ସୂର୍ଯ୍ୟମଣି ବେହେରା

ଉଇକିପିଡ଼ିଆ‌ରୁ
ସୂର୍ଯ୍ୟମଣି ବେହେରା
ଜନ୍ମ
ସୂର୍ଯ୍ୟମଣି ବେହେରା
ଜାତୀୟତାଭାରତୀୟ
ବୃତ୍ତିଅବସରପ୍ରାପ୍ତ ପ୍ରଫେସର ଓ ଲୋକପ୍ରିୟ ବିଜ୍ଞାନ ଲେଖକ
Academic work
Notable works'ବିଜ୍ଞାନରୁ ଜ୍ଞାନ, ଯନ୍ତ୍ର କରୁଛି ମନ୍ତ୍ର, ବିଜ୍ଞାନ ସାହିତ୍ୟ ଦର୍ପଣ, ବିଜ୍ଞାନ ମେଳା

ସୂର୍ଯ୍ୟମଣି ବେହେରା ଜଣେ ଭାରତୀୟ ଅବସରପ୍ରାପ୍ତ ପ୍ରଫେସର ତଥା ଲୋକପ୍ରିୟ ବିଜ୍ଞାନ ଲେଖକ । ସେ ଓଡ଼ିଶାରେ ଜନ୍ମିତ ଓ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ୪୨ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ତାଙ୍କର କିଛି ଜଣାଶୁଣା ପୁସ୍ତକ ହେଲା ବିଜ୍ଞାନରୁ ଜ୍ଞାନ, ଯନ୍ତ୍ର କରୁଛି ମନ୍ତ୍ର, ବିଜ୍ଞାନ ସାହିତ୍ୟ ଦର୍ପଣବିଜ୍ଞାନ ମେଳା । ସେ ଔଷଧୀୟ ଉଦ୍ଭିଦ ଚାଷ ଉପରେ ମଧ୍ୟ ପୁସ୍ତକ ରଚନା କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ଉପରେ ତାଙ୍କର ପ୍ରବନ୍ଧଗୁଡ଼ିକ କୁଟୀର ଶିଳ୍ପ ପାଇଁ ବ୍ୟବହାର ହେଉଛି । ସେ "ଲୋକପ୍ରିୟ ବିଜ୍ଞାନ ମଞ୍ଚ" ନାମକ ଏକ ସଂଗଠନ ପ୍ରତିଷ୍ଠା କରି ତାହା ମାଧ୍ୟମରେ ୨୦୦୨ରୁ ବିଦ୍ୟାଳୟ, ମହାବିଦ୍ୟାଳୟ, ସେଚ୍ଛାସେବୀ ଅନୁଷ୍ଠାନ, ଲେଖକ ଏବଂ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।[୧] ଛପା ମିଡ଼ିଆ ମାଧ୍ୟମରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଲୋକପ୍ରିୟ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ୨୦୧୯ ଜାତୀୟ ପୁରସ୍କାର ପାଇଥିଲେ । ଏହା ତାଙ୍କୁ ୨୦୨୦ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଦ୍ୱାରା ପ୍ରଦାନ କରାଯାଇଥିଲା ।[୨][୩] ବିଜ୍ଞାନାଗାରକୁ ଜ୍ଞାନ ବିତରଣ ପାଇଁ ବ୍ୟବହାର କରିବା ଓ ବିଜ୍ଞାନ ପ୍ରଭାବରେ ଜନସାଧାରଣଙ୍କୁ ଅଧିକ ଉପାର୍ଜନକ୍ଷମ କରାଇବା ତାଙ୍କ ଗବେଷଣାର ମୂଳ ଲକ୍ଷ୍ୟ । ବିଜ୍ଞାନ ସାହିତ୍ୟ ରଚନା ନିମନ୍ତେ ତାଙ୍କୁ ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ପୁସ୍ତକ ମେଳା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ, କଟକଦ୍ୱାରା ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ ମିଳିଛି ।[୪][୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ୨୦୧୯ ଜାତୀୟ ଜନପ୍ରିୟ ବିଜ୍ଞାନ ସାହିତ୍ୟ ରଚନା ପୁରସ୍କାର (ଛପା ମିଡ଼ିଆ ମାଧ୍ୟମରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଲୋକପ୍ରିୟ, ୨୦୨୦ ମସିହାରେ ପ୍ରଦତ୍ତ)[୨]
  • ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ - ୨୦୨୦[୬]

ଆଧାର[ସମ୍ପାଦନା]

  1. Pioneer, The. "Science writer Behera wins national award". The Pioneer (in ଇଂରାଜୀ). Retrieved 29 February 2020.
  2. ୨.୦ ୨.୧ "Suryamani Behera feted for popularising Science and Technology - OrissaPOST". Odisha News, Odisha Latest news, Odisha Daily - OrissaPOST. 28 February 2020. Retrieved 29 February 2020.
  3. "ଡକ୍ଟର ସୂର୍ଯ୍ୟମଣି ବେହେରାଙ୍କୁ ରାଷ୍ଟ୍ରପତିଙ୍କ ସମ୍ବର୍ଦ୍ଧନା – ପାଇଲେ ୨୦୨୦ ମସିହା ପାଇଁ ଜନପ୍ରିୟ ବିଜ୍ଞାନ ସାହିତ୍ୟ ରଚନା ପୁରସ୍କାର | Samaja Live". ସମାଜ. 28 February 2020. Retrieved 29 February 2020.
  4. "ସୂର୍ଯ୍ୟମଣି ବେହେରାଙ୍କୁ ରାଷ୍ଟ୍ରୀୟ ଜନପ୍ରିବିଜ୍ଞାନ ସାହିତ୍ୟ ରଚନା ପୁରସ୍କାର". ସମାଜ. Archived from the original on 29 February 2020. Retrieved 29 February 2020.
  5. ବ୍ୟୁରୋ, ଓଡ଼ିଶା ସମ୍ବାଦ (24 February 2020). "ରାଷ୍ଟ୍ରୀୟ ସମ୍ମାନ ପାଇଁ ଡା. ସୂର୍ଯ୍ୟମଣି ବେହେରା ମନୋନୀତ". Odisha Sambad. Retrieved 1 March 2020.
  6. "ପ୍ରଫେସର ସୂର୍ଯ୍ୟମଣି ବେହେରା ପାଇବେ ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ". No. ଧରିତ୍ରୀ ୦୩/୦୩/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. ଧରିତ୍ରୀ. Retrieved 3 March 2020.