ତାଳଚେର

ଉଇକିପିଡ଼ିଆ ରୁ

ତାଳଚେର
—  ସହର  —
ତାଳଚେର
ତାଳଚେରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20.95°N 85.22°E / 20.95°N 85.22°E / 20.95; 85.22ଦିଗବାରେଣି: 20.95°N 85.22°E / 20.95°N 85.22°E / 20.95; 85.22
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ଅନୁଗୋଳ
ଲୋକସଂଖ୍ୟା ୩୪,୯୮୪ (2001)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା

୭୮ ମିଟରs ( ଫୁଟ)

ତାଳଚେର ଅନୁଗୋଳ ଜିଲ୍ଲାର ଏକ ପୌରପାଳିକା ।

ତାଳଚେର ରାଜପ୍ରସାଦର ମୁଖ୍ୟ ଦ୍ୱାର
ତାଳଚେର ରାଜପ୍ରସାଦ

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ତାଳଚେର ରାଜ୍ୟର ଭିତ୍ତିସ୍ଥାପନ ସପ୍ତଦଶ ଶତାବ୍ଦୀ ପ୍ରାରମ୍ଭରେ ହିଁ ହୋଇଥିଲା । ଇତି ପୂର୍ବେ ତାଳଚେର ଓଡ଼ିଶାର (ପୁରୀ) ରାଜାମାନଙ୍କ ନିୟନ୍ତ୍ରାଣାଧୀନ ଥିଲା । ତାଳଚେର ଇତିହାସ ସଂପର୍କରେ କୌଣସି ପ୍ରାମାଣିକ ଅଥବା ନିର୍ଭରଯୋଗ୍ୟ ଇତିହାସ ଖୋଜିଲେ ମିଳେନାହିଁ । ଜନଶ୍ରୁତିରେ ଏହି ରାଜ୍ୟର ପ୍ରତିଷ୍ଠାତା ଥିଲେ ସଙ୍କର୍ଷଣ ନାମରେ ଜୟପୁର ରାଜାଙ୍କର ଜଣେ ବଂଶଧର । ସେ ଥିଲେ ସୂର୍ଯ୍ୟବଂଶୀ ଏବଂ ପ୍ରାୟ ଦ୍ୱାଦଶ ଶତାବ୍ଦୀରେ ଶାସନ କରୁଥିଲେ ।

ରାଜା ଓ ରାଜ୍ୟ ଶାସନ[ସମ୍ପାଦନା]

କଥିତ ଅଛି ଯେ ଥରେ ରାଜା ସଂକର୍ଷଣ ତାଙ୍କ ଚାରି ପୁତ୍ରଙ୍କୁ ସାଥୀରେ ନେଇ ଏକ ତୀର୍ଥ ଯାତ୍ରାରେ ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଆସିଥିଲେ । ସୂର୍ଯ୍ୟବଂଶୀ ହୋଇଥିବାରୁ ସେମାନେ ଗର୍ବରେ ପୁରୀ ରାଜାଙ୍କୁ ପ୍ରଣିପାତ କଲେ ନାହିଁ, ଫଳରେ ରାଜା ଜଗନ୍ନାଥ ଦର୍ଶନ କରିବାକୁ ଅନୁମତି ଦେଲେ ନାହିଁ । ଦୁଇ ଭାଇଙ୍କୁ ରାଜା ହତ୍ୟା କଲେ ଏବଂ ଅନ୍ୟ ଦୁଇ ଭାଇ ଲାଧରା (ଅଧୁନା ନାଧରା ) ପଳାୟନ କଲେ ଏବଂ ସେଠାରେ ଭୀମନଗରୀ ନାମରେ ଏକ ଦୁର୍ଗ ପ୍ରତିଷ୍ଠା କରି ଥିଲେ । ରାମଚଣ୍ଡୀ ଠାକୁରାଣୀଙ୍କ ପୂଜାର୍ଚ୍ଚନା ପାଇଁ ଏକ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ । ନାଧରା ବର୍ତ୍ତମାନ ଢେଙ୍କାନାଳ ରାଜ୍ୟ ଅନ୍ତର୍ଭୁକ୍ତ । ସେ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଉଦୟକର ସେଠାରେ ରାଜା ହେଲେ ଏବଂ ଅନ୍ୟ ଜଣଙ୍କ ବଣେଇ ଯାଇ ରାଜା ହେଲେ । କଥିତ ଅଛି ଉଦୟକର ପରଜଙ୍ଗ, ସୁବଳୟା ପ୍ରଭୃତି ଜୟ କରିଥିଲେ, ତାଙ୍କ ପୁତ୍ର ଗୋବିନ୍ଦ ବୀରବର “ହରିଚନ୍ଦନ” ଉପାଧି ଧାରଣକରି ତାଙ୍କ ଉତ୍ତରାଧିକାରୀ ହୋଇଥିଲେ । ବର୍ତ୍ତମାନ ତାଳଚେରର ଦୁର୍ଗାପୁର ଗ୍ରାମଟି ଥିଲା ଭୀମନଗରୀର ରାଜଧାନୀ । ତାଳଚେର ଦଣ୍ଡପାଟ ଅଞ୍ଚଳ ଟି ଅନେକ ପ୍ରଗଣା ବା ବିଷ ଦ୍ୱାରା ଗଠିତ ହୋଇଥିଲା । ଓଡ଼ିଶାର ରାଜା ପ୍ରତାପରୁଦ୍ର ଦେବ (୧୫୦୪ – ୧୫୩୨)ଙ୍କ ରାଜତ୍ୱ କାଳରେ ଏହି ଅଞ୍ଚଳଟି ଉଦୟକର ମହାପାତ୍ରଙ୍କ ତତ୍ୱାବଧାନରେ ଥିଲା । ଉଦୟକରଙ୍କ ଦେହାନ୍ତ ପରେ କ୍ରମାନ୍ୱୟରେ ଗୋବିନ୍ଦ ମୁକୁନ୍ଦ ମନାଇ, ଗୋବିନ୍ଦ, ବନମାଳୀ, ହରିହର ଏବଂ ପଦ୍ମନାଭ ରାଜା ହୋଇଥିଲେ । ପଦ୍ମନାଭ ଶତୃମାନଙ୍କ ଦ୍ୱାରା ପରାଜିତ ହେଲେ ଏବଂ ସୁବଳୟା ଛାଡି ଚାଲିଗଲେ । ଏହା ପରେ ଓଡ଼ିଶାର ଶେଷ ରାଜା ମୁକୁନ୍ଦ ଦେବ ସ୍ୱର୍ଗାରୋହଣ କଲେ ଏବଂ ଓଡ଼ିଶାରେ ଅରାଜକତା ଓ ଚରମ ବିଶୃଙ୍ଖଳା ଦେଖାଗଲା । ୧୫୫୯ ଖ୍ରୀଷ୍ଟାବ୍ଦରେ କଟକର ଯାଜପୁରଠାରେ ଏକ ବିରାଟ ଯୁଦ୍ଧରେ ସେ ପଠାଣ ସେନାଧ୍ୟକ୍ଷ କଳାପାହାଡ ଦ୍ୱାରା ନିହତ ହୋଇଥିଲେ । ଏହି ଅରାଜକତା ମଧ୍ୟରେ ଦଣ୍ଡପାଟର ସେନାଧ୍ୟକ୍ଷ ତାଙ୍କ ପଡୋଶୀ ମାନଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ । ରାଜା ପଦ୍ମନାଭ ବୀରବର ହରିଚନ୍ଦନ ନଦୀପାର ହୋଇ ତାଳେଶ୍ୱରୀ ଠାକୁରାଣୀଙ୍କ ନିକଟରେ ଏକ ଦୁର୍ଗ ସ୍ଥାପନ କଲେ କିନ୍ତୁ ପରେ ସେ ଖଣ୍ଡୁଆଳଙ୍କ ଦ୍ୱାରା ପରାସ୍ତ ହୋଇଥିଲେ । କଥିତ ଅଛି ଯେ ତାଳେଶ୍ୱରୀ ଠାକୁରାଣୀ ଥରେ ତାଙ୍କୁ ସ୍ୱପ୍ନରେ ଦେଖାଦେଇ କହିଲେ, ଯଦି ତୁ ମୋତେ ତାଳବଣୀରେ ପୂଜାର୍ଚ୍ଚନା କରିବୁ ତେବେ ଜୟଯୁକ୍ତ ହେବୁ । ରାଜା ଠାକୁରାଣୀଙ୍କ ଆଦେଶ ପାଳନ କଲେ ଓ ଜଙ୍ଗଲରେ ଏକ ବିରାଟ ବାଘ ହାବୁଡରେ ପଡ଼ିଲେ। ଏହାପରେ ଯେତେବେଳେ ଯୁଦ୍ଧ ହୁଏ, ସେ ଜୟଲାଭ କଲେ । ତାଙ୍କ ରାଜ୍ୟର ନାମ ହେଲା ତାଳଚେର ଏବଂ ସେହିକାଳରୁ ରାଜ୍ୟ ପ୍ରତିଷ୍ଠାର ସ୍ମାରକୀ ଭାବେ ବାଘ ଚିହ୍ନଟି ରାଜ୍ୟର ପ୍ରତୀକ ଗୃହିତ ହୋଇଛି । ତାପରେ ବହୁବର୍ଷ ଧରି କେତେକ ରାଜା ଶାନ୍ତିରେ ତାଳଚେର ରାଜ୍ୟ ଶାସନ କରିଥିଲେ । ତାଳଚେରର ଦୁର୍ଦ୍ଦିନ ଘନେଇ ଆସିଲା ୧୭୪୦ ମସିହାରେ, ଯେତେବେଳେ ତାଳଚେର ରାଜା ଓଡ଼ିଶା (ପୁରୀ) ରାଜାଙ୍କର ବିରାଗଭାଜନ ହୋଇ ଉଠିଲେ । ତାପରେ ଢେଙ୍କାନାଳ ରାଜା ନାଧରା ରାମଚଣ୍ଡୀ, ପରଜଙ୍ଗ, ସୁବଳୟା ଓ ପଳାଶୁଣୀ ପ୍ରଭୃତିକୁ ନିଜ ଶାସନାଧିନ କରିନେଇଥିଲେ । ପଦ୍ମନାଭ ବୀରବର ହରିଚନ୍ଦନ ସପ୍ତଦଶ ଶତାବ୍ଦୀର ଆଦ୍ୟ ଭାଗରେ ତାଳଚେରର ଶାସକ ଥିଲେ ଏବଂ ସେ ହିଁ ଥିଲେ ତାଳଚେରର ପ୍ରଥମ ରାଜା । ତାପରେ ବର୍ତମାନର ଶାସକଙ୍କୁ ମିଶେଇ ଚଉଦ ଜଣ ତାଳଚେର ରାଜ୍ୟ ଶାସନ କରିଛନ୍ତି । ଏହି ରାଜାଙ୍କ ମଧ୍ୟରୁ କେହିହେଲେ ଜଣେ ମୋଗଲ କି ମରହଟ୍ଟା ସରକାରଙ୍କ ଠାରୁ କୋଣସି ଉପାଧି ଗ୍ରହଣ କରିନଥିଲେ । ମାତ୍ର ରାଜା ଦୟାନିଧି ବୀରବର ହରିଚନ୍ଦନ “ମହିନ୍ଦ୍ର ବାହାଦୁର” ଉପାଧି ଗ୍ରହଣ କରିଥିଲେ ଓ ଅନୁଗୋଳ ବିଦ୍ରୋହବେଳେ ସେ ସୈନିକମାନଙ୍କୁ ସାହାଯ୍ୟ କରିଥିବାରୁ ମଇ ୧୮ ତାରିଖ ୧୮୪୮ ମସିହାରେ ଏକ ଖିଲାତ୍ ଓ ହସ୍ତୀ ପ୍ରାପ୍ତ ହୋଇଥିଲେ ।

ତାଳଚେର ରାଜ୍ୟରେ ରାଜତ୍ୱ କରିଥିବା ରାଜାଗଣ [୧][ସମ୍ପାଦନା]

  • ପଦ୍ମନାଭ ବୀରବର ହରିଚନ୍ଦନ
  • ଚକ୍ରଧର ବୀରବର ହରିଚନ୍ଦନ
  • ଗୋପୀନାଥ ବୀରବର ହରିଚନ୍ଦନ (୧୬୫୧ – ୧୭୧୧)
  • ରାମଚନ୍ଦ୍ର ବୀରବର ହରିଚନ୍ଦନ (୧୭୧୧ – ୧୭୨୯ )
  • ପିତାମ୍ବର ବୀରବର ହରିଚନ୍ଦନ (୧୭୨୯ – ୧୭୪୦)
  • ଲାଲସିଂହ ବୀରବର ହରିଚନ୍ଦନ (୧୭୪୦ – ୧୭୫୨)
  • କୃଷ୍ଣଚନ୍ଦ୍ର ବୀରବର ହରିଚନ୍ଦନ (୧୭୫୨ – ୧୭୬୫)
  • ଚନ୍ଦ୍ରଶେଖର ବୀରବର ହରିଚନ୍ଦନ ( ୧୭୬୫ – ୧୭୬୬)
  • ରାମଚନ୍ଦ୍ର ବୀରବର ହରିଚନ୍ଦନ (୧୭୬୬ – ୧୭୭୪)
  • ନିମାଇଁ ଚରଣ ବୀରବର ହରିଚନ୍ଦନ (୧୭୭୪ – ୧୭୭୮)
  • ଭାଗିରଥୀ ବୀରବର ହରିଚନ୍ଦନ (୧୭୭୮ – ୧୮୪୬)
  • ଦୟାନିଧି ବୀରବର ହରିଚନ୍ଦନ (୧୮୪୬ – ୧୮୭୩)
  • ରାମଚନ୍ଦ୍ର ବୀରବର ହରିଚନ୍ଦନ (୧୮୭୩ – ୧୮୯୧)
  • ରାଜା କିଶୋର ଚନ୍ଦ୍ର ବୀରବର ହରିଚନ୍ଦନ ୧୮୯୧ - ୧୯୪୫।

ହିଙ୍ଗୁଳା ପୀଠ , ମାତୃ ଶକ୍ତି ଅଗ୍ନି ସ୍ଵରୁପିଣୀ ଦେବୀ ହିଙ୍ଗୁଳାଙ୍କ ଆଦି ପୀଠ ତାଳଚେରସ୍ଥ ଗୋପାଳ ପ୍ରସାଦର ସିଙ୍ଗଡା ନଦୀ ତଟସ୍ଥ ହିଙ୍ଗୁଳା ପୀଠ। ଦେବୀଙ୍କର ଅଗ୍ନି ସ୍ୱରୂପ ଉଭା ସ୍ଥଳୀ ସମସ୍ତ ଜାତି, ଧର୍ମ, ବର୍ଣ୍ଣର ଭକ୍ତଙ୍କ ଆରାଧନା ଅନ୍ୟତ୍ର ଦେଖା ଯାଏ ନାହିଁ। ଗୋପାଳଗଡସ୍ଥ ଦେବୀ ହିଙ୍ଗୁଳା ପୀଠ ସହ ଶ୍ରୀ କ୍ଷେତ୍ର ଜଗନ୍ନାଥଙ୍କ ସମ୍ପର୍କ ପୁରାଣ ବର୍ଣ୍ଣିତ । ବିଦର୍ଭ ନରପତି ନଳଙ୍କ ସହ ଦେବୀ ହିଙ୍ଗୁଳାଙ୍କ ଶ୍ରୀ କ୍ଷେତ୍ର ଆଗମନ ସମୟରେ ଗୋପାଳ ପ୍ରସାଦ ଠାରେ ଦେବୀଙ୍କର ଶକ୍ତି ପୀଠ ଓ ଜଗନ୍ନାଥ ମନ୍ଦିରରେ ତାଙ୍କର କର୍ମକ୍ଷେତ୍ର ହେବ ବୋଲି ଦେବୀ ନଳ ରାଜାଙ୍କୁ ଜଣାଇଲେ। ଉକ୍ତ ପୌରଣିକ ଉକ୍ତିରୁ ଜଣାଯାଏ ଯେ, ପୂର୍ବରୁ ଏଠାରେ ହିଙ୍ଗୁଳାଙ୍କ କୌଣସି ଉପାସନା ପୀଠ ନ ଥିଲା। ଦେବୀ କେବେଠାରୁ ଏଠାରେ ପୂଜିତା ବା କେବେଠାରୁ ତାଳଚେରରେ ହିଙ୍ଗୁଳା ଉପାସନା ଆରମ୍ଭ ହେଲା ଯାହାକି ଆଜି ପର୍ଯ୍ୟନ୍ତ ମା’ ରୂପରେ ଧର୍ମ, ବିଶ୍ଵାସ, ନିଷ୍ଠା ଓ ଲୋକ ସଂସ୍କୃତି ଅଧ୍ୟରେ ଆବଦ୍ଧ । ଦେବୀ ହିଙ୍ଗୁଳାଙ୍କ ଉତ୍ପତି ବା ଏ ଅଞ୍ଚଳକୁ ଦେବୀଙ୍କ ଆଗମନରୁ ସୂଚନା ମିଳେ କି, କେହି ନା କେହି ଉନ୍ନତ ସଭ୍ୟତାର ଅଗ୍ନି ପୂଜକ ଏଠାରେ ଅଗ୍ନିପୂଜା ବା ଦେବୀ ହିଙ୍ଗୁଳା ଙ୍କୁ ସ୍ଥାପନ କରିଥିଲେ। ଦେବୀ ହିଙ୍ଗୁଳାଙ୍କ ଉଭା ସ୍ଥଳୀରେ କୋଇଲାର ବେଦି ଉପରେ ଦେବୀଙ୍କର ଅଗ୍ନି ସ୍ଵରୂପ ଅବତୀର୍ଣ୍ଣ ଅଗ୍ନି ପୂଜାର ଏକ ଆଦିମ ସ୍ୱରୂପ । ଦେବୀ ହିଙ୍ଗୁଳା ବା ହିଙ୍ଗୁଳାଇ ହିଙ୍ଗୁଳ ଶବ୍ଦରୁ ଆନୀତ । ଯାହାକି ବିଶ ନାଶକ ଏକ ଆୟୁର୍ବେଦ ଔଷଧ, ହିଙ୍ଗୁଳ ବା ଲୋହିତ ବର୍ଣ୍ଣ । ଅନ୍ୟ ଅର୍ଥରେ ହିନ୍ଦୁ ଧର୍ମର ଆଦ୍ୟ ଶକ୍ତି ପୀଠ ଦେବୀ ହିଙ୍ଗଲାଜ, ଯାହାକି ଅଧୁନା ପାକିସ୍ତାନର ବେଲୁଚିସ୍ଥାନ ପ୍ରଦେଶର ମକରମ ପର୍ବତମାଳର ହିଙ୍ଗୋଲ ନଦୀ ମୁହାଣରେ ଅବସ୍ଥିତ ପ୍ରଧାନ ଶକ୍ତି ପୀଠ । ସ୍ଥାନୀୟ ଭାଷାରେ ‘ନାନୀ କୀ ମନ୍ଦିର’ ଯାହାକି ହିନ୍ଦୁ ଓ ମୁସଲମାନଙ୍କ ଆରାଧ୍ୟ ଦେବୀ । ମୁସଲମାନ ମାନେ ହିନ୍ଦୁ ଦେବା ଦେବୀରେ ବିଶ୍ଵାସ କରୁ ନଥିଲେ ମଧ୍ୟ ସ୍ଥାନୀୟ ବେଲୁଚି ସଂପ୍ରଦାୟ ମୁସଲମାନ ମାନେ ଏ ଅଞ୍ଚଳରେ ଇସଲାମ ଧର୍ମର ପ୍ରବର୍ତ୍ତନର ବହୁ ପୂର୍ବରୁ ଦେବୀ ହିଙ୍ଗଲାଜଙ୍କ ପୂଜା କରି ଆସୁଛନ୍ତି । ହିନ୍ଦୁ ପୁରାଣ ଅନୁସାର ଦକ୍ଷ ଯଜ୍ଞରେ ନିଜ ପତି ମହାଦେବ ଶିବଙ୍କର ଅପମାନ ସହି ନପାରି ଯଜ୍ଞକୁଣ୍ଡରେ ଦେହତ୍ୟାଗ କଲେ । କ୍ରୋଦ୍ଧିତ ଶିବ ସତୀଙ୍କର ଅର୍ଦ୍ଧ ଦଗ୍ଧ ଶରୀରକୁ ଧରି ତାଣ୍ଡବ ନୃତ୍ୟ କଲେ । ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ସତୀଙ୍କର ଶରୀରକୁ ଖଣ୍ଡ ବିଖଣ୍ଡିତ କଲେ, ଯାହାକି ଭାରତର ବିଭିନ୍ନ ସ୍ଥାନରେ ୫୧ ଖଣ୍ଡରେ ପତିତ ହୋଇ ଗୋଟିଏ ଗୋଟିଏ ଶକ୍ତି ପୀଠରେ ପରିଣତ ହେଲା । ଭାରତର ପଶ୍ଚିମ ପ୍ରାନ୍ତରେ ହିଙ୍ଗୋଲ ନଦୀ ତୀରରେ ସତୀଙ୍କର ବ୍ରହ୍ମ ରନ୍ଧ୍ର ପତିତ ହୋଇଥିବାରୁ ଏହି ପୀଠ ଆଦ୍ୟ ଶକ୍ତି ପୀଠ ଭାବରେ ପୂଜିତା । ଏହି ପୀଠରେ ଦେବୀ ଅଗ୍ନି ସ୍ଵରୁପିଣୀ । ସେହିପରି ହିମାଚଳ ପ୍ରଦେଶର କାଙ୍ଗ୍ରା ଠାରେ ସ୍ଥିତ ଜ୍ଵାଳାମୁଖୀ ମନ୍ଦିର ମଧ୍ୟ ଏକ ଅଗ୍ନି ଶକ୍ତି ପୀଠ । ଏଠାରେ ସତୀଙ୍କର ଜିହ୍ଵା ପତିତ ହୋଇଥିଲା। ଏହି ଏକାବନ ଶକ୍ତି ପୀଠ ମଧ୍ୟରୁ ହିଙ୍ଗଲାଜ ଓ ଜ୍ଵାଳାମୁଖୀ ଅଗ୍ନି ପୀଠ । ଏହି ଦୁଇ ଶକ୍ତି ପୀଠରେ ଦେବୀ ଅଗ୍ନି ସ୍ଵରୂପୀଣୀ । ଏହି ଦେବୀଙ୍କର ପୁରାତନ ଯୁଗରୁ ଉପାସନା ହୋଇଆସୁଛି । ବେଲୁଚିସ୍ଥାନସ୍ଥ ହିଙ୍ଗଲାଜ ପୀଠ ଓ ତାଳଚେରର ହିଙ୍ଗୁଳା ପୀଠର ଏକ ଐତିହାସିକ ସଂପର୍କ ରହିଥିବାର ଲକ୍ଷ କରାଯାଏ । ଏହି ହିଙ୍ଗୋଲ ନଦୀ ତୀରସ୍ଥ ହିଙ୍ଗଲାଜ ଶକ୍ତି ପୀଠ ବହୁ ପୌରାଣିକ ଓ ଐତିହାସିକ ତଥ୍ୟ ସହ ଜଡିତ । ବେଲୁଚିସ୍ଥାନର ହିଙ୍ଗଲାଜ ପୀଠ ଏକ ପ୍ରସ୍ତର ଗୁମ୍ଫା ମଧ୍ୟରେ ଅବସ୍ଥିତ । ଏହି ଅଞ୍ଚଳରେ ବହୁ କର୍ଦମ ଆଗ୍ନେୟଗିରି ଦେଖାଯାଏ । ଏହି ଗୁମ୍ଫା ମଧ୍ୟରେ ପ୍ରକୃତିକ ବାଷ୍ପ ସ୍ଵତଃ ନିର୍ଗତ ହୋଇଥାଏ, ଯାହାକି ଅଗ୍ନି ସଂଯୋଗ ଦ୍ଵାରା କ୍ଷୀଣ ଜ୍ଵଳନରେ ସଦା ଉଦ୍ଭାସିତ । ସେହିପରି ତାଳଚେରସ୍ଥ ଗୋପାଳ ପ୍ରସାଦରେ ପ୍ରକୃତିକ ଭାବେ କୋଇଲାରେ ଅଗ୍ନି ସଂଯୋଗ ଓ ଦେବୀ ହିଙ୍ଗୁଳାଙ୍କ ଧରାପୃଷ୍ଠରେ ଅବତୀର୍ଣ୍ଣ ଏକ ଧାର୍ମିକ ପରମ୍ପରା ମଧ୍ୟରେ ଏକ ସଂପର୍କର ସେତୁ ଯୁଗ ଯୁଗ ଧରି ପ୍ରବାହମାନ । (ଓଡ଼ିଶାରେ ଦେବୀ ହିଙ୍ଗୁଳା, ବିଭୂତି ଭୂଷଣ ସାହୁ )

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ସାହୁ, ବିଭୂତି ଭୂଷଣ. ତାଳଚେରର ସକ୍ଷିପ୍ତ ଇତିହାସ.