ନାଗଭୂଷଣ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ନାଗଭୂଷଣ ପଟ୍ଟନାୟକ
ଗୁଣୁପୁରଠାରେ ନାଗଭୂଷଣଙ୍କ ପ୍ରତିମୂର୍ତ୍ତି
Born
ନାଗଭୂଷଣ ପଟ୍ଟନାୟକ

(1934-11-27)୨୭ ନଭେମ୍ବର ୧୯୩୪
Died୯ ଅକ୍ଟୋବର ୧୯୯୮(1998-10-09) (ବୟସ ୬୩)
Resting placeଗୁଣୁପୁର,ଓଡ଼ିଶା
Nationality ଭାରତୀୟ
Known forନକ୍ସଲବାଡି ଆନ୍ଦୋଳନ
Childrenଫଣୀଭୂଷଣ ପଟ୍ଟନାୟକ (ପୁଅ)
Parent(s)ରାମମୂର୍ତ୍ତି ପଟ୍ଟନାୟକ (ବାପା), ରାଜଲକ୍ଷ୍ମୀ ପଟ୍ଟନାୟକ

ନାଗଭୂଷଣ ପଟ୍ଟନାୟକ (୨୭ ନଭେମ୍ବର ୧୯୩୪ - ୦୯ ଅକ୍ଟୋବର ୧୯୯୮) ଓଡ଼ିଶାର ଜଣେ କମ୍ୟୁନିଷ୍ଟ ନେତା ଥିଲେ ।[୧] ରାୟଗଡା ଜିଲ୍ଲାର ପଦ୍ମପୁରଠାରେ ଏକ ମଧ୍ୟବିତ୍ତ ପରିବାରରେ ସେ ୨୭ ନଭେମ୍ବର ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଶ୍ରୀ ରାମମୂର୍ତ୍ତି ପଟ୍ଟନାୟକ ଓ ମାତା ଶ୍ରୀମତୀ ରାଜଲକ୍ଷ୍ମୀ ପଟ୍ଟନାୟକ । ପରବର୍ତ୍ତୀ ସମୟରେ ସେ ନକ୍ସଲବାଡ଼ି ଆନ୍ଦୋଳନରେ ଯୋଗ ଦେଲେ[୨] । ସିପିଆଇ(ଏମ-ଏଲ)ର ଅନ୍ୟତମ ସଂସ୍ଥାପକ ସଭ୍ୟ ତଥା ଜଣେ ଆଗଧାଡ଼ିର ନେତା ହିସାବରେ ସେ ଜୀବନର ଶେଷ ପର୍ଯ୍ୟନ୍ତ ରହିଥିଲେ ।

ପିଲାଦିନ[ସମ୍ପାଦନା]

ତାଙ୍କ ପିଲାଦିନ ପଦ୍ମପୁର ଗ୍ରାମରେ କଟିଥିଲା । ପ୍ରାଇମେରୀ ଶିକ୍ଷା ପଦ୍ମପୁରରେ ଶେଷ ହେବା ପରେ ସପରିବାର ସେ ଗୁଣୁପୁର ଚାଲିଗଲେ । ସେଠାକାର ଉଚ୍ଚବିଦ୍ୟାଳରେ ସେ ଅଧ୍ୟୟନ ସାରି ପାରଳାଖେମୁଣ୍ଡି ମହାରାଜାଙ୍କ ମହାବିଦ୍ୟାଳୟରେ ସ୍ନାତକ ଲାଭ କଲେ । ପିଲାଦିନେ ସେ ଭାରି ଦୁଷ୍ଟ ଥିଲେ । ଏକ ସାକ୍ଷାତକାରରେ ସେ ତାଙ୍କ ପିଲାଦିନର ଏକ କୌତୁହଳପୂର୍ଣ କାହାଣିଟିଏ କହିଥିଲେ । ତାହା ହେଲା- ଦିନେ ତାଙ୍କ ବାପାଙ୍କୁ କେହିଜଣେ ଜଣାଇଲେ ଯେ ନାଗଭୁଷଣ ଜଣେ ସାଥିପିଲାକୁ ବାଡେଇଛନ୍ତି । ବାପା ରାଗରେ ତାଙ୍କୁ ଗୋଡାଇବାକୁ ଲାଗିଲେ । କିନ୍ତୁ ନାଗଭୁଷଣ ବି କମ ନୁହଁନ୍ତି । ସେ କୌଶଳ କ୍ରମେ ଗାଁ ମନ୍ଦିରରେ ପଶିଗଲେ । ହେଲେ ବାପା ଶିକୁଳି ବନ୍ଦ କରିଦେବାରୁ ନାଗଭୂଷଣ ଆଉ ବାଟ ପାଇଲେ ନାହିଁ । ତଥାପି ଅନନ୍ୟୋପାୟ ହୋଇ ସେ ଏକ ବଡ଼ ପଥର ଖଣ୍ଡ ଧରି ବାପାଙ୍କୁ ଡରାଇଲେ । ବାପା ଏକଦମ ଛାନିଁଆ । ଆଉ ବା କଣ କରନ୍ତେ । ବାଧ୍ୟ ହୋଇ କୋଳେଇନେଲେ ଏବଂ ଭଗବାନ ଶିବଙ୍କ ଶରଣାପନ୍ନ ହେଲେ । ସେହିଦିନଠାରୁ ତାଙ୍କ ନାଁ ରହିଲା ନାଗଭୂଷଣ ।

ଆନ୍ଦୋଳନ[ସମ୍ପାଦନା]

ମାତ୍ର ପନ୍ଦର ବର୍ଷ ବୟସରେ, ସେ ଏ.ଆଇ.ଏସ.ଏଫ.ରେ ଯୋଗ ଦିଅନ୍ତି । ପରେ ସେ ମାଷ୍ଟର ଡିଗ୍ରୀ ନିମନ୍ତେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଯୋଗ ଦେଲେ । ସେଠାକାର ସାମ୍ୟବାଦୀ ଧାରା ତାଙ୍କୁ ବିଶେଷ ପ୍ରଭାବିତ କରିଥିଲା । ତାଙ୍କ ବିରୁଦ୍ଧରେ ୩୨ଟି ହତ୍ୟା ସମେତ ଅଠଷଠିଟି ମକଦ୍ଦମାର ବିଚାର ଏକ ଅଦାଲତରେ ଚାଲିଲା । ଶେଷରେ ହାଇଦ୍ରାବାଦର ଏକ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ତଥାପି ମୃତ୍ୟୁକୁ ଭୟ କରୁ ନଥିବା ନାଗଭୁଷଣ ରାଜକ୍ଷମା ପାଇଁ ଆବେଦନ ସୁଦ୍ଧା କରି ନ ଥିଲେ । ତେବେ, ନବକୃଷ୍ଣମାଳତୀ ଚୌଧୁରୀଙ୍କ ଭଳି ଗାନ୍ଧୀବାଦୀଙ୍କ ପ୍ରଚେଷ୍ଟାରେ ତାଙ୍କୁ ୧୯୮୦ରେ ରାଜକ୍ଷମା ମିଳିଥିଲା ।[୩]

ନାଗଭୂଷଣ ଜଣେ କବି ମଧ୍ୟ ଥିଲେ ଏବଂ ସେ ନଜରୁଲ ଇସଲାମଙ୍କଦ୍ୱାରା ବିଶେଷଭାବେ ପ୍ରଭବିତ ହୋଇଥିଲେ । ସେ ଏକାଧିକ ଭାଷା ଯଥା ; ଓଡ଼ିଆ, ତେଲୁଗୁବଙ୍ଗଳା ଜାଣିଥିଲେ । ହେଲେ ତାଙ୍କର ଅଧିକାଂଶ ଲେଖା ଇଂରାଜୀ ଭାଷାରେ ପ୍ରକଶିତ ହୋଇଥିଲା । ନାଗଭୁଷଣଙ୍କ ରଚିତ 'poems of prisons' [୪][୫] ଭୁବନେଶ୍ୱରରେ ଅଗଷ୍ଟ ୨୬, ୨୦୧୨ରେ ପ୍ରକାଶିତ ହୋଇଛି । ୧୯୯୮ ମସିହା ଅକ୍ଟୋବର ୦୯ ତାରିଖରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।

ଆଧାର[ସମ୍ପାଦନା]

  1. Chakravarti,, Sudeep. Red Sun: Travels in Naxalite Country. Penguin Books India. pp. 98–99. Retrieved 26 June 2015.{{cite book}}: CS1 maint: extra punctuation (link)
  2. "From Naxalbari to Nalgonda". The Hindu Group. The Hindu. 5 Dec 2004. Retrieved 26 June 2015.
  3. "ଚୀର ବିପ୍ଳବୀ ନାଗଭୁଷଣ". Sambad. 9 October 2015. Archived from the original on 4 March 2016. Retrieved 9 October 2015.
  4. "Poems of Prisons by Nagbhushana Patnaik released". Odishabarta.com. Odishabarta. Retrieved 26 June 2015.
  5. Correspondent, HNF. "Nagabhushan Patnaik's 'Poems of Prison' released in Bhubaneswar". hotnhitnews.com/. Archived from the original on 27 June 2015. Retrieved 26 June 2015.

ଅଧିକ ତଥ୍ୟ[ସମ୍ପାଦନା]