କାମଦେବ
ଦେଖଣା
| କାମଦେବ (ମଦନ) | |
|---|---|
ଶୁଆ ପିଠିରେ ମଦନ | |
| ପ୍ରେମ ଓ ପ୍ରଣୟର ହିନ୍ଦୁ ଦେବତା | |
| Devanagari | कामदेव |
| Sanskrit Transliteration | Kāmadeva |
| Affiliation | ପ୍ରଦ୍ୟୁମ୍ନ, ବାସୁଦେବ |
| ଲୋକ | କେତୁମାଳା ବର୍ଷ |
| Mantra | କାମ ଗାୟତ୍ରୀ[୧] |
| Weapon | ଆଖୁର ଧନୁ ଓ ପୁଷ୍ପଶର |
| ସ୍ୱାମୀ/ସ୍ତ୍ରୀ | ରତି, ପ୍ରୀତି |
| Mount | ଶୁଆ |
କାମଦେବ ହିନ୍ଦୁ ଧର୍ମରେ ପ୍ରେମ ଏବଂ ପ୍ରଜନନର ଦେବତା ଭାବେ ପରିଚିତ । କାମଦେବ ଆଖୁର ଧନୁ ଓ ପୁଷ୍ପଶର ଧରି ଶୁକ ବାହନରେ ଭ୍ରମଣ କରନ୍ତି । ପତ୍ନୀ ରତି ଓ ଋତୁରାଜ ବସନ୍ତ ତାଙ୍କର ସଦା ସହଚର ଥାଆନ୍ତି । କର୍ଣ୍ଣାଟକର ବେଲୁର୍ ଚେନ୍ନାକେଶବ ମନ୍ଦିର କବାଟରେ କାମଦେବ ଓ ରତିଙ୍କର ଯୁଗଳମୂର୍ତ୍ତୀ ଦଣ୍ଡାୟମାନ ।
ପୌରାଣିକ ମତେ ଏ ବ୍ରହ୍ମାଙ୍କ ମାନସପୁତ୍ର, ମହାଦେବଙ୍କ ଧ୍ୟାନ ଭଙ୍ଗ କରିବାକୁ ୟାଇ ଏ ଅନଙ୍ଗ ହୋଇଥିଲେ ଓ ପରେ ଶ୍ରୀକୃଷ୍ଣଙ୍କ ଔରସରେ ରୁକ୍ମିଣୀଙ୍କ ଗର୍ଭରୁ ଜାତ ହୋଇଥିଲେ ଏହାଙ୍କ ସଙ୍ଗୀ ବସନ୍ତ, ଦୂତ କୋକିଳ, ଧ୍ୱଜଚିହ୍ନ ମତ୍ସ୍ୟ, ଆୟୁଧ ପଞ୍ଚପୁଷ୍ପୟୁକ୍ତ ଶର । କାମଦେବଙ୍କର ଅନ୍ୟ ନାମ ଗୁଡ଼ିକ ହେଲା: ମଦନ, ମନ୍ମଥ, ମାର, ପ୍ରଦ୍ୟୁମ୍ନ, ମୀନକେତନ, କନ୍ଦର୍ପ, ଦର୍ପକ, ଅନଙ୍ଗ, ପଞ୍ଚଶର, ସ୍ମର, ଶମ୍ବରାରି, ମନସିଜ, କୁସ୍ତମେଷୁ, ଅନନ୍ୟଜ, ପୁଷ୍ପଧନ୍ୱା, ରତିପତି, ମକରଧ୍ୱଜ, ଆତୃଭୂ, ବ୍ରହ୍ମସୂ, ବିଶ୍ୱକେତୁ ।[୨]
ଆଧାର
[ସମ୍ପାଦନା]- ↑ Kāṇe, Pāṇḍuraṅga VāMana; Institute, Bhandarkar Oriental Research (1958). History of Dharmaśāstra.
- ↑ "କାମଦେବ". Retrieved 6 May 2014.[permanent dead link]
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |