ଶରତ ପୂଜାରୀ
ଶରତ ପୂଜାରୀ | |
|---|---|
| ଜନ୍ମ | ୮ ଅଗଷ୍ଟ ୧୯୩୪ |
| ମୃତ୍ୟୁ | ୧୧ ମଇ ୨୦୧୪ (ବୟସ ୭୯) |
| ମୃତ୍ୟୁର କାରଣ | ହୃଦ୍ଘାତ |
| ଶିକ୍ଷା | ଡିପ୍ଳୋମା (ଚିତ୍ରାଙ୍କନ), ସ୍ନାତକ (ଅର୍ଥନୀତି) |
| ଶିକ୍ଷାନୁଷ୍ଠାନ | ଆହ୍ଲାବାଦ ବିଶ୍ୱବିଦ୍ୟାଳୟ |
| ବୃତ୍ତି | ଶିକ୍ଷାବିତ |
| ସକ୍ରିୟ ବର୍ଷ | ୧୯୫୯-୨୦୧୪ |
| ପ୍ରସିଦ୍ଧି | ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ |
| ବୈବାହିକ-ସାଥୀ | ସାନ୍ତ୍ୱନା |
| ସନ୍ତାନ | ଦୁଇ ପୁତ୍ର (ସିଦ୍ଧାର୍ଥ, ସୌମେନ) ଓ ଦୁଇ କନ୍ୟା (ଶିଖା, ସାଗରିକା) |
| ପୁରସ୍କାର | ଜୟଦେବ ପୁରସ୍କାର (୧୯୮୫) |
ଶରତ ପୂଜାରୀ ( ୮ ଅଗଷ୍ଟ ୧୯୩୪-୧୧ ମଇ ୨୦୧୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ୬୦ ଦଶକର ଆରମ୍ଭରୁ ୨୦୧୨ ଯାଏଁ ସେ ଓଡ଼ିଆ କଥାଚିତ୍ର ଜଗତରେ, ଜଣେ ଅଭିନେତା ଓ ନିର୍ଦ୍ଦେଶକ ଭାବରେ କାମ କରିଥିଲେ ।
ଶିକ୍ଷା ଓ ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଶରତଙ୍କ ବାପା ସମ୍ବଲପୁର ଝାଡୁଆପଡ଼ାର ମୂଳନିବାସୀ ସଚ୍ଚିଦାନନ୍ଦ ପୂଜାରୀ ନୟାଗଡ଼ ରାଜ୍ୟରେ ଦେୱାନ ଥିଲେ । ୧୯୩୪ ଅଗଷ୍ଟ ୮ ତାରିଖରେ ନୟାଗଡ଼ରେ ଶରତ ପୂଜାରୀଙ୍କ ଜନ୍ମ ହୋଇଥିଲା । ବିଭିନ୍ନ ସ୍ଥାନରେ ଶିକ୍ଷା ଶେଷ କଲା ପରେ ସେ ଅର୍ଥନୀତିରେ ସ୍ନାତକ ଓ ୧୯୫୬ରେ ଚିତ୍ରାଙ୍କନରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ ଅର୍ଥନୀତି ଅଧ୍ୟାପକ ଭାବରେ ବରଗଡ଼ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ । ୧୯୬୬ରେ ତାପଙ୍ଗ ଲାଇଟ୍ ଫାଉଣ୍ଡ଼୍ରୀରେ ୱାର୍କ୍ସ ମ୍ୟାନେଜର ଭାବରେ କିଛି ଦିନ କାର୍ଯ୍ୟ କଲା ପରେ ୩୪ ବର୍ଷ ବୟସରେ ସେ ଲରମ୍ଭା କଲେଜରେ ଅଧ୍ୟକ୍ଷ ହୋଇପାରିଥିଲେ। [୧]
ପଦ ପଦବୀ
[ସମ୍ପାଦନା]- ୧୯୫୯-୧୯୬୬: ଅଧ୍ୟାପକ (ଅର୍ଥନୀତି), ପଞ୍ଚାୟତ କଲେଜ, ବରଗଡ଼
- ୧୯୬୮- ୧୯୯୨: ଅଧ୍ୟକ୍ଷ, ଲରମ୍ଭା କଲେଜ
- ୧୯୮୯- ୧୯୯୦: ଅଧ୍ୟକ୍ଷ, "ବିଭାପା' କଳା ମହାବିଦ୍ୟାଳୟ, ସୁନ୍ଦରଗଡ଼
- ୧୯୯୨- ୧୯୯୪: ଅଧ୍ୟକ୍ଷ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର
- ୨୦୧୧- ୨୦୧୪: ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ
କଥାଚିତ୍ର ଜୀବନ
[ସମ୍ପାଦନା]୧୯୫୯ରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ "ଜୀବନସାଥୀ', "ସାଧନା", "ମାଟିର ମଣିଷ', "ଅରୁନ୍ଧତୀ' ପ୍ରଭୃତି ସିନେମାରେ ଅଭିନୟ କରି ସେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ଅଭିନୀତ "କିଏ କାହାର' ସିନେମା କଟକ ସହରର ବିଭିନ୍ନ ପ୍ରେକ୍ଷାଳୟରେ ୧୦୦ଦିନ କ୍ରମାନ୍ୱୟରେ ଚାଲି ରେକର୍ଡ଼ ସୃଷ୍ଟି କରିଥିଲା । ତାଙ୍କ ନିର୍ଦ୍ଦେଶିତ "ତଅପୋଇ', "ଅଶାନ୍ତ ଗ୍ରହ" ଓ "ଅସ୍ତରାଗ" କଥାଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା ଗଦାଧର ପୁଟୀଙ୍କ ନିର୍ଦ୍ଦେଶିତ ପୂଜା ପାଇଁ ଫୁଲଟିଏ (୨୦୦୭) । ଏହି କଥାଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ହାସଲ କରିଥିଲା । "କା", "ଅନ୍ଧ ଦିଗନ୍ତ", "ଭୂଖା", "ଦୃଷ୍ଟି", "ଅରଣ୍ୟ ରୋଦନ", "ଆରଣ୍ୟକ", "ଶେଷଦୃଷ୍ଟି", "ସତମିଛ" ପ୍ରଭୃତି ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କଥାଚିତ୍ରରେ ଅଭିନୟ ସାଙ୍ଗକୁ ୩ଟି କଥାଚିତ୍ର ଓ ୭୫ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ ।
| କଥାଚିତ୍ର ନାମ | ଚରିତ୍ର | ଭୂମିକା | ବର୍ଷ |
|---|---|---|---|
| ମାଟିର ମଣିଷ | ବରଜୁ | ଅଭିନେତା | ୧୯୬୬ |
| କା | ଅଭିନେତା | ୧୯୬୬ | |
| ଅରୁନ୍ଧତୀ | ମନୋଜ | ଅଭିନେତା | ୧୯୬୭ |
| ତଅପୋଇ | ନିର୍ଦ୍ଦେଶକ | ୧୯୭୮ | |
| ଅଶାନ୍ତ ଗ୍ରହ | ଶରତ | ଅଭିନେତା-ନିର୍ଦ୍ଦେଶକ | ୧୯୮୨ |
| ଅସ୍ତରାଗ | ନିର୍ଦ୍ଦେଶକ | ୧୯୮୨ | |
| ଅନ୍ଧ ଦିଗନ୍ତ | ଅଭିନେତା | ୧୯୮୮ | |
| ଭୂଖା | ଅଭିନେତା | ୧୯୮୯ | |
| ଦୃଷ୍ଟି | ଅଭିନେତା | ୧୯୯୦ | |
| ଅରଣ୍ୟ ରୋଦନ | ଅଭିନେତା | ୧୯୯୨ | |
| ଆରଣ୍ୟକ | ରାଜା ସାହେବ | ଅଭିନେତା | ୧୯୯୪ |
| ଶେଷ ଦୃଷ୍ଟି | କେଦାର ବାବୁ | ଅଭିନେତା | ୧୯୯୭ |
| ଶୂନ୍ୟସ୍ୱରୂପ | ଅଭିନେତା | ୧୯୯୭ | |
| ନୂଆ ବୋଉ | ପ୍ରଯୋଜକ, ଅଭିନେତା | ୧୯୬୨ |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ହେମନ୍ତ ଦାସ କଳା ସମ୍ମାନ, ୨୦୧୧[୨]
- ସିନେ ଆର୍ଟିଷ୍ଟ ଆସୋସିଏସନ ପୁରସ୍କାର (୨୦୧୨)[୩][୪][୫]
- କାଦମ୍ବିନୀ ସମ୍ମାନ, ୨୦୧୦[୬]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ (୨୦୦୭)
- ଜୟଦେବ ପୁରସ୍କାର (୧୯୮୫)
- ଚିତ୍ରପୁରୀ ସମ୍ମାନ
- ଭୂମିପୁତ୍ର ସମ୍ମାନ
- ଗଣକବି ସମ୍ମାନ
ଆଧାର
[ସମ୍ପାଦନା]- ↑ Singha, Minati. "Veteran actor Sarat Pujari passes away". Times of India. Retrieved 13 May 2014.
- ↑ "The Hindu : Other States / Orissa News : Hemant Das remembered". hindu.com. 2011. Retrieved 24 January 2013.
Hemant Das Kala Samman -- was conferred on legendary actor and Odisha Sangeet Natak Akademi president Sarat Pujari
- ↑ "cinemasagar.com: Actor Sarat Pujari Felicited by Cine Artist's association". Archived from the original on 2012-02-03. Retrieved 2012-02-17.
- ↑ odisha360.com: Veteran Odia Actor Sarat Pujari Felicitated
- ↑ "incredibleorissa.com: Cine Artist Association Orissa awarded veteran actor Sarat Pujari at Utkal Mandap". Archived from the original on 2014-05-17. Retrieved 2012-02-17.
- ↑ "Kadambini Samman for actor Sarat Pujari". The Hindu. Retrieved 13 May 2014.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶରତ ପୂଜାରୀ