ନୀଳାଦ୍ରି ମହୋଦୟ

ଉଇକିପିଡ଼ିଆ‌ରୁ
(Niladri Mahodayaରୁ ଲେଉଟି ଆସିଛି)


ନୀଳାଦ୍ରି ମହୋଦୟ ଏକ ପ୍ରାଚୀନ ପୌରାଣିକ ଗ୍ରନ୍ଥ । ଏହା ସଂସ୍କୃତ ଭାଷାରେ ଲିଖିତ ।[୧]

ଇତିହାସ[ସମ୍ପାଦନା]

ନୀଳାଦ୍ରି ମହୋଦୟର ରଚନାକାଳ ନେଇ ଭିନ୍ନ ଭିନ୍ନ ମତ ଥିଲେ ହେଁ ଏହା ଅଷ୍ଟଦଶ ଶତାବ୍ଦୀର ଦ୍ୱୀତିୟାର୍ଦ୍ଧରେ ରଚନା ହୋଇଥିବାର ଇତିହାସରୁ ପ୍ରମାଣ ମିଳେ ।[୨] ବର୍ତ୍ତମାନ ସୁଦ୍ଧା ଏହି ଗ୍ରନ୍ଥର ଉଲ୍ଲେଖ ଅନୁସାରେ ଶ୍ରୀମନ୍ଦିରର ବହୁତ ନୀତି ପରିଚାଳିତ ।[୩][୪] ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ନୀଳମତ ପୁରାଣକୁ ଶ୍ରୀମନ୍ଦିରର ବ୍ରାହ୍ମଣ ମହାଜନ ପୂଜାପଣ୍ଡା ଆଦି ବ୍ରାହ୍ମଣ ସେବକ ଓ ଦଇତାମାନେ ବହୁଳ ଭାବରେ ମାନ୍ୟତା ଦେଇଥାନ୍ତି ।[୫] ନୀଳାଦ୍ରି ମହୋଦୟର ରଚୟିତାଙ୍କ ସମ୍ବନ୍ଧରେ ଯାହା ଅନୁମାନ କରାଯାଏ, ତାହା ହେଉଛି କୌଣସି ବ୍ରାହ୍ମଣ ସେବାୟତ ଅର୍ଥାତ୍ ପୂଜାପଣ୍ଡା, ପତି ମହାପାତ୍ର ମୁଦିରଥ ବା ଅନୁରୂପ କୌଣସି ପୁରାତନ ବ୍ରାହ୍ମଣ ସେବକଙ୍କଦ୍ୱାରା ଏହା ଲିଖିତ । ଏହି ପୁସ୍ତକରେ ବିଦ୍ୟାପତି ଓ ତାଙ୍କର ବଂଶଧର ସେବକଙ୍କର ବିଷୟରେ ବହୁଳ ଉଲ୍ଲେଖ ରହିଛି ।

ଆଧାର[ସମ୍ପାଦନା]

  1. ଉତ୍କଳ ପ୍ରସଙ୍ଗ-ଜୁଲାଇ,୨୦୦୫
  2. Date of NiladrimahodayaDr. Basudev Mishra, Pages- ୯୫-୯୭
  3. "Daily Rituals". Retrieved 20 September 2015.
  4. Orissareview, july 2010page-61-65 Retrieved 21 September 2015
  5. Rath, A.K. Jagannath-Puri; a place of pilgrimage. Mittal Publications. p. 161.