ଗଣେଶୀ ଲାଲ

ଉଇକିପିଡ଼ିଆ‌ରୁ
ଗଣେଶୀ ଲାଲ
୨୦୧୮ ରଥଯାତ୍ରା ସମୟରେ ରାଜ୍ୟପାଳ
ଓଡ଼ିଶାର ୨୬ତମ ରାଜ୍ୟପାଳ
Assumed office
୨୯ ମଇ ୨୦୧୮
ମୁଖ୍ୟ ମନ୍ତ୍ରୀନବୀନ ପଟ୍ଟନାୟକ
ପୂର୍ବ ଅଧିକାରୀସତ୍ୟପାଳ ମଲ୍ଲିକ
ପର ଅଧିକାରୀରଘୁବର ଦାସ
ବିଧାନ ସଭା ସଦସ୍ୟ
କାର୍ଯ୍ୟକାଳ
୧୯୯୬-୨୦୦୦
ନିର୍ବାଚନ ମଣ୍ଡଳୀସିର୍ସା[୧]
ବ୍ୟକ୍ତିଗତ ସବିଶେଷ
ଜନ୍ମ (1941-03-01) ୧ ମାର୍ଚ୍ଚ ୧୯୪୧ (ବୟସ ୮୩)
ସିର୍ସା, ହରିୟାଣା
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସୁଶୀଳା ଦେବୀ
ଘରରାଜଭବନ, ଓଡ଼ିଶା

ଗଣେଶୀ ଲାଲ (ଜନ୍ମ : ୧ ମାର୍ଚ୍ଚ ୧୯୪୧) ଜଣେ ଭାରତୀୟ ରାଜନେତା ଏବଂ ଓଡ଼ିଶାର ବର୍ତ୍ତମାନର ରାଜ୍ୟପାଳ ।[୨][୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଗଣେଶୀ ଲାଲ ୧ ମାର୍ଚ୍ଚ ୧୯୪୧ରେ ହରିୟାଣାର ସିର୍ସାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଇଂରାଜୀ ସମ୍ମାନରେ ଡିଗ୍ରୀ ହାସଲ କରିଛନ୍ତି । ସେ ଗଣିତରେ ମଧ୍ୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ଏଫଏ, ସ୍ନାତକ ଏବଂ ସ୍ନାତକତ୍ତୋର ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହିତ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ ।

ଶିକ୍ଷା ସମାପ୍ତ କରିବା ପରେ ସେ ଅଧ୍ୟାପନା ବୃତ୍ତିରେ ଯୋଗ ଦେଇଥିଲେ ଏବଂ ୧୯୬୪ରୁ ୧୯୯୧ ମଧ୍ୟରେ ହରିୟାଣାର ବିଭିନ୍ନ ସରକାରୀ କଲେଜରେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

୧୯୭୫-୭୬ରେ ଭାରତର ଜରୁରୀକାଳୀନ ପରିସ୍ଥିତି ସମୟରେ, ଗଣେଶୀ ଲାଲ ଏହାକୁ ବିରୋଧ କରି କାରାବରଣ କରିଥିଲେ । ୧୯୯୦ ମସିହାରେ ସେ ଶିକ୍ଷାଦାନରୁ ଇସ୍ତଫା ଦେଇ ସେ ପ୍ରଥମେ ୧୯୯୬ ମସିହାରେ ବିଧାନ ସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ କଂଗ୍ରେସର ଲଚ୍ଛମନ ଦାସଙ୍କୁ ପରାସ୍ତ କରିଥିଲେ । ବଂଶୀଲାଲଙ୍କ ମନ୍ତ୍ରୀମଣ୍ଡଳରେ ସେ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ଭାବରେ କାମ କରିଥିଲେ । ଶ୍ରମ ଏବଂ ରୋଜଗାର, ଖାଦ୍ୟ ଯୋଗାଣ, ଅବକାରୀ ବିଭାଗ ଆଦି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଥିଲେ । ହରିୟାଣା ବିଜେପିରେ ସେ ସଚିବ, ମୁଖ୍ୟପାତ୍ର, ଉପାଧ୍ୟକ୍ଷ ଓ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଝାଡ଼ଖଣ୍ଡରେ ସେ ବିଜେପିର ରାଷ୍ଟ୍ରୀୟ ପ୍ରହରି ଭାବରେ ୩ ବର୍ଷ ଧରି ଅବସ୍ଥାପିତ ଥିଲେ । "Geeta" - 'The Unattached Attachment' ( "ଗୀତା" - 'ଅବିଭକ୍ତ ସଂଲଗ୍ନ') ନାମରେ ସେ ଏକ ପୁସ୍ତକ ରଚନା କରିଛନ୍ତି । ସେ ୨୦୧୪ରେ ହରିୟାଣାରେ ପ୍ରଥମ ବିଜେପି ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚିତ ହୋଇଥିଲେ । ଓଡ଼ିଶାର ରାଜ୍ୟପାଳ ପଦବୀ ମଣ୍ଡନ କରିବା ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିର ଅନୁଶାସନ କମିଟିର ରାଷ୍ଟ୍ରୀୟ ସଭାପତି ଥିଲେ ।

ସରକାରୀ ସଭାରେ ଅଂଶଗ୍ରହଣ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Sirsa Election Result". Mapsofindia. Retrieved 25 May 2018.
  2. "Kerala BJP chief Kummanam Rajasekharan appointed Mizoram Governor". Indian Express. 25 May 2018. Retrieved 25 May 2018.
  3. "Haryana BJP leader Professor Ganeshi Lal is new Odisha Governor". Tribune. 25 May 2018. Retrieved 25 May 2018.
  4. "Odisha Governor, Principal Secretary to the PMO, PK Mishra attended 30th convocation ceremony of #Sambalpur University". OdishaDiary (in ଆମେରିକୀୟ ଇଂରାଜୀ). 29 November 2019. Retrieved 29 November 2019.
  5. "Scientific tools need of the hour for smart farming". The New Indian Express. Retrieved 23 December 2019.

ବାହାର ଆଧାର[ସମ୍ପାଦନା]