ଫୁଲବାଣୀ
| ଫୁଲବାଣୀ | |
| — ସହର — | |
|
|
|
| ଦିଗବାରେଣି | 20.47°N 84.23°E / 20.47°N 84.23°Eଦିଗବାରେଣି: 20.47°N 84.23°E / 20.47°N 84.23°E |
| ଦେଶ | ଭାରତ |
| ରାଜ୍ୟ | Orissa |
| ଭାରତର ଜିଲାସବୁ | କନ୍ଧମାଳ |
| ଲୋକସଂଖ୍ୟା | ୩୩,୮୮୭ (2001[update]) |
| ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
| ପରିସୀମା |
• ୪୮୫ ମିଟରs ( ଫୁଟ) |
ଫୁଲବାଣୀ ଭାରତର ଓଡ଼ିଶାରେ ଥିବା କନ୍ଧମାଳ ଜିଲ୍ଲା ର ସଦର ମହକୁମା ଓ ଏକ ମୁଖ୍ୟ ସହର ।
ଭୂଗୋଳ [ସମ୍ପାଦନା]
ଫୁଲବାଣୀ 20°28′N 84°14′E / 20.47°N 84.23°E ଠାରେ ଅବସ୍ଥିତ ।[୧] ସମୁଦ୍ର ପତ୍ତନଠାରୁ ଏହାର ହାରାହାରି ଉଚ୍ଚତା ୪୮୫ ମିଟର (୧୫୯୧ ଫୁଟ).
ପର୍ବପର୍ବାଣୀ [ସମ୍ପାଦନା]
ପ୍ରତି ଦୁଇବର୍ଷରେ ଥରେ ମା' ନାରାୟଣୀ ଠାକୁରାଣୀ ଯାତ୍ରା ମହାସମାରୋହରେ ପାଳନ କରାଯାଇଥାଏ । ଯାତ୍ରାର ପ୍ରଥମ ଦିନ ପୂର୍ବାହ୍ନରେ ମା'ଙ୍କ ଅସ୍ଥାୟୀ ମଣ୍ଡପ ଗମ୍ଭିରା ପ୍ରତିଷ୍ଠା କରାଯାଇ ଅପରାହ୍ନରେ ଏକ ପଟୁଆରରେ ଯାଇ ଗ୍ରାମଦେବୀ, ଅମଲାପଡାସ୍ଥିତ ମା' ବ୍ରାହ୍ମଣଦେବୀ, ଫୁଲବାଣୀସାହି ସ୍ଥିତ ମା' ବରାଳଦେବୀ ଓ ନଦୀଖଣ୍ଡି ସାହି ସ୍ଥିତ ବ୍ୟାଘ୍ରଦେବୀଙ୍କୁ ବରଣ କରିବା ପରେ ରାତ୍ରରେ ମା’ ନାରାୟଣୀଙ୍କୁ ନିମନ୍ତ୍ରଣ କରାଯାଇ ଏକ ବିରାଟ ପଟୁଆର ମଧ୍ୟରେ ହାଟପଦା ସ୍ଥିତ ଅସ୍ଥାୟୀ ପୀଠକୁ ନିଆଯାଇଥାଏ ଅସ୍ଥାୟୀ ପୀଠରେ ପ୍ରତିଦିନ ନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ସନ୍ଧ୍ୟା ଆଳତୀ ହୋଇଥାଏ । ଗୁରୁବାର ଓ ଅମାବାସ୍ୟା ବ୍ୟତିତ ଯାତ୍ରା ଆରମ୍ଭରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା ଆଳତୀ ପରେ ମା’ ନାରାୟଣୀ ନିଜ ପାର୍ଶ୍ଵଦେବୀମାନଙ୍କ ସହ ନଗର ଭ୍ରମଣ ପୂର୍ବକ ବିଭିନ୍ନ ସାହି ତଥା ବଜାର ଭ୍ରମଣ କରି ବିଳମ୍ବିତ ରାତ୍ରିରେ ନିଜ ଅସ୍ଥାୟୀ ପୀଠକୁ ଫେରିଥାନ୍ତି ଯାତ୍ରା ସମୟରେ ମାନସିକ ବେଶଧାରୀମାନେ ବିଭିନ୍ନ ବେଶରେ ବାହାରିଥାନ୍ତି