ପଟ୍ଟଚିତ୍ର

ଉଇକିପିଡ଼ିଆ‌ରୁ
ହରିରାଧାଙ୍କୁ ନେଇ ଅଙ୍କିତ ପଟ୍ଟଚିତ୍ର

ପଟ୍ଟଚିତ୍ର ଓଡ଼ିଶାର ଏକ ପାରମ୍ପାରିକ ଚିତ୍ରକଳା । ଏହା ପ୍ରଧାନତଃ ଜଗନ୍ନାଥ ତଥା ହରିରାଧାଙ୍କ ପ୍ରେମକଥାର ବର୍ଣ୍ଣନାକୁନେଇ ଅଙ୍କାଯାଇଥାଏ । ପଟ୍ଟଚିତ୍ରସବୁ ଜଗନ୍ନାଥ ସଂସ୍କୃତିକୁ ନେଇ ସୃଷ୍ଟି ହୋଇଛି । ଏହା ଓଡ଼ିଆ ଚିତ୍ରକରମାନଙ୍କ ଦେଇ ନାନାଦି ପ୍ରାକୃତିକ ରଙ୍ଗର ବ୍ୟବହାର କରି ପଟ୍ଟ ବା ମଣ୍ଡଦିଆ କନା ଉପରେ ଅଙ୍କାଯାଇଥାଏ । ଏହା ଓଡ଼ିଶାର ଏକ ମୁଖ୍ୟ ଓ ବହୁ ପୁରାତନ କଳା । ପଟ୍ଟ ଶବ୍ଦର ଅର୍ଥ କନା, ଏକ ବିଶେଷ କନା ଉପରେ ଅଙ୍କିତ ଏହି ବିଶେଷ ଧରଣର ଚିତ୍ରକୁ ପଟ୍ଟଚିତ୍ର କୁହାଯାଇଥାଏ । ଏଥିରେ ନାନା ପ୍ରକାରର ଆଧ୍ୟାତ୍ମିକ ଛବି ଅଙ୍କାଯାଇଥାଏ ।[୧] ପଟ୍ଟଚିତ୍ରର ଇତିହାସ ହଜାରେ ବର୍ଷରୁ ଅଧିକ ।

ସୃଷ୍ଟି ଓ ଇତିହାସ[ସମ୍ପାଦନା]

ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀ ପୂର୍ବରୁ କଳିଙ୍ଗ (ବର୍ତ୍ତମାନର ଓଡ଼ିଶା)ର ଚିତ୍ରଶିଳ୍ପୀମାନେ ତାଳପତ୍ର ସହିତ, ରାଜପ୍ରସାଦର ମନ୍ଦିର, ମଠ କାନ୍ଥ ଇତ୍ୟାଦିରେ "ଭିତ୍ତି" ଚିତ୍ର ଖୋଦିତ ଅଥବା ଚିତ୍ର କରୁଥିଲେ। ସମ୍ଭବତ ଏହି ଚିତ୍ରଗୁଡ଼ିକ କାନ୍ଥବାଡ଼ରେ କରାଯାଉଥିବାରୁ ଏହାକୁ "ଭିତ୍ତି" ଚିତ୍ର କୁହାଯାଉଥିଲା । ୫ମ ଶତକର ପୁରୀ, କୋଣାର୍କଭୁବନେଶ୍ୱରର କାନ୍ଥରେ ଅଙ୍କା ଛବିସବୁରୁ ପଟ୍ଟଚିତ୍ରର ଜନ୍ମ । ପୁରୀର ରଘୁରାଜପୁରଠାରେ ଏହି କଳାର ପୁରୁଷ ପୁରୁଷ ଧରି ଅଭୂତପୂର୍ବ ବିକାଶ ଘଟିଛି ଯାହା ଏହି ଗାଆଁକୁ ଶିଳ୍ପୀଗ୍ରାମର ମାନ୍ୟତା ଦେଇଛି ।

ପ୍ରକାରଭେଦ[ସମ୍ପାଦନା]

ପଟ୍ଟଚିତ୍ର ଦୁଇ ଭାଗରେ ବିଭକ୍ତ

  • ବୈଷ୍ଣବ ଚିତ୍ର
  • ଭାଗବତ ଚିତ୍ର
  • ରାମାୟଣ ଚିତ୍ର
  • ଜଗନ୍ନାଥ ଚିତ୍ର
  • ଶୈବ ଚିତ୍ର
  • ଶାକ୍ତ ଚିତ୍ର
  • ପୁରାଣ ଚିତ୍ର
  • ରାଗଚିତ୍ର
  • ବାନ୍ଧଛିତ୍ର
  • ଯମପତି ଓ ଯାତ୍ରିପଟ୍ଟ (ପୁରୀ ମନ୍ଦିରର ଛବି)
ଜଗନ୍ନାଥ ସଂସ୍କୃତି ଉପରେ ଏକ ପଟ୍ଟଚିତ୍ର

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]