ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ

ଉଇକିପିଡ଼ିଆ‌ରୁ
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
ରାଜ୍ୟପାଳ, ଓଡ଼ିଶା
କାର୍ଯ୍ୟକାଳ
୨୧ ଅଗଷ୍ଟ ୨୦୦୭ –୦୯ ମାର୍ଚ ୨୦୧୩
ପୂର୍ବ ଅଧିକାରୀରାମେଶ୍ୱର ଠାକୁର
ପର ଅଧିକାରୀଏସ. ସି. ଜମିର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1928-12-10) ୧୦ ଡିସେମ୍ବର ୧୯୨୮ (ବୟସ ୯୪)
ମୁମ୍ବାଇ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବାପା/ବୋଉଚନ୍ଦ୍ରକାନ୍ତ ଲକ୍ଷ୍ମୀକାନ୍ତ ଭଣ୍ଡାରେ
ସୁନନ୍ଦା ଭଣ୍ଡାରେ
ଶିକ୍ଷାସ୍ନାତକ (ବିଜ୍ଞାନ), ସ୍ନାତକ (ଆଇନ)

ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ(ଜନ୍ମ ଡିସେମ୍ବର ୧୦, ୧୯୨୮ ମୁମ୍ବାଇ ରେ) ଜଣେ ଭାରତୀୟ ରାଜନେତା । [୧]

ରାଜନୈତିକ ଜୀବନ[ସମ୍ପାଦନା]

ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ଓଡ଼ିଶାର ୪୩ତମ ରାଜ୍ୟପାଳ ରୂପେ କାର୍ଯ୍ୟନିର୍ବାହ (୨୧ ଅଗଷ୍ଟ ୨୦୦୭ରୁ ୦୯ ମାର୍ଚ ୨୦୧୩ ପର୍ଯ୍ୟନ୍ତ) କରିସାରିଛନ୍ତି । [୨] ସେ, ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ତିନି ଥର (୧୯୮୦-୮୨, ୧୯୮୨-୮୮,୧୯୮୮-୯୪) ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇସାରିଛନ୍ତି । ଏହା ବ୍ୟତିତ, ସେ ସୁପ୍ରିମ କୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ ଓ ଦୁଇଥର ସୁପ୍ରିମ କୋର୍ଟ ବାର୍ ଆଶୋସିଏସନର ଅଧ୍ୟକ୍ଷ ରୂପେ କାମ କରିସାରିଛନ୍ତି ।

ଭଣ୍ଡାରେ, ଜାତିସଂଘର ଅଳ୍ପସଂଖ୍ୟକଙ୍କ ପାଇଁ ଗଠିତ କମିଶନର ଅଧ୍ୟକ୍ଷ (୧୯୮୪-୮୯) ଓ ୟୁନେସ୍କୋର ଆପିଲସ୍ ବଡ଼ିର ଅଧ୍ୟକ୍ଷ (୧୯୯୦-୨୦୦୩) ମଧ୍ୟ ରହିସାରିଛନ୍ତି ।[୩]

ସମାଜ ସେବା[ସମ୍ପାଦନା]

ସମାଜ ସେବା କ୍ଷେତ୍ରରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ବଳିଷ୍ଠ ଅବଦାନ ରହିଆସିଛି । ସେ, ଭାରତକୁ ବିଭିନ୍ନ ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ୱ କରିଆସିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ସେ ଖୁବ ଆଗଭର ଥିଲେ ଓ ଏହି ବିଷୟକୁ ନେଇ 'ଦି ୱର୍ଲଡ ଅଫ ଜେଣ୍ଡର ଜଷ୍ଟିସ' ନାମକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେ ଶିଶୁ ଓ ଭିନ୍ନକ୍ଷମମାନଙ୍କ ଅଧିକାର ପାଇଁ ମଧ୍ୟ କାର୍ଯକରିଛନ୍ତି ।[୪]

ଆଇନ, ମହିଳା ସଶକ୍ତିକରଣ, ଜନସଂଖ୍ୟା ନିୟନ୍ତ୍ରଣ ଇତ୍ୟାଦି ବିଷୟରେ ତାଙ୍କଦ୍ୱାରା ଲିଖିତ ସମ୍ପାଦକୀୟ ରଚନା ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇସାରିଛି ।[୫]

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]