ଚଇତି ମହୋତ୍ସବ

ଉଇକିପିଡ଼ିଆ‌ରୁ
(ଚଇତି ମହୋତ୍ସବ, ରାୟଗଡ଼ାରୁ ଲେଉଟି ଆସିଛି)
ଚଇତି ମହୋତ୍ସବ
ରାୟଗଡା ମହୋତ୍ସବ
ନାମଚଇତି
ଅନ୍ୟ ନାମରାୟଗଡା ମହୋତ୍ସବ
ପାଳନକାରୀରାୟଗଡା ଜିଲ୍ଲାର ଲୋକ
ବିଶେଷତାସାଂସ୍କୃତିକ ପର୍ବ
ପାଳନ୩ ଦିନ
ଆରମ୍ଭଡିସେମ୍ବର ମାସ ୨୭
ଶେଷଡିସେମ୍ବର ମାସ ୨୯
୨୦୨୩ ତାରିଖଡିସେମ୍ବର ଶେଷ ସପ୍ତାହ


ରାୟଗଡା ମହୋତ୍ସବ ବା ଚଇତି ମହୋତ୍ସବ ହେଉଛି ରାୟଗଡ଼ା ଜିଲ୍ଲାର ସରକାରୀ ସାଂସ୍କୃତିକ ମହୋତ୍ସବ[୧][୨] । ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା ରାୟଗଡା ଜିଲ୍ଲାର ଅନ୍ୟତମ ଆକର୍ଷଣ[୩][୪]

ଇତିହାସ[ସମ୍ପାଦନା]

ଜିଲ୍ଲାରେ ଆଦିବାସୀ ସଂସ୍କୃତିର ପ୍ରଚାର ଏବଂ ପ୍ରସାର ନିମନ୍ତେ ୨୦୦୫ ମସିହାରୁ ଏହି ପର୍ବ ପାଳିତ ହୋଇ ଆସୁଛି[୫] । ଜିଲ୍ଲାସ୍ତରରେ ପାଳିତ ଏହି ପର୍ବ ବାସ୍ତବରେ ବ୍ଳକ୍ ଏବଂ ସବ୍ ଡିଭିଜନ୍ ସ୍ତରରୁ ଆରମ୍ଭ ହୋଇଥାଏ । ପ୍ରଥମ ଚଇତି ବା ରାୟଗଡା ମହୋତ୍ସବ ଜିଲ୍ଲାରେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ମେହେର୍ଦାଙ୍କଦ୍ୱାରା ଆରମ୍ଭ କରାଯାଇଥିଲା । କୌଣସି କାରଣ ବଶତଃ ଏହି ପର୍ବ ୨୦୦୮ ମସିହାରେ ବନ୍ଦ ହେବା ପରେ ୨୦୦୯ ମସିହାରୁ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ କୃଷ୍ଣ ଗୋପାଳ ମହାପାତ୍ର ଏହି ପରମ୍ପରାରକୁ ଉଜ୍ଜିବୀତ କରିଥିଲେ[୬]

ପାଳନ[ସମ୍ପାଦନା]

Chaiti Festival Rayagada

ଏହି ସାଂସ୍କୃତିକ ପର୍ବ ସାଧାରଣତଃ ଡିସେମ୍ବର ମାସର ଶେଷ ତିନିଦିନ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ପାଙ୍ଗଣରେ ପାଳିତ ହୁଏ । ଜିଲ୍ଲାର ସାଂସ୍କୃତିକ ପରିଷଦ ଏହି ପର୍ବର ପରିଚାଳନା କରିଥାନ୍ତି[୭] । ଏହି ଚିତ୍ତାକର୍ଷକ ପର୍ବରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୫୦୦ରୁ ଅଥିକ କଳାକାର ଆସି ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥାନ୍ତି[୮][୯] । ତା ଛଡା ମହୋତ୍ସବ ଶେଷରେ ଓରମାସ (ORMAS) ପ୍ରାୟୋଜିତ ପଲ୍ଲୀଶ୍ରୀ ମେଳା ଏହାର ଶୋଭା ଦ୍ୱିଗୁଣିତ କରିଥାଏ[୧୦]

ବାହାର ଲିଙ୍କ[ସମ୍ପାଦନା]

ଆଧାର[ସମ୍ପାଦନା]

  1. " telegraph India" News item in Telegraph India
  2. "Revolutionary frontlines" An article in Revolutionary Frontline
  3. "Orissa Review" official magazine of Govt. of Orissa
  4. "Rayagadaisfoundhere" Tourist attractions of Rayagada
  5. "Sambadepaper" News item dtd. 27.12.2014
  6. "Rayagadanews" Blogspot on Rayagada News
  7. "Dailypioneer" Chaiti Festival at Rayagada
  8. "Dharitriepaper" News item in Dharitriepaper dated 2712.2014
  9. "NewIndianexpress" Chaiti Festival Kicks off
  10. "ORMAS"