ଇଣ୍ଟରନେଟ
| ଏହି ଲେଖାଟି ଏକ ମୁଣ୍ଡିଆ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରନ୍ତେ । |
| ଇଣ୍ଟରନେଟ | |
|---|---|
| ଇଣ୍ଟରନେଟ |
ଇଣ୍ଟରନେଟ (Internet) ହେଉଛି ଏକ ଆନ୍ତର୍ଜାତିକ ମେଳଣ ଯେଉଁଠି ନିଜନିଜ ଭିତରେ ଅନେକ କମ୍ପୁଟର ଯୋଡି ହୋଇ ରହିଥାନ୍ତି, ଯାହାକି କମ୍ପୁଟର ବ୍ୟବହାର କରୁଥିବା ଓ ଅଲଗା ଅଲଗା ଜାଗାରେ ଥିବା ଲୋକମାନଙ୍କୁ ଜ୍ଞାନ, ଭାବ ଆଦିର ଦେବା ନେବା କରିବାରେ ସାହାଯ୍ୟ କରେ ।
ପ୍ରଥମେ ଇଣ୍ଟରନେଟର ବ୍ୟବହାର ଏକ ବୈଜ୍ଞାନିକ କର୍ମଶାଳାରେ ପରସ୍ପର ସହ ସଂପର୍କ ରଖିବା ପାଇଁ କରାଯାଇଥିଲା | ହେଲେ ପରେ ପରେ ଏହାକୁ ବିଶ୍ଵବ୍ୟାପୀ ଇଣ୍ଟରନେଟରେ ପରିଣତ କରି ଦିଆଗଲା |
ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଇମେଲ ପାଇବା/ପଠାଇବା, ଚାଟିଙ୍ଗ କରିବା, ଆଦି କାମ ସହଜରେ ହୋଇ ପାରୁଥିବା ବେଳେ ସୂଚନା ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି | ଇଣ୍ଟରନେଟ ପରିବର୍ତ୍ତନଶୀଳ, ତେଣୁ ଦିନକୁ ଦିନ ଏଥିରେ ନୁଆ ନୁଆ ଜ୍ଞାନ କୌଶଳର ବ୍ୟବହାର ହେଉଛି | ଏବେ ଆମେ ନିଜ ଘରେ ବସି ଇଣ୍ଟରନେଟ ମାଧ୍ୟମରେ ବିଶ୍ଵରେ ଘଟୁଥିବା ଅଗଣିତ ଘଟଣା ବିଷୟରେ ଜାଣିପାରୁଛେ ଏବଂ ଦେଖିପାରୁଛେ |
ଜ୍ଞାନକୌଶଳ : ଇଣ୍ଟରନେଟ ରେ କିଛି ମୁଖ୍ୟ କମ୍ପ୍ୟୁଟର ରହିଥାଏ, ଯାହାକୁ ସର୍ଭର କୁହାଯାଏ। ସର୍ଭର ଗୁଡିକ ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇଥାନ୍ତି। ସର୍ଭର ବା ମୁଖ୍ୟ କମ୍ପ୍ୟୁଟର ରେ ଡାଟା ସବୁ ସାଇତି ରଖା ଯାଇଥାଏ। ପ୍ରତ୍ୟେକ ସର୍ଭର ର ସ୍ଵତନ୍ତ୍ର ନାମ ଏବଂ ଅଡ୍ରେସ ରହିଥାଏ। ଆମେ ଯେତେବେଳେ ଆମ କମ୍ପ୍ୟୁଟର ରେ ୱେବସାଇଟ ଖୋଳୁଛୁ,ସେ ପ୍ରଥମେ ନିଜର ସର୍ଭର ସହିତ ସମ୍ପର୍କ କରେ ଏବଂ ସର୍ଭର ରୁ ସମ୍ପୃକ୍ତ ପ୍ରୁଷ୍ଠା କୁ ଆମ କମ୍ପ୍ୟୁଟର ରେ ଦେଖେଇ ଥାଏ।