ରାସ ପୂର୍ଣ୍ଣିମା

ଉଇକିପିଡ଼ିଆ‌ରୁ
ରାସ ପୂର୍ଣ୍ଣିମା
ନାମରାସ ପୂର୍ଣ୍ଣିମା
ପର୍ବ ପାଳନପୂଜା, ବନ୍ଦାପନା
ଆରମ୍ଭକାର୍ତ୍ତିକ ମାସର ପୂର୍ଣ୍ଣମୀ
୨୦୨୪ ତାରିଖdate missing (please add)

କାର୍ତ୍ତିକ ମାସର ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ବୋଲି କୁହାଯାଏ ।

କିମ୍ବଦନ୍ତୀ[ସମ୍ପାଦନା]

କାର୍ତ୍ତିକ ପୂର୍ଣ୍ଣିମାରେ ଗୋପନାରୀମାନଙ୍କ ମେଳରେ ରାଧାକୃଷ୍ଣଙ୍କର ନୃତ୍ୟୋତ୍ସବ ହୋଇଥିଲା । ଶ୍ରୀମଦ ଭାଗବତରେ ଉଲ୍ଲେଖ ଅଛି- ‘ରାସୋତ୍ସବଃ ସମ୍ପ୍ରବୃତ୍ତୋ ଗୋପୀ ମଣ୍ଡଲ ମଣ୍ଡିତଃ, ଯୋଗେଶ୍ୱରେଣ କୃଷ୍ଣେନ ତାସାଂ ମଧ୍ୟେ ଦ୍ୱୟୋର୍ଦ୍ୱୟୋଃ ।’ ପୂର୍ଣ୍ଣକାମ ଯୋଗେଶ୍ୱର, ରାସେଶ୍ୱର ଶ୍ରୀକୃଷ୍ଣ ଦୁଇଦୁଇଜଣ ଗୋପୀଙ୍କର ମଝିରେ ସ୍ୱୟଂ ଆବିର୍ଭାବ ହୋଇ ସେମାନଙ୍କ ଗଳାରେ ହାତ ଛନ୍ଦି ଦେଲେ । ଏହିଭଳି ଜଣେ ଗୋପୀ ଓ ଜଣେ କୃଷ୍ଣ ସେତେବେଳେ ଏପରି କ୍ରମ ଥିଲା । ନିଜର ପ୍ରାଣ ପ୍ରିୟ ନିଜ ପାଖରେ ଥିବା ସମସ୍ତ ଗୋପୀ ଅନୁଭବ କରିବାରେ ଲାଗିଲେ । ଏହିପରି ହଜାର ହଜାର ଗୋପୀଙ୍କଦ୍ୱାରା ଶୋଭାୟମାନ ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ରାସୋତ୍ସବ ଆରମ୍ଭ ହୋଇଥିଲା । ରାସମଣ୍ଡଳରେ ସମସ୍ତ ଗୋପୀ ସେମାନଙ୍କର ପ୍ରିୟତମ ଶ୍ରୀକୃଷ୍ଣଙ୍କ ସହିତ ନୃତ୍ୟ କରିଥିଲେ ।

ପାଳନ[ସମ୍ପାଦନା]

ଭାରତରେ ବୈଷ୍ଣବମାନେ ଏହି ସ୍ମୃତି ଉତ୍ସବକୁ ବହୁତ ଧୁମଧାମରେ ପାଳନ କରିଥାନ୍ତି । କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥୀରୁ ଅାରମ୍ଭ ହେଉଥିବା ଏହି ଉତ୍ସବ ପୂର୍ଣ୍ଣମୀ ଦିନ ଉଦଯାପିତ ହୁଏ । ଭଗବାନ ଶ୍ରୀକୃଷ୍ଣ ରାସେଶ୍ୱରୀ ଶ୍ରୀରାଧାଙ୍କ ସହ ବୃନ୍ଦାବନର କୁଞ୍ଜକାନନରେ ରାସ ରଚନା କରିଥିଲେ । ସେହି ମଧୁର ପ୍ରତିଛବିକୁ ରାସ କୁଞ୍ଜମାନଙ୍କରେ ଉପସ୍ଥାପନା କରାଯାଏ । ରାଧାକୃଷ୍ଣଙ୍କ ଅମୃତ ପ୍ରେମ କଥାକୁ ସଚିତ୍ର ଅାକାରରେ ବିଭିନ୍ନ ରାସ କୁଞ୍ଜରେ ଗାନ କରାଯାଏ । ସ୍ଥାନୀୟ କଳାକାରମାନଙ୍କୁ ନେଇ ନୃତ୍ୟ ଗୀତ ମାଧ୍ୟମରେ ଏହା ପରିବେଷଣ କରାଯାଏ । ଏହି ଅବସରରେ ପ୍ରତ୍ୟେକ ରାସ ମଣ୍ଡପରେ ରାଧାକୃଷ୍ଣଙ୍କ ଚିତ୍ର ସ୍ଥାପନା କରାଯାଇଥାଏ । ପ୍ରତ୍ୟହ ସଂଧ୍ୟରେ ତୁଳସୀ ବନ୍ଦନା, ଅାକାଶ ଦୀପ ପ୍ରତିଷ୍ଠା, ମଙ୍ଗଳ ଅାରତୀ ସହିତ ଭାଗବତର ଦଶମ ସ୍କନ୍ଧର ୩୦ରୁ ୩୪ ଅଧ୍ୟ୍ୟାୟରେ ବର୍ଣ୍ଣିତ ରାସଲୀଳା କଳାକାରମାନଙ୍କଦ୍ୱାରା ଉପସ୍ଥାପନା ହୋଇଥାଏ । [୧]

ଆଧାର[ସମ୍ପାଦନା]

  1. "ଶରତ ରାସ ଓ କାର୍ତିକେଶ୍ୱର ପୁଜାରେ ଭୁଷଳ ଉତ୍ସବ ମୁଖର". ନ୍ୟୁଜ ଡେଲି ହଣ୍ଟ. Retrieved 12 January 2017.