ନନ୍ଦକିଶୋର ସିଂହ
ନନ୍ଦକିଶୋର ସିଂହ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଶଙ୍ଖପାଳ (ସାଦକପୁର), କୋରାଇ, ଯାଜପୁର | ୧୫ ମଇ ୧୯୪୨
ବୃତ୍ତି | ଗୀତିକବି, ଲେଖକ, ଶିକ୍ଷାଧିକାରୀ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ନନ୍ଦକିଶୋର ଗୀତିବିଚିତ୍ରା[୧] |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର |
ପିତାମାତା | ରାଜକିଶୋର ସିଂହ (ପିତା), ରୂପା ଦେବୀ (ମାତା) |
ନନ୍ଦକିଶୋର ସିଂହ (ଜନ୍ମ: ୧୫ ମଇ ୧୯୪୨) ଜଣେ ଓଡ଼ିଆ ପ୍ରାବନ୍ଧିକ, ଗୀତିକବି ଓ ସମାଲୋଚକ । ସେ ନିଜ ଗ୍ରନ୍ଥ ନନ୍ଦକିଶୋର ଗୀତିବିଚିତ୍ରା ପାଇଁ ସେ ୨୦୦୧ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ନନ୍ଦକିଶୋର ଯାଜପୁର ଜିଲ୍ଲାର କୋରେଇ ଅନ୍ତର୍ଗତ ସାଦକପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୩ରୁ ସେ ଆକାଶବାଣୀ, କଟକ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ପରେ ନାଟ୍ୟକାର ଭାବେ ମାନ୍ୟତା ପାଇଥିଲେ ।ପେସାରେ ଜଣେ ଶିକ୍ଷାଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ନିଶା ଥିଲେ ସାହିତ୍ୟ ସାଧନା । କବିତା, ଗଜଲ, ଗୀତିକବିତା, ସମାଲୋଚନା, ନାଟକ, ଗଳ୍ପ, ଉପନ୍ୟାସ, ଅନୁବାଦ ଭଳି ସାହିତ୍ୟର ଅନେକ ବିଭାଗରେ ସେ ସଫଳତାର ସହିତ ଲେଖନୀ ଚାଳନା କରିଛନ୍ତି । ସେ କୋରାଇ ମଣ୍ଡଳ ସାହିତ୍ୟ ସଂସଦର ସଭାପତି ରହିବା ସହ ନନ୍ଦକିଶୋର ପଲ୍ଲୀବିକାଶ ସାଂସ୍କୃତିକ ଫାଉଣ୍ଡେସନ ଗଠନ କରି ତାର ଅଧ୍ୟକ୍ଷ ରହିଛନ୍ତି । ତା' ମାଧ୍ୟମରେ ସେ ବୋଲେ ହୁଁଟି ପତ୍ରିକା ପ୍ରକାଶ କରିଆସୁଛନ୍ତି । ଗଜଲ ରଚନା ପାଇଁ ସେ ଗଜଲ ବାଦଶାହ ଉପାଧିରେ ସମ୍ମାନୀତ । ୨୦୦୦ ମସିହାରେ ସେ ଶିକ୍ଷା ବିଭାଗରୁ ଅବସର ପ୍ରାପ୍ତ ।[୨]
ରଚନାବଳୀ
[ସମ୍ପାଦନା]ଗୀତିକବିତା
[ସମ୍ପାଦନା]- ଗୀତିଗୁଚ୍ଛ (୧୯୭୦)
- ଗୀତି ଓ ଗଜଲ (୧୯୭୭)
- ଇଚ୍ଛାମତୀ ନଦୀ (୧୯୯୭)
- ନନ୍ଦକିଶୋର ଗୀତିବିଚିତ୍ରା (୧୯୯୯)
- ନନ୍ଦକିଶୋରଙ୍କ ଶ୍ରେଷ୍ଠ ୧୦୧ ଗୀତି (୨୦୧୩)
- ନନ୍ଦକିଶୋରଙ୍କ ଅଧା ଗୀତି : ଅଧା କବିତା (୨୦୧୭)
- ନମାମୀ ନନ୍ଦକିଶୋର (୨୦୨୩)
- କଣ୍ଠରେ କଣ୍ଠରେ ନନ୍ଦକିଶୋର
- ଢଗଢ଼ମାଳିରେ ଚାଷବାସ କଥା
ନାଟକ
[ସମ୍ପାଦନା]- ଲହୁଲୁହ
- ମାନସୀ ଗବେଷଣାଗାର
- ସବୁ ମଣିଷ ସମାନ
- ଗୁରୁଦକ୍ଷିଣା
ନାଟକ/ଏକାଙ୍କିକା
[ସମ୍ପାଦନା]- ସୂର୍ଯ୍ୟ ଶିଖା ଓ ଅନ୍ୟାନ୍ୟ ନାଟିକା (୨୦୨୩)
ଶିଶୁସାହିତ୍ୟ
[ସମ୍ପାଦନା]- ରଙ୍ଗବେରଙ୍ଗ
- ସାବାସ୍ ଟୁଟୁ
- ମଜା କାହାଣୀ
- ଚୁଇଙ୍ଗ୍ ଗମରୁ ଚିଡ଼ିଆଖାନା
- ପିଲାଙ୍କ କଥାସରିତ ସାଗର
- ଶ୍ରବଣ କୁମାର
- ପୁରାଣ କଥା
- ବେତାଳ କାହାଣୀ
ଅନୁବାଦ
[ସମ୍ପାଦନା]- ଆବିଦ ସୁରତୀଙ୍କ ରସିକ ନବାବ (୨୦୧୦)
ପ୍ରବନ୍ଧ/ଆଲୋଚନା
[ସମ୍ପାଦନା]- ଅନୁଭୂତିସିଦ୍ଧ ନିବନ୍ଧ
- ଯମପୁରୀରେ ଜମାନବନ୍ଦୀ
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର
- ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର
- ଓଡ଼ିଆ ଗୀତିକବି ସମାଜ ପୁରସ୍କାର
- ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସମ୍ମାନୀତ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ପୁସ୍ତକ ଓ ଲେଖକ". Odisha Sahitya Akademi. Odisha Sahitya Akademi. Retrieved 10 December 2024.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୫୨୯, ୮୧୬, ୮୨୮, ୮୯୨. ISBN 81-7400-331-2.