Jump to content

ରଙ୍ଗନାଥ ମିଶ୍ର

ଉଇକିପିଡ଼ିଆ‌ରୁ
(Ranganath Misraରୁ ଲେଉଟି ଆସିଛି)
ଜଷ୍ଟିସ

ରଙ୍ଗନାଥ ମିଶ୍ର
ସଭ୍ୟ, ରାଜ୍ୟ ସଭା
କାର୍ଯ୍ୟକାଳ
୨ ଜୁଲାଇ ୧୯୯୮  ୧ ଜୁଲାଇ ୨୦୦୪
ମୁଖ୍ୟ ବିଚାରପତି, ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୨୫ ସେପ୍ଟେମ୍ବର ୧୯୯୦  ୨୪ ନଭେମ୍ବର ୧୯୯୧
ପୂର୍ବ ଅଧିକାରୀସବ୍ୟସାଚି ମୁଖାର୍ଜୀ
ପର ଅଧିକାରୀକମଳ ନାରାୟଣ ସିଂହ
ମୁଖ୍ୟ ବିଚାରପତି, ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୧୬ ଜାନୁଆରୀ ୧୯୮୧  ୧୪ ମାର୍ଚ୍ଚ ୧୯୮୩
ପୂର୍ବ ଅଧିକାରୀସୁକାନ୍ତ କିଶୋର ରାୟ
ପର ଅଧିକାରୀଡମ୍ବରୁଧର ପାଠକ
ରାଜ୍ୟପାଳ, ଓଡ଼ିଶା (କାର୍ଯ୍ୟକାରୀ)
କାର୍ଯ୍ୟକାଳ
୨୫ ଜୁନ ୧୯୮୨  ୩୧ ଅଗଷ୍ଟ ୧୯୮୨
ପୂର୍ବ ଅଧିକାରୀଚେପ୍ପୁଦିର ମୁଥାନ ପୂନାଚା
ପର ଅଧିକାରୀଚେପ୍ପୁଦିର ମୁଥାନ ପୂନାଚା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1926-11-25)୨୫ ନଭେମ୍ବର ୧୯୨୬


[]
ବାଣପୁର, ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶା
ମୃତ୍ୟୁ୧୩ ସେପ୍ଟେମ୍ବର ୨୦୧୨(2012-09-13) (ବୟସ ୮୬)
ଜାତୀୟତା ଭାରତୀୟ
ଜୀବନ ସାଥୀସୁମିତ୍ରା ମିଶ୍ର[]
ସନ୍ତାନଦେବାନନ୍ଦ ମିଶ୍ର, ଶିବାନନ୍ଦ ମିଶ୍ର[]
ବାପା/ବୋଉଗୋଦାବରୀଶ ମିଶ୍ର[]
ଘରକଟକ
ଶିକ୍ଷାସ୍ନାତକୋତ୍ତର,ଏଲ୍.ଏଲ୍.ଏମ୍
ଶିକ୍ଷାନୁଷ୍ଠାନବାଣପୁର ହାଇସ୍କୁଲ, ରେଭେନ୍ସା ବିଶ୍ୱବିଦ୍ୟାଳୟ,ଆହ୍ଲାବାଦ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି, ଜାତୀୟ ମାନବିକ ଅଧିକାର କମିଶନର ଅଧ୍ୟକ୍ଷ

ରଙ୍ଗନାଥ ମିଶ୍ର (୨୫ ନଭେମ୍ବର ୧୯୨୬ - ୧୩ ସେପ୍ଟେମ୍ବର ୨୦୧୨) ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ଭୂତପୂର୍ବ ପ୍ରଧାନ ବିଚାରପତି । ଏତଦ ବ୍ୟତିତ ସେ ଜଣେ ରାଜ୍ୟ ସଭା ସାଂସଦ ତଥା ଭାରତୀୟ ଜାତୀୟ ମାନବିକ ଅଧିକାର କମିଶନର ପ୍ରଥମ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ଭାରତୀୟ ସୁପ୍ରିମ କୋର୍ଟର ପ୍ରଥମ ଓଡ଼ିଆ ବିଚାରପତି ଥିଲେ ।[]

ଜୀବନୀ

[ସମ୍ପାଦନା]

ବାଲ୍ୟଜୀବନ ଓ ଶିକ୍ଷା

[ସମ୍ପାଦନା]

୧୯୨୬ ମସିହା ନଭେମ୍ବର ମାସ ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବାଣପୁରଠାରେ, ପିତା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ପରିବାରରେ ରଙ୍ଗନାଥ ମିଶ୍ର ଜନ୍ମଗ୍ରହଣ କରିଥିଲେ । ବାଣପୁର ହାଇସ୍କୁଲରୁ ମାଟ୍ରିକ ପାସ କଲା ପରେ, ସେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ ।

କର୍ମଜୀବନ

[ସମ୍ପାଦନା]

ରଙ୍ଗନାଥ ମିଶ୍ର,୧୯୫୦ ମସିହା ସେପ୍ଟେମ୍ବର ୧୮ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଇନଜୀବୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୬୯ ମସିହା ଜୁଲାଇ ମାସ ୪ ତାରିଖରେ ହାଇକୋର୍ଟରେ ସେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ । ୧୯୮୦ ମସିହା ନଭେମ୍ବର ୬ ତାରିଖରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଓ ୧୯୮୧ ମସିହା ଜାନୁଆରୀ ମାସ ୧୬ ତାରିଖରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ । ୧୯୮୩ ମସିହା ମାର୍ଚ ମାସ ୧୫ ତାରିଖରେ ସେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ୧୯୯୦ ସେପ୍ଟେମ୍ବର ୨୫ ତାରିଖରେ ସେ ଭାରତର ୨୧ତମ ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଓ ୧୯୯୧ ମସିହା ନଭେମ୍ବର ମାସ ୨୪ ତାରିଖରେ ଅବସର ଗ୍ରହଣ କରିଥିଲେ ।[][] ୧୯୯୨ଠାରୁ, ସେ ଅଲ୍ ଇଣ୍ଡିଆ ବୟଜ ସ୍କାଉଟସ୍ ଆସୋସିଏଶନର ମୁଖ୍ୟ ସ୍କାଉଟସ୍ ଥିଲେ । ଏଥି ସହିତ ସେ ପ୍ରଥମ ଜାତୀୟ ମାନବିକ ଅଧିକାର କମିଶନର ଅଧ୍ୟକ୍ଷ ମଧ୍ୟ ଥିଲେ ।[] ଏହି ପଦରେ ସେ ୧୯୯୩ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । []୧୯୯୮ ମସିହାରେ, ରଙ୍ଗନାଥ ମିଶ୍ର କଂଗ୍ରେସ ଟିକଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ୨୦୦୪ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ରହିଥିଲେ ।[୧୦] ୨୦୦୪ ମସିହାରେ ସେ ଜାତୀୟ ସଂଖ୍ୟାଲଘୁ କମିଶନର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ । ଏହି କମିଶନ ଭାଷାଗତ ଓ ଜାତିଗତ ଅଳ୍ପସଂଖ୍ୟକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟିଦେବା ପାଇଁ ଗଠନ କରାଯାଇଥିଲା । ରଙ୍ଗନାଥ ମିଶ୍ର କମିଶନ ନାମରେ ମଧ୍ୟ ସୁପରିଚିତ ଏହି କମିଶନ ୨୦୦୭ ମସିହାରେ ତାଙ୍କର ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିଲା । [୧୧] ଏହି ରିପୋର୍ଟ ଦେଶ ମଧ୍ୟରେ ବହୁ ବାଦବିବାଦର ସୂତ୍ରପାତ କରାଇଛି । [୧୨]

ପାରିବାରିକ ଜୀବନ

[ସମ୍ପାଦନା]

ରଙ୍ଗନାଥ ମିଶ୍ର ଓ ପତ୍ନୀ ସୁମିତ୍ରା ମିଶ୍ରଙ୍କର ଦୁଇଟି ପୁତ୍ର ଥିଲେ, ଦେବାନନ୍ଦ ମିଶ୍ର ଓ ଶିବାନନ୍ଦ ମିଶ୍ର । ଉଭୟ ପୁତ୍ରଙ୍କର ଆଗରୁ ତିରୋଧାନ ହୋଇଛି । ତାଙ୍କ ନାତି ଆନନ୍ଦ ମିଶ୍ର, ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟରେ ଜଣେ ଆଇନଜୀବୀ ଭାବରେ କାମ କରନ୍ତି ।[୧୩] ୨୦୧୨ ମସିହା ସେପ୍ଟେମ୍ବର ମାସ ୧୩ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[୧୪]

  1. "ଆର୍କାଇଭ୍ କପି". Archived from the original on 2012-09-17. Retrieved 2012-09-19. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2012-09-14. Retrieved 2012-09-19. {{cite web}}: Cite has empty unknown parameter: |1= (help)
  3. http://www.dharitri.com/epaper/140912/p13.htm
  4. "ଆର୍କାଇଭ୍ କପି". Archived from the original on 2012-09-23. Retrieved 2012-09-19. {{cite web}}: Cite has empty unknown parameter: |1= (help)
  5. "National Human Rights Commission - New Delhi". nhrc.nic.in. 2006. Retrieved 20 September 2012. Justice Shri Ranganath Misra was the first Chairperson of the Commission
  6. http://supremecourtofindia.nic.in/judges/bio/rmisra.htm
  7. http://www.indiavision.com/news/article/national/345537/pm-condoles-death-of-justice-ranganath-mishra/[permanent dead link]
  8. http://nhrc.nic.in/Documents/sec-1.pdf
  9. "ଆର୍କାଇଭ୍ କପି". Archived from the original on 2012-09-23. Retrieved 2012-09-19. {{cite web}}: Cite has empty unknown parameter: |1= (help)
  10. "Alphabetical List Of All Members Of Rajya Sabha Since 1952". 164.100.47.5. Retrieved 30 December 2012. Misra Shri Ranganath Odisha INC 02/07/1998 01/07/2004 {{cite web}}: horizontal tab character in |quote= at position 22 (help)
  11. http://ncm.nic.in/pdf/compilation.pdf
  12. "ଆର୍କାଇଭ୍ କପି". Archived from the original on 2016-09-07. Retrieved 2012-09-19. {{cite web}}: Cite has empty unknown parameter: |1= (help)
  13. http://www.odisha.com/20060924/fullstory/Arati.html
  14. http://www.thehindu.com/news/national/article3893788.ece

ବାହାର ଆଧାର

[ସମ୍ପାଦନା]