କୋଣାର୍କ
କୋଣାର୍କ | |
— ସହର — | |
ଦିଗବାରେଣି | 19°54′N 86°07′E / 19.90°N 86.12°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ପୁରୀ |
ଲୋକସଂଖ୍ୟା | ୧୫,୦୧୫ (2001[update]) |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା |
• 2 metres (6.6 ft) |
ବେବସାଇଟ | konark.nic.in http://www.konark.nic.in/ konark.nic.in |
କୋଣାର୍କ ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ସ୍ଥାପିତ ସୂର୍ଯ୍ୟ ମନ୍ଦିର ଅବସ୍ଥିତ । ପୁରୀ ସହରଠାରୁ ୩୨ କି.ମି. ଦୂରତାରେ ବଙ୍ଗୋପସାଗର କୂଳରେ ଅବସ୍ଥିତ । ଏହା ସ୍ୱର୍ଣ୍ଣ ତ୍ରିଭୁଜର ଗୋଟିଏ ସୀମାରେ ଅବସ୍ଥିତ । ଏହା ବ୍ଲାକ ପାଗୋଡା ନାମରେ ମଧ୍ୟ ବିଶ୍ୱ ବିଖ୍ୟାତ । [୧] କୋଣାର୍କ ଅର୍କକ୍ଷେତ୍ର, ପଦ୍ମକ୍ଷେତ୍ର ନାମରେ ପୁରାଣ ପ୍ରସିଦ୍ଧ । ଏହା ମୈତ୍ରେୟ ବନ ଭାବେ ମଧ୍ୟ ପରିଚିତ ଥିଲା| [୨] ଏହି ସ୍ଥାନ ଭୁବନେଶ୍ୱରଠାରୁ ୬୫ କି.ମି. ଦୁରରେ ଅବସ୍ଥିତ । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ସ୍ଥାପିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ରହିଛି । ଏହା ଚନ୍ଦ୍ରଭାଗା ଓ ବଙ୍ଗୋପସାଗର କୂଳରେ ଅବସ୍ଥିତ । କୋଣାର୍କରେ ପ୍ରତି ଡିସେମ୍ବର ମାସରେ ବାର୍ଷିକ ନାଚ ଓ ଗୀତ ଉତ୍ସବ ପାଳନ ହୁଏ । ଏଥିରେ ଅନେକ ଭାରତୀୟ ନାଚ ପ୍ରଦର୍ଶିତ ହୁଏ ।
କୋଣାର୍କ ସୂର୍ଯ୍ୟ ମନ୍ଦିର
[ସମ୍ପାଦନା]ଏହି ମନ୍ଦିରଟି ଚନ୍ଦ୍ରଭାଗା ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ ଗଢିଉଠିଥିଲା। ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା। ଏହାର ନାମଥିଲା କୋଣଗର(କୋଣାକୋଣ)। ଏହାର ବେଢାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୮୫୭ ଓ ୫୪୦ଫୁଟ୍ । ୧୩ ଫୁଟ୍ ଉଚ୍ଚ ପଥର ଚଟାଣ ଉପରେ ରଥ ରୂପରେ ବିମାନ ଓ ଜଗମୋହନ ଗଢାହେଲା।
ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ନିୟମ ଅନୁଯାୟୀ ତିଆରି । ୧୨୩୮ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହଦେବ ରାଜୁତି କରୁଥିଲେ । ସେ ସୂର୍ଯ୍ୟଙ୍କ ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳାଇବାକୁ ଇଚ୍ଛା କରିଥିଲେ। ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରିଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରିଗରଙ୍କୁ ବଛାହେଇ ମନ୍ଦିରର କାମ ଆରମ୍ଭ ହୋଇଥିଲା । ମନ୍ଦିର ତିଆରିରେ ମୁଖ୍ୟ କାରିଗର ଥିଲେ ବିଶୁମହାରଣା। ମନ୍ଦିରଟି ଏକ ରଥ ଆକାରରେ ତିଆରିହେଲା । ସେଥିରେ ସାତଟି ପଥର ଘୋଡ଼ା ଯୋଖା ହେଲା । ଏହାର ଚକ ସଂଖ୍ୟା ୨୪। ଯାହାକି ଦିନର ୨୪ ଘଣ୍ଟାର ପ୍ରତୀକ। ଚକର ଆଠଟି ଦିନର ଆଠ ପ୍ରହରକୁ ସୂଚାଏ।
ଆଧାର
[ସମ୍ପାଦନା]- ↑ http://konark.nic.in/intro.htm. Official website.
- ↑ http://www.odisha.gov.in/portal/LIWPL/event_archive/Events_Archives/152Konark_Dance_Music_Festival_2010.pdf. 25th Konark Dance & Music festival
ଆଗକୁ ପଢ଼ିବେ
[ସମ୍ପାଦନା]- G.C. Chauley, Sun Temple of Konark: History and Preservation ISBN 978-81-86867-73-0
ଅଧିକ ତଥ୍ୟ
[ସମ୍ପାଦନା]- Government website for Konark
- Konark Sun Temple India Website Archived 2011-04-12 at the Wayback Machine.
- Konark in the travel section of the New Indian Express Archived 2007-11-09 at the Wayback Machine.
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |