କୁଜେନ୍ଦ୍ରି

ଉଇକିପିଡ଼ିଆ‌ରୁ


[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କୁଜେନ୍ଦ୍ରି
କୁଜେନ୍ଦ୍ରି
ଗ୍ରାମ
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Population
 (2011)
 • Total୩୧୦୮
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)

କୁଜେନ୍ଦ୍ରି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ । ଭୂଦାନ ଆନ୍ଦୋଳନ ଈତିହାସରେ କୁଜେନ୍ଦ୍ରିର ଏକ ବିଶେଷ ସ୍ଥାନ ରହିଛି । ଆଚାର୍ଯ୍ୟ ବିନୋବା ଭାବେ ଏକ ପଦଯାତ୍ରାରେ ଏଠାରେ ୮ ମାର୍ଚ୍ଚ ୧୯୫୨ରେ ପହଞ୍ଚି ସେ ଅଞ୍ଚଳରେ ଭୂଦାନ ଆନ୍ଦୋଳନକୁ ସଫଳ କରିଥିଲେ[୧]

ଭୂଗୋଳ[ସମ୍ପାଦନା]

କୁଜେନ୍ଦ୍ରିର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯° ୦୭′ ୪୭″ ଏବଂ ଅ:୮୩° ୪୬′ ୧୧″ । ଏହି ଗ୍ରାମ ଜିଲ୍ଲା ସଦର ମହକୁମା ରାୟଗଡ଼ାଠାରୁ ୪୩ କି.ମି ପୂର୍ବଦିଗକୁ ଅବସ୍ଥିତ । ୨୦୧୧ ଜନଗଣନା ଅନୁସାରେ ଏହାର ମୋଟ ଲୋକସଂଖ୍ୟା ୩୧୦୮ । ତନ୍ମଧ୍ୟରୁ ୧୫୯୪ ପୁରୁଷ ଏବଂ ୧୫୧୪ ମହିଳା[୨]

ଇତିହାସ[ସମ୍ପାଦନା]

ଏହା ଏକ ଆଦିବାସୀ ବହୁଳ ଗ୍ରାମ । ଏଠାରେ ୧୯୪୯ ମସିହାରୁ ଆଦିବାସୀ ମଙ୍ଗଳ ବିଭାଗର ଏକ ସରକାରୀ ହାଇସ୍କୁଲ ପ୍ରତିଷ୍ଠିତ । ପ୍ରଖ୍ୟାତ ଗାନ୍ଧିବାଦୀ ନେତା ଶ୍ରୀ ବିଶ୍ୱନାଥ ପଟ୍ଟନାୟକ ୧୯୪୦ ମସିହାରୁ ଆସି ଏଠାରେ ଆଦିବାସିମାନଙ୍କର ଉନ୍ନତି ନିମନ୍ତେ କାର୍ଯ୍ୟ କରିଥିଲେ[୩][୪]

ପର୍ଯ୍ୟଟନ[ସମ୍ପାଦନା]

ଏହି ଗ୍ରାମଟି ସବୁଜ ବନାନୀ ତଥା ପ୍ରାକୃତିକ ପରିବେଶ ମଧ୍ୟରେ ଘେରି ରହିଛି । ଅତଏବ ଗ୍ରାମ ଆଖପାଖରେ ପିକ୍‌ନିକ୍‌ କରିବାଭଳି ଜାଗାର ଅଭାବ ନାହିଁ । ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ନେତ୍ରୀ ସନ୍ଧି ଶବରଙ୍କ ଜନ୍ମସ୍ଥାନ ଭାବରେ ଏହାର ଖ୍ୟାତି ରହିଛି[୫][୬]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]