ଖଜା
ଉଇକିପିଡ଼ିଆ ରୁ
ଏହି ଲେଖାଟି ଖଜା ବାବଦରେ । ବାକିସବୁ ପାଇଁ, ମିଠା ଦେଖନ୍ତୁ ।
ପୁରୀ ଜଗନ୍ନାଥ ମନ୍ଦିରର ଖଜା (ଫେଣି) |
|
| ଆରମ୍ଭ | |
|---|---|
| ଅଲଗା ନାଆଁ | ଫେଣି |
| ମୂଳ ଜାଗା | ଭାରତ |
| ଅଞ୍ଚଳ | ପୁରୀ, ଓଡ଼ିଶା |
| ଖାଇବାର ସବିଶେଷ | |
| ମୂଳ ଉପାଦାନ | ମଇଦା, କଳା ଜିରା |
ଖଜା ବା ଫେଣି ଏକ ଓଡ଼ିଆ ପିଠା [୧]ଯାହା ମଇଦାରୁ ତିଆରି ହୋଇଥାଏ । ଏହା ଦେଖିବାକୁ ଲମ୍ବା ଓ ପରସ୍ତ ପରସ୍ତ ହୋଇଥାଏ । ଏହା ଜଗନ୍ନାଥଙ୍କ ସକାଳ ଧୂପରେ ଠାକୁର ମାନଙ୍କୁ ଅର୍ପଣ କରାଯାଇଥାଏ । ଖଜା (ଫେଣି) ପୁରୀର ଏକ ପ୍ରସିଦ୍ଧ ମିଠା । ଏହାକୁ ଅନେକ ଦିନ ଧରି ବନ୍ଦ ଡବାରେ ସାଇତି ରଖି ଖିଆଯାଇପାରେ । ଏହା ଝିଅ ମାନଙ୍କୁ ବିଦା କଲାବେଳେ, ପର୍ବ ପର୍ବାଣିରେ ଓଡ଼ିଆ ଘରେ ବେଭାର ଭାବରେ ପଠାଯାଇଥାଏ ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଉପାଦାନ
[ଏହାକୁ ବଦଳାନ୍ତୁ] ତିଆରି ପ୍ରଣାଳୀ
ମଇଦାରେ ପାଣି ମିଶାଇ ଗୋଳାଇ ରୁଟି ଗୁଳା ପରି ଗୁଳା ମାନ ତିଆରି କରି କେଇ ମିନିଟ ରଖାଯାଏ । ତାହାପରେ ଏହାକୁ ବେଲି ଗୋଲ ଗୋଲ ମୋଟା ରୁଟି ପରି ଗଢ଼ାଯାଇଥାଏ । ଏହାକୁ ପୁଣି ପରସ୍ତ ପରସ୍ତ କରି ବେଲାଯାଇ ଲମ୍ବା ଲମ୍ବା ଖଜା ତିଆରି କରାଯାଇ ଧିମା ଆଞ୍ଚରେ ତେଲରେ ଛଣାଯାଇଥାଏ । ଚିନିରେ ରାସେଣି ବା ସିରା ତିଆରି କରାଯାଇ ଏହି ଛଣା ଖଜାକୁ ଏଥିରେ କିଛି ସମୟ ପକାଯାଇ ବାହାରକୁ କାଢ଼ି ଆଣି ଥଣ୍ଡା କରାଯାଇଥାଏ
[ଏହାକୁ ବଦଳାନ୍ତୁ] ଆଧାର
[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ
|
||||||||||||||||||||||||||||||||