ପେଚା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପେଚା
ଜୀବାଶ୍ମ କାଳ: Late Paleocene–Recent
Athene noctua (cropped).jpg
Otus jolandae call
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
Families

Strigidae
Tytonidae
Ogygoptyngidae (fossil)
Palaeoglaucidae (fossil)
Protostrigidae (fossil)
Sophiornithidae (fossil)

Owl range.png
Range of the owl, all species.
Synonyms

Strigidae sensu Sibley & Ahlquist

ପେଚା ଏକ ନିଶାଚର ପକ୍ଷୀ ଓ ଅନ୍ୟ ପକ୍ଷୀଙ୍କ ତୁଳନାରେ ପେଚାର ମସ୍ତିଷ୍କ ଏବଂ ଆଖି ସାମନାକୁ ଥାଏ,ଠେକୁଆ ପରି କର୍ଣଦ୍ୱୟ ଠିଆ ହୋଇ ରହିଥାଏ । ଏମାନେ ଆଣ୍ଟାର୍କଟିକା ବ୍ୟତୀତ ସବୁସ୍ଥାନରେ ଦେଖିବାକୁ ମିଳନ୍ତି ଓ ଏମାନଙ୍କର ପାଖାପାଖି ୨୦୦ ପ୍ରଜାତି ଅଛନ୍ତି । ପେଚା ମାନେ ଦୂର –ଦର୍ଶୀ ଅଟନ୍ତି ଅର୍ଥାତ ଆଖିର ନିକଟତର ଜିନିଷ ଦେଖିପାରନ୍ତି ନାହିଂ ଏତଦବ୍ୟତୀତ ଦ୍ଵିତ-କର୍ଣୀ ଅର୍ଥାତ କୌଣସି ଶବ୍ଦକୁ ବୁଝିବା ବା ଦିଗ ନିର୍ଣୟ କରିବାପାଇଁ ଦୁଇକର୍ଣ ଏକ ସାଙ୍ଗରେ ବ୍ୟବହାର କରନ୍ତି । ପେଚାମାନଙ୍କୁ ୨ଟି ପରିବାରରେ ବିଭକ୍ତ କରାଯାଇଅଛି ପ୍ରକୃତ ପେଚା(True Owl) :

  • ଷ୍ଟ୍ରିଙ୍ଗିଡାଏ (Strigidae) ଓ ଚୋକଡ ପେଚା(Bran-Owl)
  • ଟାଇଟୋଡାଏ(Tytonidae ) ।

ବିବରଣୀ[ସମ୍ପାଦନା]

ପେଚା ମାନେ ମୁଖ୍ୟତଃ ନିଶାଚର କାରଣ ଏମାନେ ପ୍ରଖର କିରଣରେ ଦେଖିପାରନ୍ତି ନାହିଁ । ପେଚମାନେ ଏକ ପ୍ରକାର ଶିକାରୀ ପକ୍ଷୀ ଏମାନେ ମାଛ,ମୂଷା,କୀଟ ପତଙ୍ଗ ଆଦି ଖାଦ୍ୟ ରୂପେ ଗ୍ରହଣ କରନ୍ତି । ପେଚାମାନଙ୍କ ଆଖି ଦ୍ୱୟ ବଡ ବଡ ଓ ଏହା ଆଖି କୋରଟରେ ସ୍ଥିର ହୋଇ ରହିଥାଏ ଯାହାଫଳରେ ପେଚା ଆଖିର ଚଳ ପ୍ରଚଳନ କରିପାରେ ନାହିଁ ସେଥିଲାଗି ସେମାନେ ନିଜର ମୁଣ୍ଡକୁ ୨୭୦o କୋଣରେ ବୁଲାଇ ପାରନ୍ତି । ପେଚାମାନଙ୍କ ଗର୍ଦ୍ଧନମେରୁଯୋଡ ୧୪ଟି ଥାଏ ଯେଉଁଠାରେ ମନୁଷ୍ୟର ୭ଟି ଥାଏ ଯାହାଫଳରେ ମୁଣ୍ଡକୁ ୨୭୦ କୋଣରେ ବୁଲାଇଲେ ମଧ୍ୟ ରକ୍ତ ପ୍ରବାହରେ କୌଣସି ଅସୁବିଧା ହୁଏନାହିଁ ।

Burrowing owl (Athene cunicularia)[ସମ୍ପାଦନା]

ପେଚାମାନଙ୍କ କାନ ଦୁଇ ମଧ୍ୟ ସାମ୍ନାକୁ ଥାଏ ଏମାନେ କୌଣସି ଶବ୍ଦ ଶୁଣିଲେ ସେଇ ଶବ୍ଦର ଦିଗକୁ ମୁଣ୍ଡ ବୁଲାନ୍ତି ଯେତେ ପର୍ଯ୍ୟନ୍ତ ଶବ୍ଦ ଦୁଇକାନର ସଂସ୍ପର୍ଶରେ ନ ଆସେ ସେମାନେ ଶବ୍ଦକୁ ସଠିକ ରୂପେ ବୁଝିପାରନ୍ତି ନାଇଁ ।ପେଚାମାନଙ୍କ କର୍ଣ ଓ ଚକ୍ଷୁ ଉନ୍ନତ ନ ହେଇଥିଲେ ମଧ୍ୟ ତାଙ୍କ ଚଞ୍ଚୁ ଏକ କାରିଗରୀ ଅସ୍ତ୍ର ରୂପେ ବିବେଚିତ ହୁଏ । ପେଚମାନଙ୍କ ଚଞ୍ଚୁ ମୁହଁର ତଳ ଆଡକୁ ଥାଏ ଓ ଏହା ଏକ ଧାରୁଆ କରତ ପରି କାମ କରେ । ଚଞ୍ଚୁର ଏପରି ତଳ ଆଡ଼କୁ ଗଠନ ଯାହାକି ପେଚାକୁ ଦେଖିବାରେ କୌଣସି ବାଧା କରେନାହିଁ । ପେଚା ମାନେ ଉଡ଼ିବାରେ କୌଣସି ଶବ୍ଦ ହୁଏନି ହଁ ପବନ ଗତିର ଏକ ଶବ୍ଦ ଆସେ କିନ୍ତୁ ପେଚାର ଡେଣାରୁ କୌଣସି ଶବ୍ଦ ଆସେ ନାହିଁ । ଅଧିକାଂଶ ପେଚା ରାତ୍ରିକାଳରେ ସକ୍ରିୟ ରୁହନ୍ତି ଏବଂ କିଛି ପ୍ରଜାତି ଦିନ ସମୟରେ ମଧ୍ୟ ସକ୍ରିୟ ରହିବାରେ ପରିଲକ୍ଷିତ ହୋଇଛି ।

ପ୍ରଜନନ[ସମ୍ପାଦନା]

ପେଚାମାନଙ୍କ ଅଣ୍ଡା ବୃତ୍ତାକାର ଓ ଧଳା ଏବଂ ଏମାନେ ଏକାଧିକ ଅଣ୍ଡା ଦେଇଥା’ନ୍ତି । ଅଣ୍ଡା ଦେବାରେ ଏମାନେ ୧ରୁ ୩ ଦିନ ସମୟ ନିଅନ୍ତି ଯାହାଫଳରେ ଅଣ୍ଡା ଫୁଟିବାସମୟ ପୃଥକ ପୃଥକ ହୋଇଥାଏ ।

ମନୁଷ୍ୟ ଓ ପେଚା[ସମ୍ପାଦନା]

ପେଚାକୁ ନେଇ ଅନେକ ଅନ୍ଧ ବିଶ୍ଵାସ ରହିଅଛି ଯେପରିକି ହିନ୍ଦୁ ଧର୍ମରେ ଧଳାପେଚାକୁ ଲକ୍ଷ୍ମୀଙ୍କ ବାହାନ ଓ ଶୁଭ ବୋଲି ମଣିନିଆଯାଏ ମାଟିଆ ପେଚାକୁ ମୃତ୍ୟୁର ପ୍ରତୀକ ବା ଅଶୁଭ ମଣିନିଆଯାଏ । ଏତଦବ୍ୟତୀତ ଆମେରିକା,ଆଫ୍ରିକା ଓ ଆରବ ପରିଦେଶମାନଙ୍କରେ ମଧ୍ୟ ପେଚାକୁ ମୃତ୍ୟୁର ପ୍ରତୀକ ବା ଅଶୁଭ ବୋଲି ଧରାଯାଏ । ଫ୍ରାନସ,ବେଲ୍ଜିୟମ,ନେଦରଲ୍ୟାଣ୍ଡ ଆଦି ଦେଶରେ ବୁଦ୍ଦିମାନର ପ୍ରତୀକ ବୋଲି ବିବେଚିତ କରାଯାଏ । ପେଚାର କର୍ଣ ଓ ଚକ୍ଷୁର ଗଠନ ଅନୁଯାଇ ଏପରି ନାମକରଣ କରାଯାଇଛି ଯାହାର ଅର୍ଥ ବୋକା ବା ନିର୍ବୋଧ ।