ରଙ୍ଗନାଥ ମିଶ୍ର

ଉଇକିପିଡ଼ିଆ‌ରୁ
(Ranganath Misraରୁ ଲେଉଟି ଆସିଛି)
ଜଷ୍ଟିସ

ରଙ୍ଗନାଥ ମିଶ୍ର
ସଭ୍ୟ, ରାଜ୍ୟ ସଭା
କାର୍ଯ୍ୟକାଳ
୨ ଜୁଲାଇ ୧୯୯୮ – ୧ ଜୁଲାଇ ୨୦୦୪
ମୁଖ୍ୟ ବିଚାରପତି, ସର୍ବୋଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୨୫ ସେପ୍ଟେମ୍ବର ୧୯୯୦ – ୨୪ ନଭେମ୍ବର ୧୯୯୧
ପୂର୍ବ ଅଧିକାରୀସବ୍ୟସାଚି ମୁଖାର୍ଜୀ
ପର ଅଧିକାରୀକମଳ ନାରାୟଣ ସିଂହ
ମୁଖ୍ୟ ବିଚାରପତି, ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୧୬ ଜାନୁଆରୀ ୧୯୮୧ – ୧୪ ମାର୍ଚ୍ଚ ୧୯୮୩
ପୂର୍ବ ଅଧିକାରୀସୁକାନ୍ତ କିଶୋର ରାୟ
ପର ଅଧିକାରୀଡମ୍ବରୁଧର ପାଠକ
ରାଜ୍ୟପାଳ, ଓଡ଼ିଶା (କାର୍ଯ୍ୟକାରୀ)
କାର୍ଯ୍ୟକାଳ
୨୫ ଜୁନ ୧୯୮୨ – ୩୧ ଅଗଷ୍ଟ ୧୯୮୨
ପୂର୍ବ ଅଧିକାରୀଚେପ୍ପୁଦିର ମୁଥାନ ପୂନାଚା
ପର ଅଧିକାରୀଚେପ୍ପୁଦିର ମୁଥାନ ପୂନାଚା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1926-11-25)୨୫ ନଭେମ୍ବର ୧୯୨୬


[୧]
ବାଣପୁର, ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶା
ମୃତ୍ୟୁ୧୩ ସେପ୍ଟେମ୍ବର ୨୦୧୨(2012-09-13) (ବୟସ ୮୬)
ଜାତୀୟତା ଭାରତୀୟ
ଜୀବନ ସାଥୀସୁମିତ୍ରା ମିଶ୍ର[୨]
ସନ୍ତାନଦେବାନନ୍ଦ ମିଶ୍ର, ଶିବାନନ୍ଦ ମିଶ୍ର[୩]
ବାପା/ବୋଉଗୋଦାବରୀଶ ମିଶ୍ର[୪]
ଘରକଟକ
ଶିକ୍ଷାସ୍ନାତକୋତ୍ତର,ଏଲ୍.ଏଲ୍.ଏମ୍
ଶିକ୍ଷାନୁଷ୍ଠାନବାଣପୁର ହାଇସ୍କୁଲ, ରେଭେନ୍ସା ବିଶ୍ୱବିଦ୍ୟାଳୟ,ଆହ୍ଲାବାଦ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ଜାତୀୟ ମାନବିକ ଅଧିକାର କମିଶନର ଅଧ୍ୟକ୍ଷ

ରଙ୍ଗନାଥ ମିଶ୍ର (୨୫ ନଭେମ୍ବର ୧୯୨୬ - ୧୩ ସେପ୍ଟେମ୍ବର ୨୦୧୨) ଭାରତୀୟ ସୁପ୍ରିମ କୋର୍ଟର ଭୂତପୂର୍ବ ପ୍ରଧାନ ବିଚାରପତି । ଏତଦ ବ୍ୟତିତ ସେ ଜଣେ ରାଜ୍ୟ ସଭା ସାଂସଦ ତଥା ଭାରତୀୟ ଜାତୀୟ ମାନବିକ ଅଧିକାର କମିଶନର ପ୍ରଥମ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ଭାରତୀୟ ସୁପ୍ରିମ କୋର୍ଟର ପ୍ରଥମ ଓଡ଼ିଆ ବିଚାରପତି ଥିଲେ ।[୫]

ଜୀବନୀ[ସମ୍ପାଦନା]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

୧୯୨୬ ମସିହା ନଭେମ୍ବର ମାସ ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବାଣପୁରଠାରେ, ପିତା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ପରିବାରରେ ରଙ୍ଗନାଥ ମିଶ୍ର ଜନ୍ମଗ୍ରହଣ କରିଥିଲେ । ବାଣପୁର ହାଇସ୍କୁଲରୁ ମାଟ୍ରିକ ପାସ କଲା ପରେ, ସେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ ।

କର୍ମଜୀବନ[ସମ୍ପାଦନା]

ରଙ୍ଗନାଥ ମିଶ୍ର,୧୯୫୦ ମସିହା ସେପ୍ଟେମ୍ବର ୧୮ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଇନଜୀବୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୬୯ ମସିହା ଜୁଲାଇ ମାସ ୪ ତାରିଖରେ ହାଇକୋର୍ଟରେ ସେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ । ୧୯୮୦ ମସିହା ନଭେମ୍ବର ୬ ତାରିଖରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଓ ୧୯୮୧ ମସିହା ଜାନୁଆରୀ ମାସ ୧୬ ତାରିଖରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ । ୧୯୮୩ ମସିହା ମାର୍ଚ ମାସ ୧୫ ତାରିଖରେ ସେ ସୁପ୍ରିମ କୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ୧୯୯୦ ସେପ୍ଟେମ୍ବର ୨୫ ତାରିଖରେ ସେ ଭାରତର ୨୧ତମ ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଓ ୧୯୯୧ ମସିହା ନଭେମ୍ବର ମାସ ୨୪ ତାରିଖରେ ଅବସର ଗ୍ରହଣ କରିଥିଲେ ।[୬][୭] ୧୯୯୨ଠାରୁ, ସେ ଅଲ୍ ଇଣ୍ଡିଆ ବୟଜ ସ୍କାଉଟସ୍ ଆସୋସିଏଶନର ମୁଖ୍ୟ ସ୍କାଉଟସ୍ ଥିଲେ । ଏଥି ସହିତ ସେ ପ୍ରଥମ ଜାତୀୟ ମାନବିକ ଅଧିକାର କମିଶନର ଅଧ୍ୟକ୍ଷ ମଧ୍ୟ ଥିଲେ ।[୮] ଏହି ପଦରେ ସେ ୧୯୯୩ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । [୯]୧୯୯୮ ମସିହାରେ, ରଙ୍ଗନାଥ ମିଶ୍ର କଂଗ୍ରେସ ଟିକଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ୨୦୦୪ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ରହିଥିଲେ ।[୧୦] ୨୦୦୪ ମସିହାରେ ସେ ଜାତୀୟ ସଂଖ୍ୟାଲଘୁ କମିଶନର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ । ଏହି କମିଶନ ଭାଷାଗତ ଓ ଜାତିଗତ ଅଳ୍ପସଂଖ୍ୟକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟିଦେବା ପାଇଁ ଗଠନ କରାଯାଇଥିଲା । ରଙ୍ଗନାଥ ମିଶ୍ର କମିଶନ ନାମରେ ମଧ୍ୟ ସୁପରିଚିତ ଏହି କମିଶନ ୨୦୦୭ ମସିହାରେ ତାଙ୍କର ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିଲା । [୧୧] ଏହି ରିପୋର୍ଟ ଦେଶ ମଧ୍ୟରେ ବହୁ ବାଦବିବାଦର ସୂତ୍ରପାତ କରାଇଛି । [୧୨]

ପାରିବାରିକ ଜୀବନ[ସମ୍ପାଦନା]

ରଙ୍ଗନାଥ ମିଶ୍ର ଓ ପତ୍ନୀ ସୁମିତ୍ରା ମିଶ୍ରଙ୍କର ଦୁଇଟି ପୁତ୍ର ଥିଲେ, ଦେବାନନ୍ଦ ମିଶ୍ର ଓ ଶିବାନନ୍ଦ ମିଶ୍ର । ଉଭୟ ପୁତ୍ରଙ୍କର ଆଗରୁ ତିରୋଧାନ ହୋଇଛି । ତାଙ୍କ ନାତି ଆନନ୍ଦ ମିଶ୍ର, ସୁପ୍ରିମ କୋର୍ଟରେ ଜଣେ ଆଇନଜୀବୀ ଭାବରେ କାମ କରନ୍ତି ।[୧୩] ୨୦୧୨ ମସିହା ସେପ୍ଟେମ୍ବର ମାସ ୧୩ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[୧୪]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2012-09-17. Retrieved 2012-09-19. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2012-09-14. Retrieved 2012-09-19. {{cite web}}: Cite has empty unknown parameter: |1= (help)
  3. http://www.dharitri.com/epaper/140912/p13.htm
  4. "ଆର୍କାଇଭ୍ କପି". Archived from the original on 2012-09-23. Retrieved 2012-09-19. {{cite web}}: Cite has empty unknown parameter: |1= (help)
  5. "National Human Rights Commission - New Delhi". nhrc.nic.in. 2006. Retrieved 20 September 2012. Justice Shri Ranganath Misra was the first Chairperson of the Commission
  6. http://supremecourtofindia.nic.in/judges/bio/rmisra.htm
  7. http://www.indiavision.com/news/article/national/345537/pm-condoles-death-of-justice-ranganath-mishra/[permanent dead link]
  8. http://nhrc.nic.in/Documents/sec-1.pdf
  9. "ଆର୍କାଇଭ୍ କପି". Archived from the original on 2012-09-23. Retrieved 2012-09-19. {{cite web}}: Cite has empty unknown parameter: |1= (help)
  10. "Alphabetical List Of All Members Of Rajya Sabha Since 1952". 164.100.47.5. Retrieved 30 December 2012. Misra Shri Ranganath Odisha INC 02/07/1998 01/07/2004 {{cite web}}: horizontal tab character in |quote= at position 22 (help)
  11. http://ncm.nic.in/pdf/compilation.pdf
  12. "ଆର୍କାଇଭ୍ କପି". Archived from the original on 2016-09-07. Retrieved 2012-09-19. {{cite web}}: Cite has empty unknown parameter: |1= (help)
  13. http://www.odisha.com/20060924/fullstory/Arati.html
  14. http://www.thehindu.com/news/national/article3893788.ece

ବାହାର ଆଧାର[ସମ୍ପାଦନା]