ମାସ

ଉଇକିପିଡ଼ିଆ ରୁ

ମାସ ଶବ୍ଦ ସଂସ୍କୃତ ମସ (ଚନ୍ଦ୍ର) ଶବ୍ଦରୁ ଉତ୍ପନ୍ନ ୤ ଇଂରାଜୀରେ month (ମନ୍ଥ୍‌=ମାସ) moon (ଅର୍ଥାତ୍‌ ଚନ୍ଦ୍ର) ଶବ୍ଦରୁ ମଧ୍ୟ ଉତ୍ପନ୍ନ ହୋଇଅଛି ୤

ବିଷୟସୂଚୀ

ଚାନ୍ଦ୍ରମାସ [ସମ୍ପାଦନା]

ଚନ୍ଦ୍ର ପୃଥିବୀର ଚାରିପାଖରେ ଯେଉଁ ସମୟ ମଧ୍ୟରେ ଥରେ ବୁଲି ଆସେ ତାହା ଚାନ୍ଦ୍ରମାସ ନାମରେ ଅଭିହିତ ୤ ଏହା ପୂର୍ଣ୍ଣିମାର ପରଦିନ (କୃଷ୍ଣ ପ୍ରତିପଦ) ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପୂର୍ଣ୍ଣିମାରେ ଶେଷ ହୁଏ ୤ ଏହାକୁ ଗୌଣ ଚାନ୍ଦ୍ରମାସ ବୋଲାଯାଏ ୤ ମୂଖ୍ୟ ଚାନ୍ଦ୍ରମାସ ଅମାବାସ୍ୟା ପରଦିନ (ଶୁକ୍ଳ ପ୍ରତିପଦ ଅର୍ଥାତ୍‌ ନୂତନ ଚନ୍ଦ୍ରକଳା ଦର୍ଶନ ଠାରୁ) ଠାରୁ ଆରମ୍ଭ ହୋଇ ପରବର୍ତ୍ତି ଅମାବାସ୍ୟାରେ ଶେଷ ହୁଏ ୤ ୧୨ଟି ଚାନ୍ଦ୍ରମାସ ହେଲା: ବୈଶାଖ, ଜ୍ୟୈଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ବିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ ଫାଲ୍‌ଗୁନ ଓ ଚୈତ୍ର ୤ ଚାନ୍ଦ୍ରମାସ କେବେ କେବେ ୨୭, ୨୮, ୨୯ ଓ ୩୦ ଦିନ ହୁଏ ୤ ୧୨ଟି ଚାନ୍ଦ୍ରମାସର ପରିମାଣ ୩୫୪ ଦିନ ୤

ବୈଶାଖ [ସମ୍ପାଦନା]

ଶାଳିବାହନ ଶକାବ୍ଦର ପ୍ରଥମ ମାସ ୤ ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ ୤ ଏ ମାସ ପଣାସଂକ୍ରାନ୍ତିଠାରୁ ଆରମ୍ଭ ହୁଏ; ଏହାର ପୂର୍ବବର୍ତ୍ତୀ ମାସ ଚୈତ୍ର ଓ ପରବର୍ତ୍ତୀ ମାସ ଜ୍ୟୈଷ୍ଠ ୤ ଏହି ମାସ ଓ ଏହାର ପରବର୍ତ୍ତୀ ମାସ ଗ୍ରୀଷ୍ମ ଋତୁ ୤ ହିନ୍ଦୁମତରେ ଏହା ୪ଟି ଧର୍ମ ମାସ (କାର୍ତ୍ତିକ, ମାଘ, ବୈଶାଖ, ଆଷାଢ଼) ମଧ୍ୟରୁ ଏକ ମାସ ୤

ଜ୍ୟେଷ୍ଠ [ସମ୍ପାଦନା]

ଜ୍ୟେଷ୍ଠା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ ୤ ବୈଶାଖର ପରବର୍ତ୍ତୀ ମାସ ୤

ଆଷାଢ଼ [ସମ୍ପାଦନା]

ଆଷାଢ଼ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ ୤ ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ ୤

ଶ୍ରାବଣ [ସମ୍ପାଦନା]

ଶ୍ରବଣା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ ୤ ଆଷାଢ଼ର ପରବର୍ତ୍ତୀ ଚାନ୍ଦ୍ର ମାସ ୤

ଭାଦ୍ରବ (ଭୋଦୁଅ) [ସମ୍ପାଦନା]

ଭାଦ୍ର ପଦ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ର ମାସ ୤ ଶ୍ରାବଣର ପରବର୍ତ୍ତୀ ଓ ଆଶ୍ବିନର ପୂର୍ବବର୍ତ୍ତୀ ମାସ୤ ଶରତ ଋତୁର ପ୍ରଥମ ମାସ ୤

ଆଶ୍ୱିନ (ଅଶିଣ) [ସମ୍ପାଦନା]

ଅଶ୍ୱିନୀ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସ ୤

କାର୍ତ୍ତିକ [ସମ୍ପାଦନା]

ଏହି ମାସର ପୂର୍ଣ୍ଣିମା ଦିନ ଚନ୍ଦ୍ର କୃତ୍ତିକା ନକ୍ଷତ୍ରରେ ଥାଆନ୍ତି ୤ ଚାନ୍ଦ୍ରମାନ ତୁଳା ମାସ (October-November)| ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ ୤

ମାର୍ଗଶୀର (ମଗୁଶୀର) [ସମ୍ପାଦନା]

ମୃଗଶିରା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡୁଥିବା ମାସ ୤

ପୌଷ (ପୁଷ) [ସମ୍ପାଦନା]

ପୁଷ୍ୟା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ ୤ ମାର୍ଗଶୀରର ପରବର୍ତ୍ତୀ ଓ ମାଘର ପୂର୍ବବର୍ତ୍ତୀ ଚାନ୍ଦ୍ରମାସ ୤

ମାଘ [ସମ୍ପାଦନା]

ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣୀମାବିଶିଷ୍ଟ ଚାନ୍ଦ୍ରମାସ ୤ଏହା ସୌର ମକରମାସ ସଙ୍ଗେ ସମାନ ୤ ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ ୤ ଏହା ଶୀତଋତୁର ଶେଷ ମାସ ୤

ଫାଲ୍‌ଗୁନ [ସମ୍ପାଦନା]

ଫାଲ୍ଗୁନୀ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ ୤ ଏହା ମାଘର ପରବର୍ତ୍ତୀ ଚାନ୍ଦ୍ରମାସ ୤

ଚୈତ୍ର [ସମ୍ପାଦନା]

ଚିତ୍ରା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ ୤ ଏହା ଫାଲ୍ଗୁନର ପରବର୍ତ୍ତୀ ଚାନ୍ଦ୍ରମାସ ୤ ସଂବତ୍ ଗଣନାରେ ଏହା ବର୍ଷର ପ୍ରଥମ ମାସ ୤ ଏହା ବସନ୍ତଋତୁର ଶେଷ ମାସ ୤

ସୌରମାସ [ସମ୍ପାଦନା]

ସୂର୍ଯ୍ୟ ଯେଉଁ ସମୟରେ ଏକ ରାଶିରେ ଅବସ୍ଥାନ କରେ ତାହା ସୌର ମାସ ୤ (ସୂର୍ଯ୍ୟଙ୍କର ଏକ ରାଶିରେ ଉଦୟ ହେବା କାଳକୁ ସୌର ମାସ ବୋଲାଯାଏ) ୤ ଏହା ସଂକ୍ରାନ୍ତିରୁ ଆରମ୍ଭ ହୋଇ ପରବର୍ତ୍ତୀ ମାସାନ୍ତରେ ଶେଷ ହୁଏ ୤ ଏହା କେବେ ୨୯, କେବେ ୩୦, କେବେ ୩୧ ଦିନ ଓ କେବେ ୩୨ ଦିନ ବ୍ୟାପି ହୁଏ ୤ ୧୨ ଟି ସୌରମାସ ପରିମାଣ ୩୬୫ ଦିନ ୤ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ ୤

ମେଷ [ସମ୍ପାଦନା]

ବୃଷ [ସମ୍ପାଦନା]

ମିଥୁନ [ସମ୍ପାଦନା]

କର୍କଟ [ସମ୍ପାଦନା]

ସିଂହ [ସମ୍ପାଦନା]

କନ୍ୟା [ସମ୍ପାଦନା]

ତୁଳା [ସମ୍ପାଦନା]

ବିଛା [ସମ୍ପାଦନା]

ଧନୁ [ସମ୍ପାଦନା]

ମକର [ସମ୍ପାଦନା]

କୁମ୍ଭ [ସମ୍ପାଦନା]

ମୀନ [ସମ୍ପାଦନା]

ଇଂରାଜି ମାସ [ସମ୍ପାଦନା]

ଇଂରାଜି ଗଣନା କ୍ରମେ ବର୍ଷକୁ (୩୬୫ଦିନ ବା ୩୬୬ଦିନକୁ) ୧୨ ଭାଗରେ ବିଭକ୍ତ କରାଯାଇଥିବା କାଳ: ଜାନୁଆରୀ, ଫେବ୍ରୁଆରୀ, ମାର୍ଚ୍ଚ୍, ଏପ୍ରେଲ୍‌, ମେ, ଜୁନ୍‌, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର୍‌, ନଭେମ୍ବର୍‌, ଡିସେମ୍ବର୍‌ ଏହିପରି ୧୨ ଟି କାଳ ପରିମାଣ ୤

ଜାନୁଆରୀ [ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ପ୍ରଥମ ମାସ ୤ ଏହିମାସ ୩୧ ଦିନିଆ ୤

ଫେବୃଆରୀ [ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ଦ୍ଵିତୀୟ ମାସ ୤ ଏହିମାସ ୨୮ ବା ୨୯ ଦିନିଆ ୤

ମାର୍ଚ୍ଚ୍ [ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ତୃତୀୟ ମାସ ୤ ଏହିମାସ ୩୧ ଦିନିଆ ୤

ଅପ୍ରେଲ (ଏପ୍ରେଲ୍) [ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ଚତୁର୍ଥ ମାସ ୤ ଏହିମାସ ୩୦ ଦିନିଆ ୤

ମଇ (ମେ) [ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ପଞ୍ଚମ ମାସ ୤ ଏହିମାସ ୩୦ ଦିନିଆ ୤

ଜୁନ୍ [ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ଷଷ୍ଟ ମାସ ୤ ଏହିମାସ ୩୦ ଦିନିଆ ୤

ଜୁଲାଇ [ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ସପ୍ତମ ମାସ ୤ ଏହିମାସ ୩୧ ଦିନିଆ ୤

ଅଗଷ୍ଟ [ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ଅଷ୍ଟମ ମାସ ୤ ଏହିମାସ ୩୧ ଦିନିଆ ୤

ସେପ୍ଟେମ୍ବର [ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ନବମ ମାସ ୤ ଏହିମାସ ୩୦ ଦିନିଆ ୤

ଅକ୍ଟୋବର୍ [ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ଦଶମ ମାସ ୤ ଏହିମାସ ୩୧ ଦିନିଆ ୤

ନଭେମ୍ବର୍ [ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ଏକାଦଶ (୧୧ଶ) ମାସ ୤ ଏହିମାସ ୩୦ ଦିନିଆ ୤

ଡିସେମ୍ବର୍ [ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ଶେଷ (ଦ୍ବାଦଶ) ମାସ ୤ ଏହିମାସ ୩୦ ଦିନିଆ ୤


ମଳମାସ [ସମ୍ପାଦନା]

ସୌରମାନ ବର୍ଷ (୧୨ଟି ସୌରମାସର ପରିମାଣ) ୩୬୫ ଦିନ ୬ ଘଣ୍ଟା, ଚାନ୍ଦ୍ରମାନ ବର୍ଷ (୧୨ ଟି ଚାନ୍ଦ୍ରମାସର ପରିମାଣ) ପ୍ରାୟ ପରିମାଣ ୩୫୪ ଦିନ ୤ ଏଣୁ ସୌରମାନ ବର୍ଷ ଅପେକ୍ଷା ଚାନ୍ଦ୍ରମାନ ବର୍ଷ ୧୧ ଦିନ ୬ ଘଣ୍ଟା କମ୍‌ ୤ ସୌରମାନ ବର୍ଷ ସଙ୍ଗେ ଚାନ୍ଦ୍ରମାନ ବର୍ଷର ମେଳ ରଖି ଏହି ଅଳ୍ପତାକୁ ପୂରଣ କରିବାପାଇଁ ଚାନ୍ଦ୍ରମାନ ମାସ ଗଣନାରେ ଅଢ଼େଇ ବର୍ଷ ଅନ୍ତରରେ ଗୋଟିଏ ଅଧିକା ମାସ ଗଣାଯାଏ ଓ ସେହି ମାସଟି ଯେଉଁ ଚାନ୍ଦ୍ରମାନ ମାସ ମଧ୍ୟରେ ପଡ଼େ ସେହି ଚାନ୍ଦ୍ରମାନ ମାସର ନାମରେ ଡକାହୁଏ ଯଥା କାର୍ତ୍ତିକମଳ, ବୈଶାଖମଳ ଇତ୍ୟାଦି ୤ ମଳମାସ ଫାଲ୍‌ଗୁନଠାରୁ ମାର୍ଗଶୀର ଏହି ୧୦ ମାସରେ ପଡ଼େ ୤ ପୁଷମାସ କେବେହେଁ ମଳମାସ ହୁଏନାହିଁ ଓ ମାଘରେ କ୍ଵଚିତ୍‌ ମଳମାସ ପଡ଼େ ୤ ସାଧାରଣ ମାସରେ ପ୍ରଥମେ କୃଷ୍ଣପକ୍ଷ ଓ ପରେ ଶୁକ୍ଳପକ୍ଷ ପଡ଼େ କିନ୍ତୁ ଚାନ୍ଦ୍ରମାନ ମଳ ମାସରେ ପ୍ରଥମେ ଶୁକ୍ଳପକ୍ଷ ଓ ପରେ କୃଷ୍ଣପକ୍ଷ ପଡ଼େ ୤ ହିନ୍ଦୁ ଗଣନାରେ ମଳମାସର ବ୍ୟବହାର ଥିବାରୁ ପର୍ବ ଓ ଉତ୍ସବମାନ ଋତୁ ଅନୁସାରେ ପଡ଼େ; କିନ୍ତୁ ମୁସଲମାନମାନେ ଚାନ୍ଦ୍ରମାସ ଅନୁସାରେ ମାସ ଗଣୁଥିବାରୁ ଓ ସେମାନଙ୍କର ମଳମାସ ଦ୍ଵାରା ଚାନ୍ଦ୍ର ଓ ସୌର ମାସର ସମତା ରକ୍ଷା କରାଯାଉ ନ ଥିବାରୁ ତାଙ୍କର ପର୍ବ ଓ ଉତ୍ସବମାନ (ଯଥା- ଈଦ, ମହରମ୍) ସବୁ ଋତୁରେ ପଡ଼ିଥାଏ ୤

ଆଧାର [ସମ୍ପାଦନା]