ଧବଳେଶ୍ଵର ମନ୍ଦିର

ଉଇକିପିଡ଼ିଆ ରୁ
ଧବଳେଶ୍ଵର ଶିବ ମନ୍ଦିର

ଧବଳେଶ୍ଵର ଶିବ ମନ୍ଦିର
ଦିଗବାରେଣି: 20°28′48.76″N 85°47′3.6″E / 20.4802111°N 85.784333°E / 20.4802111; 85.784333ଦିଗବାରେଣି: 20°28′48.76″N 85°47′3.6″E / 20.4802111°N 85.784333°E / 20.4802111; 85.784333
ଅବସ୍ଥାନ
ଦେଶ:  ଭାରତ
ରାଜ୍ୟ: ଓଡ଼ିଶା
ଜିଲ୍ଲା: କଟକ

ଧବଳେଶ୍ଵର ଶିବ ମନ୍ଦିର ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର ।

ମହାନଦୀ ଉପରେ ଥିବା ଝୁଲା ପୋଲ


ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ଭୁବନେଶ୍ୱର ରୁ ବାରଙ୍ଗ ଓ ନରାଜ ଦେଇକି ଅଥବା କଟକ ଚୌଦ୍ଵାର ଦେଇକି ଧବଳେଶ୍ଵର ଦ୍ଵୀପ କୁ ଯାଇହୁଏ । ଧବଳେଶ୍ଵର ଦ୍ଵୀପ ଧବଳେଶ୍ଵର ମହାଦେବଙ୍କ ପାଇଁ ପ୍ରସିଦ୍ଧ । ଭୁବନେଶ୍ୱରରୁ ଧବଳେଶ୍ଵର ଦୂରତା 52 km ଓ କଟକରୁ 27 km । ଏହି ଦ୍ଵୀପ ଚାରି ପାଖେ ମହାନଦୀ ବହିଯାଇଛି । ଏହି ଦ୍ଵୀପକୁ ଡଙ୍ଗା ଓ ଝୁଲା ପୋଲ ଦ୍ଵାରା ଯାଇହୁଏ ।

ନଦୀ ପାଖ ଜଙ୍ଗଲ

Google Map ଗିରିଜା ପ୍ରସାଦ ନନ୍ଦ

ପର୍ବ ପର୍ବାଣି[ସମ୍ପାଦନା]

ଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ସହ ଶୀତଳ ଷଷ୍ଠୀଅଶୋକାଷ୍ଟମୀ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଖାସ କରି ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ପୁରୀ ଶ୍ରୀମନ୍ଦିର ପରି ଏଠାରେ ପୂର୍ବପୁରୁଷଙ୍କ ପ୍ରତି ପିଣ୍ଡ ଦାନ କରାଯାଏ ।

ସୁବିଧା ସୁଯୋଗ[ସମ୍ପାଦନା]

୫ବର୍ଷ ପୂର୍ବେ ଲୋକେ ଏଠାକୁ ଡଙ୍ଗା ଦେଇ ଯାଉଥିଲେ । କିନ୍ତୁ କାର୍ତ୍ତିକ ମାସରେ ବର୍ଦ୍ଧିତ ପର୍ଯ୍ୟଟକ ଓ ବଢୁଥିବା ଦୁର୍ଘଟଣା କୁ ଦେଖି ଓଡିଶା ସରକାର ଏଠାରେ ଏକ ପାଦଚଲା ଝୁଲାପୋଲ ନିର୍ମାଣ କରିଛନ୍ତି । ଏହା ଏସିଆ ର ଦୀର୍ଘତମ ପାଦଚଲା ଝୁଲାପୋଲ । ସରକାର ଙ୍କ ଦ୍ଵାରା ଏଠାରେ ଏକ ପର୍ଯ୍ୟବେକ୍ଷଣ କୋଠା ମଧ୍ୟ ଅଛି ।

ଯାହା ଦେଖିବେ[ସମ୍ପାଦନା]

ଏହା ଏକ ଦ୍ଵୀପ ହୋଇଥିବାରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ ମନୋରମ । ମେଘୁଆ ପାଗ ନହେଲେ ଶୀତ ଋତୁ ଏସ୍ଥାନକୁ ଯିବାର ପ୍ରକୃଷ୍ଟ ସମୟ । ଏଠାରେ ନଉକା ବିହାରର ସୁଯୋଗ ମଧ୍ୟ ରହିଛି । ମହାନଦୀ ରୁ ଧବଳେଶ୍ଵର ମନ୍ଦିରର ଦୃଶ୍ୟ ଅତ୍ୟନ୍ତ ମନୋରମ ।

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]