ଆଲୋଚନା:ଗୁଣପୁର

Page contents not supported in other languages.
ଉଇକିପିଡ଼ିଆ‌ରୁ

sub-divisional headquarter କୁ ସଦର ମହକୁମା କହିବା ଠିକ ହେବ ?--ଶିତିକଣ୍ଠ (ଆଲୋଚନା) ୨୦:୧୨, ୧୨ ଫେବୃଆରୀ ୨୦୧୪ (UTC)

ମୁଖ୍ୟ ସହରକୁ ସଦର ମହକୁମା ଭାବେ ବର୍ଣ୍ଣନା କରାଯାଇପାରିବ । ପ୍ରସଙ୍ଗରେ ଲେଖାଯାଇଥିବା ଗୁଣୁପୁର ଉପଖଣ୍ଡର (ସବ୍‌ ଡିଭିଜନ୍) ସଦର ମହକୁମା ଅଟେ ବାକ୍ୟରେ ଏହାର ବ୍ୟବହାର ମୋ ମତରେ ଠିକ ଅଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୪:୫୯, ୧୩ ଫେବୃଆରୀ ୨୦୧୪ (UTC)

'ଗୁଣପୁର' ବନାମ 'ଗୁଣୁପୁର'[ସମ୍ପାଦନା]

ନିକଟରେ ଏକ ଖବର କାଗଜରେ ବାହାରିଥିଲା ଯେ ଓଡ଼ିଆ ଭାଷା ଅନୁସାରେ "ଗୁଣପୁର" ଠିକ । କିନ୍ତୁ ତେଲୁଗୁ ଭାଷୀ ଲୋକ ଏହାକୁ ଅପଭ୍ରଂଶ କରି "ଗୁଣୁପୁର" ଭାବେ ଉଚ୍ଚାରଣ କରୁଛନ୍ତି । ସରକାରୀ ନଥିପତ୍ର ଓ କାର୍ଯ୍ୟାଳୟ ଫାଟକରେ ଗୁଣପୁର ଲେଖାଯାଉଥିବାବେଳେ ଅନ୍ୟ କେତେକ ସ୍ଥାନରେ ଗୁଣୁପୁର ଲେଖାଯାଉଛି । ତେବେ ଉଇକି ଲେଖାରେ କଣ ରଖାଯିବ ? କେହିଜଣେ ଏବେ ଆଇପି ରୁ ସମ୍ପାଦନ କରି ଗୁଣପୁର କାଟି ଗୁଣୁପୁର କରିଛନ୍ତି ।--ଶିତିକଣ୍ଠ (ଆଲୋଚନା) ୦୫:୪୭, ୧୯ ଅପ୍ରେଲ ୨୦୧୫ (UTC)

Hpsatapathy ବାବୁ ଏହା ଉପରେ ଆପଣଙ୍କ ମତାମତ ଦେଇପାରିବେ କି ?--ଶିତିକଣ୍ଠ (ଆଲୋଚନା) ୦୪:୧୦, ୨୬ ଅପ୍ରେଲ ୨୦୧୫ (UTC)

ମୋର ବି ମନେ ହୁଏ ଯେ ଓଡ଼ିଆ ଭାଷା ଅନୁସାରେ "ଗୁଣପୁର" ହିଁ ଠିକ । ଓଡିଶା ସରକାରଙ୍କ "ଭୁଲେଖ" ସାଇଟ୍‌ରେ ମଧ୍ୟ "ଗୁଣପୁର" ହିଁ ଲେଖାଯାଇଛି । ତେବେ ଓଡିଆ ଉଇକିପିଡିଆରେ ଅନେକ ସ୍ଥାନରେ ଗୁଣୁପୁରର ବ୍ୟବହାର ଅନେକ ସମୟରେ ଅନେକଙ୍କୁ ଦ୍ଵନ୍ଦରେ ପକାଇଛି । ଇଁରାଜୀ "Gunupur" ଶବ୍ଦର ଅନୁବାଦ କରି ଗୁଣୁପୁର ଲେଖିବା ଦ୍ଵାରା ଆମେ ଇଁରାଜୀ ପ୍ରଭାବରୁ ଓଡିଆକୁ ମୁକ୍ତ କରିପାରିନୁ ।

Hpsatapathy (ମୋ ଆଲୋଚନା) ୦୮:୧୭, ୨୬ ଅପ୍ରେଲ ୨୦୧୫ (UTC)

ମତାମତ ପାଇଁ ଧନ୍ୟବାଦ ସାର । ଅନ୍ୟ ମାନଙ୍କ ମତ ପାଇଁ କିଛି ଦିନ ଅପେକ୍ଷା କରାଯାଉ ଯଦି କାହାର ଆପତ୍ତି ନଥାଏ ତେବେ ପରିଚାଳକ ନାମ ପରିବର୍ତ୍ତନ କରିଦେବେ ।--ଶିତିକଣ୍ଠ (ଆଲୋଚନା) ୦୭:୫୯, ୩୦ ଅପ୍ରେଲ ୨୦୧୫ (UTC)
 Done ଭିନ୍ନ ମତ ଆସିନଥିବାରୁ 'ଗୁଣପୁର' ନାମକୁ ଘୁଞ୍ଚାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୫:୩୮, ୧୪ ମଇ ୨୦୧୫ (UTC)
ଶିତିକଣ୍ଠ ଦାଶ, ଖବରକାଗଜ ଓ ଅନ୍ୟାନ୍ୟ ସରକାରୀ ନଥିରେ କଣ ଲେଖାଯାଉଛି? ଭୂଲେଖ ସାଇଟରେ ଗୁଣପୁର ଲେଖାଯାଇଛି ଯଦି ସେହି ବନାନ ବ୍ୟବହାର ଯୁକ୍ତିଯୁକ୍ତ ଲାଗୁଛି । ତେବେ ବାକି ଜାଗାରେ କଣ ଲେଖାଯାଇଛି ଜାଣିବା ଜରୁରୀ । --ସୁଭାସିସ ପାଣିଗାହି (ଆଳାପ) ୨୦:୩୯, ୨୬ ଜୁଲାଇ ୨୦୧୫ (UTC)