ଗୁଣପୁର
ଗୁଣପୁର | |
— ସହର — | |
ଦିଗବାରେଣି | 19°05′N 83°49′E / 19.08°N 83.82°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ରାୟଗଡ଼ା |
ଲୋକସଂଖ୍ୟା | ୨୪,୭୦୬ |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା |
• 83 metres (272 ft) |
ଗୁଣପୁର, ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ସହର ଓ ଗୁଣପୁର ଉପଖଣ୍ଡର (ସବ୍ ଡିଭିଜନ୍) ସଦର ମହକୁମା ।
ଇତିହାସ
[ସମ୍ପାଦନା]ଗୁଣପୁର ସହରଟି ପ୍ରଥମେ ଛୋଟ ଏକ ଗାଁ କାମ୍ପଗୁଡା ନାମରେ ପରିଚିତ ଥିଲା । ବର୍ତ୍ତମାନ ସହରରେ ସଂଖ୍ୟାଧିକ ଲୋକ ମୂଖ୍ୟତଃ ଓଡ଼ିଆ ଏବଂ ତେଲୁଗୁ କହନ୍ତି । ଆଦିବାସୀ ସଂପ୍ରଦାୟ ସୌରା ଏବଂ କୁଇ ଭାଷା ବ୍ୟବହାର କରନ୍ତି । ଗୁଣପୁରର ସରକାରୀ ହାଇସ୍କୁଲଟି ଜିଲ୍ଲାର ସର୍ବପ୍ରାଚୀନ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ସ୍ଥାନୀୟ ଗୁଣୁପୁର ମହାବିଦ୍ୟାଳୟ ୧୯୭୩ ମସିହାରେ ପ୍ରତିଷ୍ଠା ହୋଇଥିଲା ।
ଭୂଗୋଳ
[ସମ୍ପାଦନା]ଗୁଣପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୦୮°N , ଅ: ୮୩.୮୨°E ।[୧] ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ୮୩ ମିଟର(୨୭୨ ଫୁଟ)। ବଂଶଧାରା ନଦୀ କୁଳରେ ଅବସ୍ଥିତ ଏହି ସହରଟି ସମତଳ ଓ ପାହାଡ଼ିଆ ଅଞ୍ଚଳକୁ ନେଇ ଗଠିତ । ରାଜ୍ୟ ସଡକପଥ SH-17ଦ୍ୱାରା ଏହି ସହର ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୁକ୍ତ । ପୂର୍ବତଟ ରେଳପଥ, ଏକ ୯୦ କି:ମି:ର ବ୍ରଡ଼ଗେଜ ଲାଇନରେ ଗୁଣପୁର ଏବଂ ପଲାସାକୁ ସଂଯୋଗ କରୁଅଛି ।
ଦର୍ଶନୀୟ ସ୍ଥାନ
[ସମ୍ପାଦନା]ଗୁଣପୁର ନିକଟରେ ଥିବା ପଦ୍ମପୁରର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ । କ: ନାଗଭୁଷଣ ପଟ୍ଟନାୟକ ଗୁଣପୁରରେ ଶେଷ ଜୀବନ ଅତିବାହିତ କରିଥିଲେ । ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନଗୁଡ଼ିକ ହେଲା :-
- ପୁଲିଗୁମିର ବଣ ଭୋଜି ଜାଗା
- ପ୍ରଧାନିଗୁଡା ଏବଂ ତୃକାଣୀଗୁଡାର ବଣ ଭୋଜି ଜାଗା
- ବଡନାଳ ଡ୍ୟାମ
- ଗୁଣପୁର ଜଗନ୍ନାଥ ମନ୍ଦିର ଏବଂ ନିକଟସ୍ଥ ବଣ ଭୋଜି ଜାଗା
- ନିକଟସ୍ଥ ଭୀମପୁରରେ ଥିବା ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ) ମନ୍ଦିର ।
- ଭାଲେରି ଗ୍ରାମସ୍ଥିତ ଗୋପିନାଥ ମନ୍ଦିର । (ଦୋଳ ପୁର୍ଣ୍ଣିମା ପାଇଁ ପ୍ରସିଦ୍ଧ)
ଚର୍ଚ୍ଚିତ ବ୍ୟକ୍ତିତ୍ୱ
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |