ତୁମ ପରି ଛୋଟ ପିଲାଟିଏ

ଉଇକିପିଡ଼ିଆ‌ରୁ
(ତୁମପରି ଛୋଟ ପିଲାଟିଏରୁ ଲେଉଟି ଆସିଛି)

"ତୁମ ପରି ଛୋଟ ପିଲାଟିଏ" ଜଗନ୍ନାଥ ମହାନ୍ତିଙ୍କ ଲିଖିତ ଚିଲିକା ଦର୍ଶନ(କବିତା)ର ଅଂଶ

ତୁମ ପରି ଛୋଟ ପିଲାଟିଏ
ଗାଆଁ ଚାହାଳୀର ଚାଟ ସିଏ
ଚେହେରାଟି ତାର ଡଉଲ ଡାଉଲ
ବୁଦ୍ଧିରେ ତାହାର ସରି କିଏ? ॥୧॥

ଛାଡି ଯାଇଥିଲା ଦିନେ ଝଡ଼ି
ବାହାରିଲା ସିଏ ପାଠପଢ଼ି
ବାଟେ ଯାଉଯାଉ ଖସିଗଲା ଗୋଡ଼
ମୁଁହ ମାଡ଼ି ତଳେ ଗଲା ପଡ଼ି। ॥୨॥

ଗୁରୁଜୀ ଦେଖିଲେ ଦେହ ତାର
ପାଣି କାଦୁଅରେ ସରସର
ତିଳେ ହେଁ ସେଥିକୁ ଖାତିରି ନକରି
ଆସିଅଛି ହୋଇ ତରବର ॥୩॥

ପଚାରିଲେ ଗୁରୁ ଏକି ହେଲା
ଏତେ ସରି ତୋତେ କିଏ କଲା
ପିଲାଟି କହିଲା ବେଗେ ଆସୁଆସୁ
କାଦୁଆରେ ଗୋଡ଼ ଖସିଗଲା ॥୪॥

ହେଲା ଦଶହରା ଛୁଟିବେଳ
ଗାଁ ସାଥୀ ସବୁ କଲା ମେଳ
ମାଟି, ଗୋଡ଼ି, ବାଲି ପକାଇ ସଭିଏଁ
ଗାଆଁ ମାଟି କଲେ ସମତୁଲ ॥୫॥

ଏହା ଦେଖି ଲୋକେ ହେଲେ କାବା
ଡକାଇଲେ ଗୁରୁ ଚାଟସଭା
କହିଲେ ଏଭଳି ଭଲକାମ କଲେ
ଦୁନିଆଁରେ ଦିନେ ବଡ଼ ହେବା ॥୬॥

ବଡ଼ ହେଲା ଦିନେ ସେହି ପିଲା
ମଧୁ ବାରିଷ୍ଟର ବୋଲାଇଲା
ଦେଶ ପାଇଁ କେତେ କାମ କରି ସିଏ
କାଳ କାଳ ଯଶ ରଖିଗଲା ॥୭॥

କହିଲା ଜାତିର କାନେ କାନେ
ଉଠିବୁ ଆଉ ତୁ କେତେଦିନେ
ପୂରୁବ ଗୌରବ ପୂରୁବ ମହିମା
ପଡ଼ୁନାହିଁ କିରେ ତୋର ମନେ? ॥୮॥

ତେଜଭରା ତା’ର ବୀରବାଣୀ
ନବଜାଗରଣ ଦେଲା ଆଣି
ନୂଆ ଜୀବନର ଆଲୋକ ଦେଖାଇ
କୋଟି ଜନମନ ନେଲା ଟାଣି ॥୯॥