କାମଦେବ

ଉଇକିପିଡ଼ିଆ‌ରୁ
କାମଦେବ (ମଦନ)
ଶୁଆ ପିଠିରେ ମଦନ
ପ୍ରେମ ଓ ପ୍ରଣୟର ହିନ୍ଦୁ ଦେବତା
Devanagariकामदेव
Sanskrit TransliterationKāmadeva
Affiliationପ୍ରଦ୍ୟୁମ୍ନ, ବାସୁଦେବ
ଲୋକକେତୁମାଳା ବର୍ଷ
Mantraକାମ ଗାୟତ୍ରୀ[୧]
Weaponଆଖୁର ଧନୁ ଓ ପୁଷ୍ପଶର
ସ୍ୱାମୀ/ସ୍ତ୍ରୀରତି, ପ୍ରୀତି
Mountଶୁଆ

କାମଦେବ ହିନ୍ଦୁ ଧର୍ମରେ ପ୍ରେମ ଏବଂ ପ୍ରଜନନର ଦେବତା ଭାବେ ପରିଚିତ । କାମଦେବ ଆଖୁର ଧନୁ ଓ ପୁଷ୍ପଶର ଧରି ଶୁକ ବାହନରେ ଭ୍ରମଣ କରନ୍ତି । ପତ୍ନୀ ରତି ଓ ଋତୁରାଜ ବସନ୍ତ ତାଙ୍କର ସଦା ସହଚର ଥାଆନ୍ତି । କର୍ଣ୍ଣାଟକର ବେଲୁର୍‌ ଚେନ୍ନାକେଶବ ମନ୍ଦିର କବାଟରେ କାମଦେବ ଓ ରତିଙ୍କର ଯୁଗଳମୂର୍ତ୍ତୀ ଦଣ୍ଡାୟମାନ ।

ପୌରାଣିକ ମତେ ଏ ବ୍ରହ୍ମାଙ୍କ ମାନସପୁତ୍ର, ମହାଦେବଙ୍କ ଧ୍ୟାନ ଭଙ୍ଗ କରିବାକୁ ୟାଇ ଏ ଅନଙ୍ଗ ହୋଇଥିଲେ ଓ ପରେ ଶ୍ରୀକୃଷ୍ଣଙ୍କ ଔରସରେ ରୁକ୍ମିଣୀଙ୍କ ଗର୍ଭରୁ ଜାତ ହୋଇଥିଲେ ଏହାଙ୍କ ସଙ୍ଗୀ ବସନ୍ତ, ଦୂତ କୋକିଳ, ଧ୍ୱଜଚିହ୍ନ ମତ୍ସ୍ୟ, ଆୟୁଧ ପଞ୍ଚପୁଷ୍ପୟୁକ୍ତ ଶର । କାମଦେବଙ୍କର ଅନ୍ୟ ନାମ ଗୁଡ଼ିକ ହେଲା: ମଦନ, ମନ୍ମଥ, ମାର, ପ୍ରଦ୍ୟୁମ୍ନ, ମୀନକେତନ, କନ୍ଦର୍ପ, ଦର୍ପକ, ଅନଙ୍ଗ, ପଞ୍ଚଶର, ସ୍ମର, ଶମ୍ବରାରି, ମନସିଜ, କୁସ୍ତମେଷୁ, ଅନନ୍ୟଜ, ପୁଷ୍ପଧନ୍ୱା, ରତିପତି, ମକରଧ୍ୱଜ, ଆତୃଭୂ, ବ୍ରହ୍ମସୂ, ବିଶ୍ୱକେତୁ ।[୨]

ଆଧାର[ସମ୍ପାଦନା]

  1. Kāṇe, Pāṇḍuraṅga VāMana; Institute, Bhandarkar Oriental Research (1958). History of Dharmaśāstra.
  2. "କାମଦେବ". Retrieved 6 May 2014.[permanent dead link]