ଚାରି ଧାମ

ଉଇକିପିଡ଼ିଆ ରୁ
ଚାରି ଧାମ

Badrinath temple.jpgRameswaram Gopuram.jpgDwarkadheesh temple.jpgTemple-Jagannath.jpg

ବଦ୍ରୀନାଥରାମେଶ୍ଵରମ
ଦ୍ଵାରକାପୁରୀ

ଆର୍ଯ୍ୟାବର୍ତ୍ତ ଭାରତ ବର୍ଷର ପ୍ରତ୍ୟେକ ଭାରତୀୟ ଚତୁର୍ଦ୍ଧାମ ରାମେଶ୍ଵର, ପୁରୀ, ବଦ୍ରୀନାଥ ଓ ଦ୍ଵାରକା ଦର୍ଶନର କାମନା କରିଥାନ୍ତି । ଚାରୋଟି ସ୍ଥାନ – ଚାରିଧାମ ପରମ ପବିତ୍ର । ଏଥିମଧ୍ୟରୁ ତିନୋଟି ଧାମ ପୁରୀ, ରାମେଶ୍ଵର ଏବଂ ଦ୍ଵାରକା ସାଗର କୂଳରେ ଓ ବଦ୍ରୀନାଥ ଧାମ ହିମାଳୟ ପର୍ବତରେ ଅବସ୍ଥିତ । କଥିତ ଅଛି ଯେ ମନୁଷ୍ୟ ପରି ଭଗବାନ ମଧ୍ୟ ରାମେଶ୍ଵରରେ ସ୍ନାନ କରି ଆଭୂଷଣ ବିମଣ୍ଡିତ ହୁଅନ୍ତି ଦ୍ଵାରକାରେ, ଶ୍ରୀକ୍ଷେତ୍ରରେ ଷାଠିଏ ପଉଟି ଭୋଜନ କରି ବଦ୍ରିକାର ନିଶ୍ଚଳ ଅଞ୍ଚଳରେ ସୁଖ ନିଦ୍ରା ଯାଇଥାନ୍ତି । କାର୍ତ୍ତିକ ଠାରୁ ବୈଶାଖ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଛଅମାସ କାଳ ବଦ୍ରୀନାଥ ମନ୍ଦିର ଦ୍ଵାର ବନ୍ଦ ରହେ ।

ଅଦ୍ଵୈତ ମତବାଦର ପ୍ରଣେତା ଆଦି ଶଙ୍କରାଚାର୍ଯ୍ୟ ସ୍ଵପ୍ରତିଷ୍ଠିତ ସନ୍ନ୍ୟାସୀ ସଂପ୍ରଦାୟକୁ ଦଶ ଭାଗରେ (ଯଥା- ତୀର୍ଥ, ଆଶ୍ରମ, ବନ, ଅରଣ୍ୟ, ଗିରି, ପର୍ବତ, ସାଗର, ପୁରୀ, ଭାରତୀ ଓ ସରସ୍ଵତୀ) ବିଭକ୍ତ କରି ସେମାନଙ୍କ ବ୍ୟବହାର ପାଇଁ ଭାରତର ଚତୁର୍ଦ୍ଦିଗରେ ଚାରିଟି ମଠ ତାଙ୍କର ଚାରିଜଣ ଶିଷ୍ୟଙ୍କ ଅଧିନରେ ସ୍ଥାପନ କରିଥିଲେ ଓ ପ୍ରତ୍ୟେକ ମଠରେ ଦେବ, ଆଚାର୍ଯ୍ୟ ଏବଂ ମଠ ସେବକ ବ୍ରହ୍ମଚାରୀ ନିଯୁକ୍ତ କରିଥିଲେ ୤ ସେହି ଚାରିଗୋଟି ମଠ ଆଜି ପର୍ଯ୍ୟନ୍ତ ଶିଷ୍ୟ ପ୍ରଶିଷ୍ୟାନୁକ୍ରମେ ମଠଧାରୀମାନଙ୍କଦ୍ଵାରା ପରିଚାଳିତ ହୋଇ ଆସୁଅଛି ୤

ପଶ୍ଚିମରେ ଦ୍ଵାରକାସ୍ଥିତ ଶାରଦା ମଠରେ ପୀଠାଧିକାରୀଙ୍କ ନାମ ହସ୍ତାମଳକାଚାର୍ଯ୍ୟ ୤ ଦଶନାମୀ ସନ୍ନ୍ୟାସୀମାନଙ୍କ ମଧ୍ୟରୁ ତୀର୍ଥ ଓ ଆଶ୍ରମ ନାମଧାରୀ ସନ୍ନ୍ୟାସୀମାନଙ୍କ ବାସ ନିମିତ୍ତ ଏହି ମଠଟି ଉତ୍କୃଷ୍ଟ ୤ ପୂର୍ବରେ ପୁରୀସ୍ଥିତ ଗୋବର୍ଦ୍ଧନ ମଠରେ ପୀଠାଧିକାରୀଙ୍କ ନାମ ପଦ୍ମପାଦାଚାର୍ଯ୍ୟ ୤ ବନ ଓ ଅରଣ୍ୟ ନାମଧାରୀ ସନ୍ନ୍ୟାସୀମାନଙ୍କ ନିମିତ୍ତ ଏହି ମଠଟି ଉତ୍କୃଷ୍ଟ ୤ ଉତ୍ତରରେ ବଦରିକାଶ୍ରମସ୍ଥିତ ଯୋଶୀ ମଠ ବା ଜ୍ୟୋତିଃ ମଠରେ ପୀଠାଧିକାରୀଙ୍କ ନାମ ତ୍ରୋକଟାଚାର୍ଯ୍ୟ ୤ ଗିରି, ପର୍ବତ ଓ ସାଗର ନାମଧାରୀ ସନ୍ନ୍ୟାସୀମାନଙ୍କ ବାସ ନିମିତ୍ତ ଏହି ମଠଟି ଉତ୍କୃଷ୍ଟ ୤ ଦକ୍ଷିଣରେ ଶୃଙ୍ଗେରୀ (ଋଶ୍ୟଶୃଙ୍ଗାଶ୍ରମ) ମଠରେ ପୀଠାଧିକାରୀଙ୍କ ନାମ ସୁରେଶ୍ଵରାଚାର୍ଯ୍ୟ ୤ ପୁରୀ, ଭାରତୀ ଓ ସରସ୍ଵତୀ ନାମଧାରୀ ସନ୍ନ୍ୟାସୀମାନଙ୍କ ବାସାର୍ଥେ ଏହା ଉତ୍କୃଷ୍ଟ ୤

ଆଧାର[ସମ୍ପାଦନା]