ଚୌଦ୍ଵାର

ଉଇକିପିଡ଼ିଆ ରୁ
ଚୌଦ୍ଵାର
ସହର
ଡମଡମାଣି  ଚୌଦ୍ଵାର
ଡମଡମାଣି ଚୌଦ୍ଵାର
ଚୌଦ୍ଵାର ଓଡ଼ିଶାରେ ଅବସ୍ଥିତ ।
ଚୌଦ୍ଵାର
ଚୌଦ୍ଵାର
ଓଡ଼ିଶାରେ ଅବସ୍ଥାନ
Coordinates: 20°30′21.76″N 85°55′0.7″E / 20.5060444°N 85.916861°E / 20.5060444; 85.916861ଦିଗବାରେଣି: 20°30′21.76″N 85°55′0.7″E / 20.5060444°N 85.916861°E / 20.5060444; 85.916861
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା କଟକ
ଭାଷା ଓଡ଼ିଆ, ଇଂରାଜୀ
ଜନସଂଖ୍ୟା (୨୦୦୧)
 • ମୋଟ ୪୨,୫୯୭
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ ୭୫୬୦୦୧[୧]
Area code(s) +୦୬୫**
ଗାଡି ପଞ୍ଜୀକରଣ OR/05

ଚୌଦ୍ଵାର ବା ଚଉଦୁଆର ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ ଏକ ସହର ।

ଚୌଦ୍ଵାର ଜିଲା ର ଏକ ଦୂର୍ଶ୍ୟ

ଇତିହାସ[ସମ୍ପାଦନା]

ପୌରାଣୀକ କିମ୍ବଦନ୍ତୀ[ସମ୍ପାଦନା]

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ମହାଭାରତର ବିରାଟ ରାଜାଙ୍କ ରାଜଧାନୀ ଥିଲା ବିରାଟ-କଟକ୤ ବିରାଟ-କଟକ ମଧ୍ୟକୁ ପ୍ରବେଶ କରିବା ପାଇଁ ଗଡ଼ ପ୍ରାଚୀରରେ ଚାରୋଟି ଦ୍ଵାର ଥିଲା ୤ ଗଡ଼ ଚତୁଃପାର୍ଶ୍ଵରେ ଏକ ସୁଦୀର୍ଘ ଗଡ଼ଖାଇ ଖୋଳାଯାଇଥିଲା ୤ ଏହି ଚାରିଦ୍ଵାର ବିଶିଷ୍ଟ ଗଡ଼ କ୍ରମେ ଚୌଦ୍ଵାର ନାମରେ ପରିଚିତ ହେଲା ୤

ଐତିହାସିକ କୀର୍ତ୍ତି[ସମ୍ପାଦନା]

ଚୌଦ୍ଵାର ଅଞ୍ଚଳରେ ଥିବା ଐତିହାସିକ କୀର୍ତ୍ତିରାଜିର ସନ୍ଧାନ ନିମନ୍ତେ ୨୦୦୩ରୁ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ଅଞ୍ଚଳରେ ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା ୤ ଖନନ ବେଳେ ବହୁ କୀର୍ତ୍ତିରାଜି ତଥା ବୌଦ୍ଧିକ ସ୍ତୁପ ଉଦ୍ଧାର କରାଯାଇଥିଲା ୤ ଚୌଦ୍ଵାର ସର୍କଲ ଜେଲ ନିକଟ ଅଞ୍ଚଳକୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଦ୍ବାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ୤

୫୪ ଏକର ରଗଡ଼ି ଜମିରେ ବିସ୍ତୃତ ବିରାଟ ଗାଦି (ବଧିପୀଠ) କୁ ମଧ୍ୟ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଦ୍ଵାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ସେଥିମଧ୍ୟରୁ ପ୍ରାୟ ୧୦ ଏକର ଜମିକୁ ତାରବାଡ଼ ଦ୍ଵାରା ଘେରାଯାଇଛି ୤ ୨୦୦୭ମସିହାରେ ଏହାର ଉତ୍ଖନନ ବେଳେ ତ୍ରୟୋଦଶ ଶତାବ୍ଦୀ ଦେଉଳର ଅବଶେଷ ଆବିଷ୍କୃତ ହୋଇଥିଲା ୤ ଆବିଷ୍କୃତ ହୋଇଥିବା ଆକୃତି କୌଣସି ଦେଉଳର ଜଗମୋହନ (ନାଟ୍ୟ ମନ୍ଦିର) ଭଳି ପ୍ରତୀୟମାନ ହେଉଅଛି ୤ [୨]

ଜନଗଣନା[ସମ୍ପାଦନା]

୨୦୦୧ ଜନଗଣନା ଅନୁସାରେ ଏଠାକାର ଲୋକସଂଖ୍ୟା ୨,୩୧୭,୪୧୯[୩]

ଅର୍ଥନୀତି[ସମ୍ପାଦନା]

ଏଠାକାର କିଛି ଶିଳ୍ପ ଉଦ୍ୟୋଗସବୁ ହେଲା:

  • ଲିବ୍ରା କାର୍ପେଟସ
  • ଓଡ଼ିଶା ଟେକ୍ସଟାଇଲ ମିଲ୍ସ (OTM)
  • ଏଭିଏସନ ରିସର୍ଚ ସେଣ୍ଟର (ARC)
  • ଇଣ୍ଡିଆନ ଚାର୍ଜ କ୍ରୋମ ଲିମିଟେଡ (ICCL)
  • ବଳାରପୁର ପେପର ଇଣ୍ଡଷ୍ଟ୍ରିଜ ଲିମିଟେଡ଼ (BILT)

ଆଧାର[ସମ୍ପାଦନା]