ଜଗନ୍ନାଥ ମହାନ୍ତି
ଦେଖଣା
(Jagannath Mohantyରୁ ଲେଉଟି ଆସିଛି)
ଜଗନ୍ନାଥ ମହାନ୍ତି | |
---|---|
ଜନ୍ମ | ଜଙ୍ଗଲବରୀ ଗ୍ରାମ, ଗୋପ, ପୁରୀ | ୭ ଜାନୁଆରୀ ୧୯୩୭
ମୃତ୍ୟୁ | ୧୨ ମାର୍ଚ୍ଚ ୨୦୧୧ | (ବୟସ ୭୪)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଲେଖକ, ଔପନ୍ୟାସିକ |
ବୈବାହିକ-ସାଥୀ | ବିବାହିତ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜଗନ୍ନାଥ ମହାନ୍ତି (୭ ଜାନୁଆରୀ ୧୯୩୭ - ୧୨ ମାର୍ଚ୍ଚ ୨୦୧୧) ଜଣେ ଶିକ୍ଷାବିତ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଶିଶୁ ସାହିତ୍ୟିକ ଓ ଔପନ୍ୟାସିକ ଥିଲେ ।
ଅଳ୍ପରେ
[ସମ୍ପାଦନା]ଜଗନ୍ନାଥ ମହାନ୍ତି ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଜଙ୍ଗଲବରୀ ଗ୍ରାମରେ ୧୯୩୭ ମସିହା ଜାନୁଆରୀ ୭ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।[୧] ରେଭେନ୍ସା ମହାବିଦ୍ୟାଳୟ, କେନ୍ଦ୍ରୀୟ ଇଂରାଜୀ ଶିକ୍ଷା ପ୍ରତିଷ୍ଠାନ ଓ ଇଂଲଣ୍ଡର ଲର୍ଡ୍ସ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଇଂରାଜୀ ସାହିତ୍ୟରେ ଅଧ୍ୟାପନା କରିଥିଲେ । ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରେ ଥାଇ ସରକାରୀ ସେବାରୁ ଅବସର ଗ୍ରହଣ କରିଥିଲେ ।[୨]
ରଚନାବଳୀ
[ସମ୍ପାଦନା]ଜଗନ୍ନାଥ ମହାନ୍ତି ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ୩୦୦ରୁ ଅଧିକ ପୁସ୍ତକ ରଚନା କରିଥିଲେ । ମଧୁସୂଦନ ଦାସଙ୍କ ପିଲାଦିନର ଏକ ଛୋଟ ଘଟଣା ଉପରେ ଆଧାରିତ ତୁମପରି ଛୋଟ ପିଲାଟିଏ ତାଙ୍କର ଏକ ଉଲ୍ଲେଖନୀୟ ରଚନା ।[୩]
- ଅନ୍ଧାର ଓ ଆଲୁଅର କାହାଣୀ
- ଆମରି ଜାତିର ଆଗୁଆ ନେତା
- ଆମରି ମାଟିର ଅମର ଶହୀଦ
- ଓଡ଼ିଶା ଶିଶୁସାହିତ୍ୟ ସମୀକ୍ଷା
- ଓଡ଼ିଶାର ସ୍ମରଣୀୟ ଶିକ୍ଷକବୃନ୍ଦ
- କାଉଁରୀ କାମଚଣ୍ଡୀର ଦେଶେ
- କାଦୁଅର କୁମ୍ଭ
- କୃତ୍ରିମ ଉପଗ୍ରହର ଜୟଯାତ୍ରା
- ଜୀବନ ଗୀତି
- ତ୍ରିପୁର କଥା
- ଦୂର ଦିଗନ୍ତ
- ନବ ଦିଗନ୍ତ
- ଭାରତ ଭ୍ରମଣ
- ମାଟିର ଚାଷୀ ଜାତିର ପଦ୍ମଶ୍ରୀ
- ମୋ ଜୀବନ କଥା
- ଯେତେ ସଳଖ କଲେ ବି କୁକୁର ଲାଙ୍ଗୁଡ଼ ବଙ୍କା
- ଶିଶୁ ପୁତ୍ରକ
- ସୁଖ ଦୁଃଖର ସାଥି
- ସତରେ ସେ ଥିଲେ ସାହାସୀ
- ସବୁଜ ଲୁଚକାଳି
- ସୂର୍ଯ୍ୟ ସ୍ନାତ
- ଗଛ ଲତା ଆମର ବନ୍ଧୁ
ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨ଥର)
- ୧୯୬୯: ଆଲୁଅର କୁହୁକ ଓ ଶବ୍ଦର ଲୁଚକାଳି
- ୧୯୮୬: ଦୂର ଦିଗନ୍ତ [୪]
- ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ, ୨୦୦୭
ଆଧାର
[ସମ୍ପାଦନା]- ↑ Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 788–. ISBN 978-81-260-0873-5.
- ↑ "Prof Jagannath Mohanty passes away". Orissa Diary. Archived from the original on 5 March 2016. Retrieved 25 December 2014.
- ↑ "Jagannath Mohanty passes away at 74". Times of India. 13 March 2011. Retrieved 25 December 2014.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 20 March 2017.
ଅଧିକ ତଥ୍ୟ
[ସମ୍ପାଦନା]ଓଡ଼ିଆ Wikisource has original text related to this article: