନି ତାହା ସମ୍ଭାଳି ନ ପାରି ସ୍ୱର୍ଗଗଙ୍ଗାରେ ପକାଇଲେ । ଗଙ୍ଗା ତାହାକୁ ସମ୍ଭାଳି ନପାରି ଶରବଣରେ ପକାଇଲେ । ସେହି ସମୟରେ କୃତ୍ତିକାଦି ଛଅ ଜଣ ଋଷିପତ୍ନୀ ଗଙ୍ଗାକୁ ଗାଧୋଇବାକୁ ଆସୁ ଆସୁ ଉକ୍ତ ରେତକୁ ଦେଖି ଯତ୍ନପୂର୍ବକ ରଖିବାରୁ ସେଥିରୁ ଛଅଟି ମୁଖଯୁକ୍ତ ଗୋଟିଏ କୁମାର ଜାତ ହୋଇ ଛଅ ମାଆଙ୍କଠାରୁ ସ୍ତନ୍ୟ ପିଇଲେ । କାର୍ତ୍ତିକେୟ କୁମାରବ୍ରତଧାରୀ ଥିଲେ । ଏହାଙ୍କର ଅନ୍ୟନାମ ଗଙ୍ଗାପୁତ୍ର, ସ୍କନ୍ଧ, କୁମାର, ଶରଜନ୍ମା, କ୍ରୌଞ୍ଚଦାରଣ, ଷଣୁଖ, ଷଡ଼ାନନ, ସେନାନୀ, ତାରକଜିତ୍, ଅଗ୍ନିକୁମାର, ଅଗ୍ନିଭୁ, ଗୁହ । ଏହାଙ୍କ ବାହାନ ମୟୂର । ଏ ଶରଦ୍ୱାରା କ୍ରୌଞ୍ଚ ପର୍ବତକୁ ବିଦ୍ଧ କରିଥିଲେ । ଏ ଦେବସେନାଙ୍କ ସେନାପତି ହୋଇ ତାରକାସୁରଙ୍କୁ ଯୁଦ୍ଧରେ ବଧ କରିଥିଲେ ।

ବାହନ[ସମ୍ପାଦନା]

କାର୍ତ୍ତିକେୟଙ୍କର ବାହାନ ହେଉଛି ମୟୂର । ତାରକାସୁରର ବିନାଶ ପାଇଁ ତାଙ୍କୁ ଯେତେବେଳେ ବିଭିନ୍ନ ଦେବଦେବୀ ବିଭିନ୍ନ ଆୟୁଧ ଓ ଭୂଷଣ ଦାନ କରୁଥିଲେ, ସେତିକି ବେଳେ ଗରୁଡ଼ ନିଜର ପୁତ୍ର ମୟୁରଙ୍କୁ ତାଙ୍କୁ ଦାନ କରିଥିଲେ । ସେହି ଗରୁଡ଼ ପୁତ୍ର ମୟୁର ହେଲେ କାର୍ତ୍ତିକେୟଙ୍କ ବାହନ । ଅନ୍ୟ ଏକ ପୌରାଣିକ ଉପାଖ୍ୟାନ ଅନୁସାରେ, ଦକ୍ଷିଣ ଭାରତର ମୟୁରପୁର ପର୍ବତଠାରେ କାର୍ତ୍ତିକେୟ ତାରକାସୁରକୁ ବିନାଶ କରିଥିଲେ ଏବଂ ତାରକାସୁର ଏକ ମୟୂର ରୂପରେ ପୁନର୍ଜନ୍ମ ନେଇଥିଲା । ସ୍କନ୍ଧପୁରାଣର ବୀରମହେନ୍ଦ୍ର କାଣ୍ଡ ଅନୁସାରେ, ମୟୂର ଏକ ଅସୁର । ସେ କାର୍ତ୍ତିକେୟଙ୍କ ସହ ଯୁଦ୍ଧ କରିଥିଲା । ମହାଭାରତ ଆଦିପର୍ବର ୬୫ ଅଧ୍ୟାୟ ଅନୁସାରେ, ମୃତ୍ୟୁ ପରେ ମୟୂର ବିଶ୍ୱ ନାମକ ଏକ ରାଜା ରୂପେ ପୁନର୍ଜନ୍ମ ଗ୍ରହଣ କରିଥିଲା ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]