କାଳୀୟଦଳନ ଏକାଦଶୀ

ଉଇକିପିଡ଼ିଆ‌ରୁ
କାଳୀୟଦଳନ ଏକାଦଶୀ
ଅନ୍ୟ ନାମଅନ୍ନଦା ଏକାଦଶୀ,
ଅଜା ଏକାଦଶୀ
ପାଳନକାରୀହିନ୍ଦୁ
ପ୍ରକାରଧାର୍ମିକ
ପର୍ବ ପାଳନବ୍ରତ, ପୂଜା
ତାରିଖଭାଦ୍ରବ କୃଷ୍ଣ ଏକାଦଶୀ
୨୦୨୨ ତାରିଖ୨୧ ସେପ୍ଟେମ୍ବର
୨୦୨୩ ତାରିଖdate missing (please add)

ଭାଦ୍ରପଦ କୃଷ୍ଣ ଏକାଦଶୀକୁ କାଳୀୟଦଳନ ଏକାଦଶୀ[୧] ବା ଅଜା ଏକାଦଶୀ କୁହାଯାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯାଇଥାଏ ।[୨] ଏହି ଏକାଦଶୀ ବ୍ରତ କରିବାଦ୍ୱାରା ସମସ୍ତ ପାପ ନାଶ ହୋଇଯାଏ ।[୩] ଯେଉଁ ବ୍ୟକ୍ତି ଏହିଦିନ ଭଗବାନ ଋଷିକେଶଙ୍କୁ ପୂଜା କରିବ ବୈକୁଣ୍ଠ ପ୍ରାପ୍ତି ଅବଶ୍ୟ କରିପାରିବ ବୋଲି ମଧୁସୂଦନ ଯୁଧିଷ୍ଠିରଙ୍କୁ କହିଛନ୍ତି । ଏହି ଏକାଦଶୀର ମାହାତ୍ମ୍ୟ ହେଉଛି ପ୍ରାଚୀନ କାଳରେ ରାଜା ହରିଶ୍ଚନ୍ଦ୍ର ତଥା ଚକ୍ରବର୍ତ୍ତୀ ରାଜା ଶାସନ କରୁଥିଲେ । ସେ ବିଶ୍ୱାମିତ୍ରଙ୍କୁ ନିଜର ସମସ୍ତ ସମ୍ପତ୍ତି, ରାଜ୍ୟ ଦାନ କରିବାପରେ ଦକ୍ଷିଣା ଦେବା ନିମନ୍ତେ ନିଜ ପରିବାରକୁ ମଧ୍ୟ ବିକ୍ରି କରିଦେଲେ । ଫଳରେ ସେ ଚଣ୍ଡାଳର ଦାସ ହୋଇ ସତ୍ୟକୁ ଧାରଣ କରି ମୃତକଙ୍କ ବସ୍ତ୍ର ଗ୍ରହଣ କରୁଥିଲେ । କିନ୍ତୁ କେବେ ସେ ସତ୍ୟରୁ ବିଚଳିତ ହେଉ ନଥିଲେ । କ’ଣ କରିବେ, କୁଆଡ଼େ ଯିବେ ଏବଂ କିପରି ଉଦ୍ଧାର ହେବେ ଇତ୍ୟାଦି ଚିନ୍ତାର ସମୁଦ୍ରରେ ସେ ସର୍ବଦା ଘେରି ହୋଇ ରହୁଥିଲେ । ଏମିତି କେତେବର୍ଷ ଗଲା ଦିନେ ରାଜା ସମୁଦ୍ର କୂଳରେ ଚିନ୍ତାରେ ଥିବାବେଳେ ଗୌତମ ଋଷି ସେଠାରେ ପହଞ୍ଚିଲେ । ରାଜା ତାଙ୍କୁ ପ୍ରଣାମ କରି ତାଙ୍କର ବେଦନା ଜଣାଇଲେ । ଋଷି ତାଙ୍କୁ ଅଜା ଏକାଦଶୀ ବ୍ରତ କରିବାକୁ ପାଇଁ କହିଲେ । ଭାଦ୍ରପଦ କୃଷ୍ଣପକ୍ଷରେ ବିଧିବଦ୍ଧ ଭାବେ ଏହିବ୍ରତ କଲେ ତୁମର ସମସ୍ତ ପାପ ନଷ୍ଟ ହୋଇଯିବ । ଏତିକି କହି ଗୌତମ ଋଷି ଅନ୍ତର୍ଦ୍ଧାନ ହୋଇଗଲେ । ଋଷିଙ୍କ କହିବାନୁସାରେ ରାଜା ବ୍ରତ ପାଳନ କଲେ । ବ୍ରତ କରିବାଦ୍ୱାରା ରାଜାଙ୍କର ସମସ୍ତ ପାପ ନଷ୍ଟ ହେଲା । ନିଜ ପୁତ୍ର ଓ ପତ୍ନୀ ସହ ରାଜ୍ୟର ସମସ୍ତ ଧନ ସେ ଫେରିପାଇଲେ । ଶେଷରେ ସେ ସମସ୍ତ ପାପରୁ ମୁକ୍ତି ହୋଇ ସ୍ୱର୍ଗଲୋକ ଗମନ କଲେ । [୪]

ଆଧାର[ସମ୍ପାଦନା]

  1. "Oriya Panji". 123orissa.com. 2013. Retrieved 23 April 2013. Kaliyadalana Ekadashi
  2. "Kaliya Dalana Besha – Costume Of Lord Jagannath - PURIWAVES | PURIWAVES". puriwaves.nirmalya.in. 2013. Retrieved 23 April 2013. Every year this Besha is observed on the day of Bhadrav Krushna Ekadasi.
  3. "AnnadA - AjA EkAdasi". salagram.net. 2009. Retrieved 23 April 2013. The name of this sin-removing, sacred EkAdasii is AjA
  4. ସମୟ, ମଙ୍ଗଳବାର ୧୬ ଅପ୍ରେଲ ୨୦୧୩, ପୃଷ୍ଠା: ୨