ହାତୀପଥର, ରାୟଗଡ଼ା
Jump to navigation
Jump to search
ହାତୀପଥର ରାୟଗଡ଼ା ଜିଲ୍ଲାର ପ୍ରମୁଖ ଆକର୍ଷଣ ତଥା ଏକ ଦର୍ଶନୀୟ ସ୍ଥାନ[୧] [୨] [୩][୪][୫] । ରାୟଗଡ଼ା ସହରଠାରୁ ପ୍ରାୟ ୩ କି.ମି ଦୂରରେ ନାଗାବଳୀ ନଦୀର ଉପରେ ଏକ ଛୋଟ ଜଳପ୍ରପାତ ନିକଟରେ ଦୁଇଟି ବିରାଟକାୟ ଶୀଳାଖଣ୍ଡ ଦୁଇଟି ହାତୀର ଭ୍ରମ ସୃଷ୍ଟି କରୁଥିବାରୁ ଏହାର ନାମକରଣ ଏପରି ହୋଇଥିବାର ଅନୁମାନ କରାଯାଏ[୬][୭][୮][୯][୧୦] । ୨୦୦୬ ମସିହାର ପ୍ରବଳ ବୃଷ୍ଟିପାତ ଫଳରେ ନାଗାବଳୀ ନଦୀ ହାତୀପଥର ନିକଟରେ ତାହାର ଗତିପଥ ପରିବର୍ତ୍ତନ କରିଥିବାରୁ ନିର୍ମାଣାଧୀନ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ[୧୧] ନଷ୍ଟ ହୋଇଯିବା ସହ ବର୍ତ୍ତମାନ ଏହାର ଆକର୍ଷଣ ହ୍ରାସ ପାଇଅଛି[୧୨] । ତେବେ ହାତୀପଥରର ପୁନରୁଦ୍ଧାର ନିମନ୍ତେ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି[୧୩] । ତଥାପି ଅଦ୍ୟାପି ହାତୀପଥର ଏହାର ପରିବର୍ତ୍ତିତ ରୂପରେ ଆଖପାଖର ନିମ୍ନଲିଖିତ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ସହ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରେ ।
ନାମ | ପ୍ରସିଦ୍ଧି |
---|---|
ମଝିଘରିଆଣୀ ମନ୍ଦିର | ଦେବୀ ମଝିଘରିଆଣୀ |
ଚେକାଗୁଡା | ଝୁଲନ୍ତା ପୋଲ |
ରାଣୀଗୁଡା | ମା ମଙ୍ଗଳା ମନ୍ଦିର |
ରାୟଗଡା ମୁଖ୍ୟ ସଡକ | ଜଗନ୍ନାଥ ମନ୍ଦିର |
ପିତାମହଲ | ଶିବ ମନ୍ଦିର |
ଆଧାର[ସମ୍ପାଦନା]
- ↑ "Hatipathara". 29 October 2015. Retrieved 29 October 2015.
- ↑ "Tourism". Tourism Department. Retrieved 5 July 2015.
- ↑ "Hatipathar in odisha360.com"
- ↑ "Encyclopedia of Indian Tourism resources-Google books"
- ↑ Patra, Dasarathy. Tribal Tourism and Culture (PDF). Orissareview-November,2011. pp. 63–68.
- ↑ "Places of interest in Rayagada"
- ↑ "Tourism" (PDF). cesorissa.org. State of the Enviornment Report - Orissa, 2007. Retrieved 24 June 2015.
- ↑ "Rayagada district information"
- ↑ "Hatipathar waterfall, Rayagada"
- ↑ "Orissa tourism- Hatipathar waterfall"
- ↑ "ହାତୀପଥର କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ"
- ↑ "The Hindu"
- ↑ "ହାତୀପଥର ପୁନରୁଦ୍ଧାର ପ୍ରକଳ୍ପ"
ବାହାର ତଥ୍ୟ[ସମ୍ପାଦନା]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |