Jump to content

ନୂଆଖାଇ

ଉଇକିପିଡ଼ିଆ‌ରୁ
ନୂଆଁଖାଇ
ନାମନୂଆଖାଇ
ଅନ୍ୟ ନାମନବାନ୍ନ
ପାଳନକାରୀଓଡ଼ିଆ ଲୋକ
ବିଶେଷତାଫସଲ ଅମଳର ପର୍ବ
ପାଳନ୩ ଦିନ
ଆରମ୍ଭଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ
ତାରିଖଅଗଷ୍ଟ-ସେପ୍ଟେମ୍ବର
୨୦୨୩ ତାରିଖ୨୦ ସେପ୍ଟେମ୍ବର (ବୁଧବାର)
୨୦୨୪ ତାରିଖ୮ ସେପ୍ଟେମ୍ବର (ରବିବାର)
ନୂଆଖାଇରେ ଭୋଗ ଲାଗୁଥିବା ଆରିସା ପିଠା

ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ ।[୧] ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି" ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ । ବାସି ପରଦିନ "ତିଆସି" ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ ଓ ପାରମ୍ପାରିକ ଖେଳ (ଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି) ଖେଳି ସମୟ ଅତିବାହିତ କରିଥାନ୍ତି ।[୧]

ପାଳନ[ସମ୍ପାଦନା]

ଧାନ ବିଲରେ କାମ କରିବାକୁ ଯାଉଥିବା ଚାଷୀଗଣ ।

ଏହା ନୂଆଁଖାଇ ପରବ ନାମରେ ଜଣାଶୁଣା । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି ।[୨] ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଆମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ "ଲଗନ" ବା "ତିଥି" ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।

ସାମାଜିକ ଏକତା[ସମ୍ପାଦନା]

ନୂଆଖାଇ ଏକ ଗଣପର୍ବ । ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାରମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ ।[୩] ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତା ।

ଦଶହରା ସମୟରେ ନବାନ୍ନ[ସମ୍ପାଦନା]

ପୁରା କାଳରୁ ନବାନ୍ନ ସମୟରେ ପରିବାରର ସମସ୍ତେ ଏକାଠି ନବାନ୍ନ ଗ୍ରହଣର ପରମ୍ପରା ଥିଲା । ତେଣୁ ନବାନ୍ନ ଆଗରୁ ଯେଇ ଯୌଠି ରହୁଥିଲେ ମଧ୍ୟ ନବାନ୍ନ ସମୟ ଆଗରୁ ନିଜ ପୈତୃକ ଗୃହକୁ ଆସୁଥିଲେ ।[୪] ଆଗ କାଳରେ ପୁଅ ଝିଅମାନେ ପ୍ରାୟତଃ ବେଶୀ ଦୂରରେ ରହୁନଥିବାରୁ ଏହା ସମ୍ଭବ ହୋଇ ପାରୁଥିଲା । କିନ୍ତୁ ଏବେ ଯୁଗର ପରିବର୍ତ୍ତନ ସହ ଅନେକ ଘରେ ପୁଅ, ବହୁ, ଝିଅମାନେ ବହୁ ଦୂର ଦୁରାନ୍ତରେ ନିଜର ଜୀବିକା ସ୍ଥଳୀରେ ରହିଥାନ୍ତି । ତେଣୁ ଅନେକ କ୍ଷେତ୍ରରେ ନବାନ୍ନ ସମୟରେ ସେମାନେ ପୈତୃକ ଗ୍ରାମ ବା ଗୃହକୁ ଆସିବା ସମ୍ଭବ ହେଇ ନ ଥାଏ । ତେଣୁ ଏକ ପରମ୍ପରା ଅନୁସାରେ ସେହି କ୍ଷେତ୍ରରେ ସେହି ପରିବାର ଦଶହରାର ଅଷ୍ଟମୀ ତିଥିରେ ନବାନ୍ନ ଯଥାରିତ ପାଳନ କରନ୍ତି ।

ଲଗ୍ନ[ସମ୍ପାଦନା]

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା ।[୫]

ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ ।[୬] ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି ।

କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ । [୭]

ପୂର୍ବାଞ୍ଚଳରେ ଏହା ଆଶ୍ୱିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଛି । କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ବ୍ୟବହୃତ ହୋଇଥାଏ । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ଅଛି ।

ଅଞ୍ଚଳ[ସମ୍ପାଦନା]

ଏହା ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି, ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି । ବିଶେଷକରି ଗୁଜରାଟର ସୁରତ, ଛତିଶଗଡ଼ର ରାୟପୁର, ବିଶାଖାପାଟଣା, ଚେନ୍ନାଇ, ମୁମ୍ବାଇଦିଲ୍ଲୀ ଆଦି ସହରରେ ଏହା ପାଳନ କରାଯାଇଥାଏ ।[୮]

ପାଳନ ବିଧି[ସମ୍ପାଦନା]

ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କଦ୍ୱାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି । ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି । ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ । ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗୀରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି ।[୯] ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।

ନୂଆାଖାଇ ବାସି[ସମ୍ପାଦନା]

ନୂଆଖାଇ ପରଦିନକୁ ନୂଆାଖାଇ ବାସି ବୋଲି କୁହାଯାଏ । ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ । ନୂଆଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରୁଥିବାରୁ ସେଦିନ ପ୍ରାୟତଃ କେହି ଆଇଁଷ ଖାଆନ୍ତି ନାହିଁ । ସେଥିପାଇଁ ଏହି ଦିନ ଆଇଁଷ ଖାଇଥାନ୍ତି ।[୧୦]

ନୂଆଖାଇ ଗୀତ[ସମ୍ପାଦନା]

ପଶ୍ଚିମ ଓଡ଼ିଶାର କବି ହଳଧର ନାଗଙ୍କ କବିତାରୁ ନୂଆାଖାଇ ଉପରେ ଏକ ଛୋଟ ପଂକ୍ତି-

ଜିଇଁଛୁ ବେଲକେ ଆସି ଭାଏ ବନ୍ଧୁ
ହେମା ନୂଆଖାଇ ଭେଟ୍
ସଂସାର ଡୋର୍ ଥି ବନ୍ଧା ହୋଇଥିମା
ଗାଁ ଯାକର ହେଇ ମେଟ୍

ଆଧାର[ସମ୍ପାଦନା]

  1. ୧.୦ ୧.୧ Tribhuwan, R.D. (2003). Fairs and Festivals of Indian Tribes. Discovery Publishing House. p. 104. ISBN 978-81-7141-640-0. Retrieved 2022-01-02.
  2. Pradhan, Ashok (2011). "Rain uplifts spirits on Nuakhai eve - Times Of India". indiatimes.com. Archived from the original on 2013-01-03. Retrieved 16 September 2012. Nuakhai is celebration of harvest
  3. What ever may be the fact it is a celebration of the mass. People forget their personal differences and greet each other in this point of view Nua-Khai is not just welcoming the new rice-paddy it is a festival which welcomes general happiness and mass development of the society. People may stay in far of lands, for there livelihood, but in the Nua-Kahi they must come to celebrate this festival with other members of the family with pageantry.http://orissadiary.com/orissa_profile/ori_festival/sep/Nuakhai.asp
  4. "ଆର୍କାଇଭ୍ କପି". Archived from the original on 2012-10-16. Retrieved 2012-09-25. {{cite web}}: Cite has empty unknown parameter: |1= (help)
  5. "About the Festival of Nuakhai – The Ethnic Harvesting Festival of Orissa state in India. Genesis, history and socio cultural heritage behind Nuakhai or Nabanna by Oriya people". nuakhai.org. 2010. Archived from the original on 16 March 2012. Retrieved 25 September 2012. NUAKHAI in each of these states was being observed according to the "State Almanac". There was no common day for this culturally contiguous vast area in Western Orissa.
  6. Pasayat, Dr. Chitrasen (2007). "Nuakhai : An Epitome of the Great Tradition of India" (PDF). Retrieved 25 September 2012. Nuakhai now being observed on the fifth day of the second fortnight of Bhadrava, was unquestionably given a new look of homogeneity and uniformity by the then Biju Patnaik Government in 1991
  7. Kar, Uma Shankar (2012). "A different celebration in Kalahandi". newindianexpress.com. Retrieved 25 September 2012. However, in Bhawanipatna, Jaipatna, Madanpur Rampur, Lanjigarh and Thuamul Rampur areas, it is celebrated on 'Bhadraba Shukla Dashami' which falls on September 25.[permanent dead link]
  8. Mohanty, Subrat (2012). "All set to welcome Nuakhai". telegraphindia.com. Retrieved 25 September 2012. people of the region residing in Bangalore, Delhi, Mumbai and Visakhapatnam have been celebrating the festival for the past decade
  9. "Nuakhai". orissadiary.com. 2012. Archived from the original on 16 October 2012. Retrieved 25 September 2012. After finishing the food they take the blessing of the Istha-Devi and from other elders of the family.
  10. Bhaskar Majumder (2011). Rethinking Villages. Concept Publishing Company. pp. 139–. ISBN 978-81-8069-764-7.

ଅଧିକ ତଥ୍ୟ[ସମ୍ପାଦନା]