ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ | |
|---|---|
| ରାଜ୍ୟପାଳ, ଓଡ଼ିଶା | |
| କାର୍ଯ୍ୟକାଳ ୨୧ ଅଗଷ୍ଟ ୨୦୦୭ –୦୯ ମାର୍ଚ ୨୦୧୩ | |
| ପୂର୍ବ ଅଧିକାରୀ | ରାମେଶ୍ୱର ଠାକୁର |
| ପର ଅଧିକାରୀ | ଏସ. ସି. ଜମିର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ଡିସେମ୍ବର ୧୦, ୧୯୨୮ ମୁମ୍ବାଇ |
| ମୃତ୍ୟୁ | ୧୫ ଜୁନ ୨୦୨୪ (ବୟସ ୯୫) |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ବାପା/ବୋଉ | ଚନ୍ଦ୍ରକାନ୍ତ ଲକ୍ଷ୍ମୀକାନ୍ତ ଭଣ୍ଡାରେ ସୁନନ୍ଦା ଭଣ୍ଡାରେ |
| ଶିକ୍ଷା | ସ୍ନାତକ (ବିଜ୍ଞାନ), ସ୍ନାତକ (ଆଇନ) |
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ( ଡିସେମ୍ବର ୧୦, ୧୯୨୮ - ଜୁନ ୧୫, ୨୦୨୪) ଜଣେ ଭାରତୀୟ ରାଜନେତା ଓ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଥିଲେ । [୧]
ରାଜନୈତିକ ଜୀବନ
[ସମ୍ପାଦନା]ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ଓଡ଼ିଶାର ୪୩ତମ ରାଜ୍ୟପାଳ ରୂପେ କାର୍ଯ୍ୟନିର୍ବାହ (୨୧ ଅଗଷ୍ଟ ୨୦୦୭ରୁ ୦୯ ମାର୍ଚ ୨୦୧୩ ପର୍ଯ୍ୟନ୍ତ) କରିଥିଲେ । [୨] ସେ, ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ତିନି ଥର (୧୯୮୦-୮୨, ୧୯୮୨-୮୮,୧୯୮୮-୯୪) ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ଏହା ବ୍ୟତିତ, ସେ ସୁପ୍ରିମ କୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ ଓ ଦୁଇଥର ସୁପ୍ରିମ କୋର୍ଟ ବାର୍ ଆଶୋସିଏସନର ଅଧ୍ୟକ୍ଷ ରୂପେ କାମ କରିଥିଲେ ।
ଭଣ୍ଡାରେ, ଜାତିସଂଘର ଅଳ୍ପସଂଖ୍ୟକଙ୍କ ପାଇଁ ଗଠିତ କମିଶନର ଅଧ୍ୟକ୍ଷ (୧୯୮୪-୮୯) ଓ ୟୁନେସ୍କୋର ଆପିଲସ୍ ବଡ଼ିର ଅଧ୍ୟକ୍ଷ (୧୯୯୦-୨୦୦୩) ମଧ୍ୟ ରହିଥିଲେ ।[୩]
ସମାଜ ସେବା
[ସମ୍ପାଦନା]ସମାଜ ସେବା କ୍ଷେତ୍ରରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ବଳିଷ୍ଠ ଅବଦାନ ରହିଥିଲା । ସେ, ଭାରତକୁ ବିଭିନ୍ନ ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ୱ କରିଥିଲେ । ମହିଳା ସଶକ୍ତିକରଣ କ୍ଷେତ୍ରରେ ସେ ଖୁବ ଆଗଭର ଥିଲେ ଓ ଏହି ବିଷୟକୁ ନେଇ 'ଦି ୱର୍ଲଡ ଅଫ ଜେଣ୍ଡର ଜଷ୍ଟିସ' ନାମକ ପୁସ୍ତକ ମଧ୍ୟ ରଚନା କରିଥିଲେ। ସେ ଶିଶୁ ଓ ଭିନ୍ନକ୍ଷମମାନଙ୍କ ଅଧିକାର ପାଇଁ ମଧ୍ୟ କାର୍ଯ କରିଥିଲେ ।[୪]
ଆଇନ, ମହିଳା ସଶକ୍ତିକରଣ, ଜନସଂଖ୍ୟା ନିୟନ୍ତ୍ରଣ ଇତ୍ୟାଦି ବିଷୟରେ ତାଙ୍କଦ୍ୱାରା ଲିଖିତ ସମ୍ପାଦକୀୟ ରଚନା ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା ।[୫]
ମୃତ୍ୟୁ
[ସମ୍ପାଦନା]୨୦୨୪ ମସିହା ଜୁନ ୧୫ ତାରିଖରେ ଭଣ୍ଡାରେଙ୍କର ପରଲୋକ ଘଟିଥିଲା ।[୬]
ଗ୍ୟାଲେରି
[ସମ୍ପାଦନା]-
କ୍ୟାପିଟାଲ ହାଇସ୍କୁଲର ହୀରକ ଜୟନ୍ତୀ ଅବସରରେ ଏକ ସଭାରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
-
କ୍ୟାପିଟାଲ ହାଇସ୍କୁଲର ହୀରକ ଜୟନ୍ତୀ ସ୍ମରଣୀକା ଉନ୍ମୋଚନ ଅବସରରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2015-09-14. Retrieved 2013-03-25.
{{cite web}}: Cite has empty unknown parameter:|1=(help) - ↑ http://www.thehindu.com/todays-paper/tp-national/tp-otherstates/bhandare-accorded-ceremonial-farewell/article4521098.ece
- ↑ "ଆର୍କାଇଭ୍ କପି". Archived from the original on 2013-03-23. Retrieved 2013-03-25.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2011-12-05. Retrieved 2013-03-25.
{{cite web}}: Cite has empty unknown parameter:|1=(help) - ↑ http://www.indianetzone.com/8/murlidhar_chandrakant_bhandare.htm
- ↑ "Former Odisha Guv Murlidhar Chandrakant Bhandare Passes Away". Retrieved 15 June 2024.