ଚଡ଼କ ପର୍ବ
ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଆଦି ଉତ୍ତର ଓଡ଼ିଶା ଜିଲ୍ଲାମାନଙ୍କରେ ଲୋକେ ପଣାସଂକ୍ରାନ୍ତିକୁ ଚଡ଼କପର୍ବ ନାମରେ ପାଳନ କରିଥାନ୍ତି ।[୧]
ପୌରାଣିକ ଭିତ୍ତିଭୂମି
[ସମ୍ପାଦନା]କେତେକ ଗଡ଼ଜାତ ଓ ବାଙ୍କି ଅଞ୍ଚଳରେ ବାଉରୀ, କଣ୍ଡରା, ପାଣ, ଶହର ଆଦି ଜାତିର ଲୋକମାନଙ୍କର ଏହା ଏକ ପର୍ବ। ଭଦ୍ରକ ଜିଲ୍ଲାରେ ଏମିତି ଏକ ପର୍ବ ପାଳନ କରାଯାଏ, ଯାହାକୁ ଉଡ଼ାଣ ପର୍ବ ବୋଲି କହିଥାନ୍ତି।
ମାସ/ତିଥି
[ସମ୍ପାଦନା]ଆଦ୍ୟ ବୈଶାଖ ( ମାର୍ଚ-ଅପ୍ରେଲ )
ଅଞ୍ଚଳ
[ସମ୍ପାଦନା]ଓଡ଼ିଶାର କେତେକ ଗଡ଼ଜାତ ଓ ବାଙ୍କି ଅଞ୍ଚଳ
ସଂକ୍ଷେପରେ
[ସମ୍ପାଦନା]ଯେଉଁମାନେ ପୂର୍ବରୁ ମାନସିକ କରି ଏହି ବ୍ରତ କରନ୍ତି ସେମାନଙ୍କୁ ପାଟୁଆ କୁହାଯାଏ ଓ ଏହି ଯାତ୍ରାକୁ ଦଣ୍ଡ ଯାତ୍ରା ବା ଝାମୁଯାତ୍ରା କୁହାଯାଏ। ଗରମ ଝୁଣାକୁ ପାଟୁଆମାନଙ୍କ ପିଠିକୁ ଫୋପାଡି ସେମାନଙ୍କ ପିଠି ଚମକୁ ବଧିରା କରି ଦିଆଯାଏ। ଏହାପରେ ବନିଶୀକଣ୍ଟାପରି ଏକ ମୁନିଆଁ ହୁକକୁ ପିଠିରେ ଫୁଟାଇ ଦିଆଯାଏ ଓ ସେହି ହୁକକୁ ଦଉଡ଼ି ସାହାଯ୍ୟରେ ଏକ ନମନୀୟ ବାଉଁଶରେ ଗୋଟିଏ ପାଖରେ ଲଗାଯାଏ। ଏହି ନମନୀୟ ବାଉଁଶ ବା ବାଉଁଗୀକୁ ୨୦/୨୫ ହାତ ଉଚ୍ଚା ଏକ ବାଉଁଶ ଉପରେ ତରାଜୁ ପରି ରଖାଯାଏ। ଯେଉଁ ବାଉଁଶଟିରେ ପାଟୁଆକୁ ଓହଳା ଯାଇଥାଏ ତା’ର ଆରପାଖକୁ ଦଉଡି ଲଗାଇ ପାଟୁଆକୁ ଶୂନ୍ୟରେ ୭ରୁ ୨୧ ଘେରା ଘୁରାନ୍ତି। ତା’ପରେ ପାଟୁଆକୁ ସେଥିରୁ ମୁକ୍ତ କରନ୍ତି ଓ ସେ ମାସେ ଯାଏ ଗାଁରେ ବୁଲି ବାଜା ସହିତ ନାଚେ ଓ ଗୀତ ଗାଏ।
ଆଧାର
[ସମ୍ପାଦନା]ପୂର୍ଣ୍ଣଚନ୍ଦ୍ର ଭାଷାକୋଷ : ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ
- ↑ Banchhanidhi Das (1994). Essays on Mayurbhanj Chhau. Alakananda Publishers.