ଚୌଦ୍ୱାର
ଚୌଦ୍ୱାର | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କଟକ |
ଭାଷା | ଓଡ଼ିଆ, ଇଂରାଜୀ |
Population (୨୦୦୧) | |
• Total | ୪୨,୫୯୭ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୬୦୦୧[୧] |
Area code | +୦୬୫** |
ଯାନବାହାନ ପଞ୍ଚୀକରଣ | OR/05 |
ଚୌଦ୍ୱାର ବା ଚଉଦୁଆର ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ ଏକ ସହର ।
ଇତିହାସ
[ସମ୍ପାଦନା]ପୌରାଣୀକ କିମ୍ବଦନ୍ତୀ
[ସମ୍ପାଦନା]ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ମହାଭାରତର ବିରାଟ ରାଜାଙ୍କ ରାଜଧାନୀ ଥିଲା ବିରାଟ-କଟକ । ବିରାଟ-କଟକ ମଧ୍ୟକୁ ପ୍ରବେଶ କରିବା ପାଇଁ ଗଡ଼ ପ୍ରାଚୀରରେ ଚାରୋଟି ଦ୍ୱାର ଥିଲା । ଗଡ଼ ଚତୁଃପାର୍ଶ୍ୱରେ ଏକ ସୁଦୀର୍ଘ ଗଡ଼ଖାଇ ଖୋଳାଯାଇଥିଲା । ଏହି ଚାରିଦ୍ୱାର ବିଶିଷ୍ଟ ଗଡ଼ କ୍ରମେ ଚୌଦ୍ୱାର ନାମରେ ପରିଚିତ ହେଲା ।
ଐତିହାସିକ କୀର୍ତ୍ତି
[ସମ୍ପାଦନା]ଚୌଦ୍ୱାର ଅଞ୍ଚଳରେ ଥିବା ଐତିହାସିକ କୀର୍ତ୍ତିରାଜିର ସନ୍ଧାନ ନିମନ୍ତେ ୨୦୦୩ରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ଅଞ୍ଚଳରେ ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଖନନ ବେଳେ ବହୁ କୀର୍ତ୍ତିରାଜି ତଥା ବୌଦ୍ଧିକ ସ୍ତୁପ ଉଦ୍ଧାର କରାଯାଇଥିଲା । ଚୌଦ୍ୱାର ସର୍କଲ ଜେଲ ନିକଟ ଅଞ୍ଚଳକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।
୫୪ ଏକର ରଗଡ଼ି ଜମିରେ ବିସ୍ତୃତ ବିରାଟ ଗାଦି (ବଧିପୀଠ)କୁ ମଧ୍ୟ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ସେଥିମଧ୍ୟରୁ ପ୍ରାୟ ୧୦ ଏକର ଜମିକୁ ତାରବାଡ଼ଦ୍ୱାରା ଘେରାଯାଇଛି । ୨୦୦୭ମସିହାରେ ଏହାର ଉତ୍ଖନନ ବେଳେ ତ୍ରୟୋଦଶ ଶତାବ୍ଦୀ ଦେଉଳର ଅବଶେଷ ଆବିଷ୍କୃତ ହୋଇଥିଲା । ଆବିଷ୍କୃତ ହୋଇଥିବା ଆକୃତି କୌଣସି ଦେଉଳର ଜଗମୋହନ (ନାଟ୍ୟ ମନ୍ଦିର) ଭଳି ପ୍ରତୀୟମାନ ହେଉଅଛି । [୨]
ଜନଗଣନା
[ସମ୍ପାଦନା]୨୦୦୧ ଜନଗଣନା ଅନୁସାରେ ଏଠାକାର ଲୋକସଂଖ୍ୟା ୨,୩୧୭,୪୧୯[୩]
ଅର୍ଥନୀତି
[ସମ୍ପାଦନା]ଏଠାକାର କିଛି ଶିଳ୍ପ ଉଦ୍ୟୋଗସବୁ ହେଲା:
- ଲିବ୍ରା କାର୍ପେଟସ
- ଓଡ଼ିଶା ଟେକ୍ସଟାଇଲ ମିଲ୍ସ (OTM)
- ଏଭିଏସନ ରିସର୍ଚ ସେଣ୍ଟର (ARC)
- ଇଣ୍ଡିଆନ ଚାର୍ଜ କ୍ରୋମ ଲିମିଟେଡ (ICCL)
- ବଳାରପୁର ପେପର ଇଣ୍ଡଷ୍ଟ୍ରିଜ ଲିମିଟେଡ଼ (BILT)
ଆଧାର
[ସମ୍ପାଦନା]- ↑ onefivenine.com
- ↑ ଧରିତ୍ରୀ, ୨୮ନଭେମ୍ବର ୨୦୧୧, ପୃଷ୍ଠା-୧୦
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.