ଗୋବିନ୍ଦ ଦ୍ୱାଦଶୀ

ଉଇକିପିଡ଼ିଆ‌ରୁ
ଗୋବିନ୍ଦ ଦ୍ୱାଦଶୀ
ପାଳନକାରୀହିନ୍ଦୁ
ପ୍ରକାରଧାର୍ମିକ
ପର୍ବ ପାଳନବୁଡ଼
ତାରିଖଫାଲଗୁନ ଶୁକ୍ଳ ଦ୍ୱାଦଶୀ
୨୦୨୪ ତାରିଖdate missing (please add)

ଫାଲଗୁନ ଶୁକ୍ଳ ଦ୍ୱାଦଶୀକୁ ଗୋବିନ୍ଦ ଦ୍ୱାଦଶୀ ଭାବେ ପାଳନ କରାଯାଏ ।[୧] ବର୍ଷକର ୨୪ଦ୍ୱାଦଶୀ ମଧ୍ୟରୁ ଲକ୍ଷଣ ଭେଦରେ ଆଠଟିକୁ ମହାଦ୍ୱାଦଶୀ କହନ୍ତି । ପ୍ରଥମ ଚାରିଟି ଦ୍ୱାଦଶୀ ‘ତିଥି’ ଯୋଗରେ ଏବଂ ପରବର୍ତ୍ତୀ ଚାରିଟି ‘ନକ୍ଷତ୍ର’ ଯୋଗରେ ହୋଇଥାଏ । ନକ୍ଷତ୍ର ଯୋଗରେ ହୋଇଥିବା ଦ୍ୱାଦଶୀରେ ତାରାଶୁଦ୍ଧି ଓ ତୀର୍ଥସ୍ନାନ ଯୋଗ ପଡ଼ିଥାଏ । ଏଥିରେ ବାରୁଣୀ ସ୍ନାନ, କୁମ୍ଭସ୍ନାନ, ଗୋବିନ୍ଦ ବୁଡ଼ ଅନ୍ୟତମ । ବ୍ରହ୍ମପୁରାଣ ଅନୁସାରେ ଏହି ପାପନାଶିନୀ ଦ୍ୱାଦଶୀ ତିଥିରେ ସ୍ନାନ, ଦାନ, ଜପ, ହୋମ, ଦେବାର୍ଚ୍ଚନା ସହ ଅଅଁଳା ବୃକ୍ଷକୁ ପୂଜାକରିବାର ବିଧି ରହିଛି । ଅଅଁଳା ବୃକ୍ଷ ଅଭାବରେ ମହୋଦଧିରେ ଅଅଁଳା ପତ୍ର ବା ଅଅଁଳା କୋଳି, ହରିଡ଼ା, ଗୁଆ, ନଡ଼ିଆ, ଫୁଲ ବିସର୍ଜନ କରାଯାଇପାରେ । କ୍ଷୀରସାଗର ମନ୍ଥନ ସମୟରେ ସମୁଦ୍ରରୁ ଗୋବିନ୍ଦଙ୍କ ପ୍ରିୟ ବୃକ୍ଷ ଅଅଁଳାର ଉତ୍ପନ୍ନ ଦିବସ ଥିଲା ପୁଷ୍ୟା ନକ୍ଷତ୍ରଯୁକ୍ତ ଫାଲଗୁନ ଶୁକ୍ଳ ଦ୍ୱାଦଶୀ । ଏହିଦିନ ସାଗର ସ୍ନାନ ସହ ହବିଷ୍ୟାନ୍ନ ଗ୍ରହଣ, ଦୀପଦାନ, ବିଷ୍ଣୁ ସହସ୍ରନାମ ପଠନ, ବିଷ୍ଣୁ ଦର୍ଶନ, ବ୍ରାହ୍ମଣ ଭୋଜନ ଓ ଦାନ ଆଦି ମୁଖ୍ୟ ବିଧି । ଗୋବିନ୍ଦ ଦ୍ୱାଦଶୀରେ ତୁଳସୀ ଚୟନ ସମ୍ପୂର୍ଣ୍ଣ ନିଷିଦ୍ଧ । [୨]

ଗୋବିନ୍ଦ ଦ୍ୱାଦଶୀ ବୁଡ଼[ସମ୍ପାଦନା]

ଫାଲଗୁନ ମାସ ଶୁକ୍ଳ ଦ୍ୱାଦଶୀ ପୁଷ୍ୟା ନକ୍ଷତ୍ରଯୁକ୍ତ ହେଲେ, ତାହା ଗୋବିନ୍ଦ ଦ୍ୱାଦଶୀ ବୁଡ଼ ଯୋଗ ହୁଏ ଏବଂ ଏହି ଦିବସରେ ଅଲଭ୍ୟ ମହୋଦଧି ସ୍ନାନ ଯୋଗ ପଡ଼େ । ଗୋବିନ୍ଦ ଦ୍ୱାଦଶୀର ପ୍ରତ୍ୟେକ ବର୍ଷ ପାଳନ କରାଯାଉଥିଲେ ମଧ୍ୟ, ପ୍ରତିବର୍ଷ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ପଡ଼େ ନାହିଁ, ଏହା ଦୁର୍ଲ୍ଲଭ । ପୂର୍ବରୁ ଏହା ୨୭ ଫେବୃଆରୀ ୧୯୬୧[୩] ଓ ୮ ମାର୍ଚ୍ଚ ୨୦୦୯[୪]ରେ ପାଳିତ ହୋଇଥିଲା । ହିନ୍ଦୁ ଭକ୍ତମାନେ ଶ୍ରୀକ୍ଷେତ୍ର ପୁରୀକୁ ଆସି ମହୋଦଧିରେ ବୁଡ଼ ପକାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନକଲେ ପୁଣ୍ୟ ଅର୍ଜନ ହୁଏ ।[୫]

ଆଧାର[ସମ୍ପାଦନା]

  1. The Calcutta Christian Observer. 1836. pp. 42–.
  2. ସମ୍ବାଦ, ପୃଷ୍ଠା- ୨, ସୋମବାର ୨୫ମାର୍ଚ୍ଚ ୨୦୧୩
  3. "Puri readies for Gobinda Dwadasi - Times Of India". indiatimes.com. 2009. Retrieved 30 March 2013. It was February 27, 1961 when Gobinda Dwadasi was last observed[permanent dead link]
  4. "Puri administration made elaborate arrangements for Gobinda Dwadashi, Orissa News". orissadiary.com. 2009. Archived from the original on 22 March 2013. Retrieved 30 March 2013. auspicious Gobinda Dwadashi on March 8
  5. "Govinda Dwadashi Buda | PURIWAVES". puriwaves.nirmalya.in. 2009. Archived from the original on 13 November 2012. Retrieved 30 March 2013. devotees took their deep bath at Mohadadhi (Puri sea shore from Chakra Tirtha to Swarga Dwar 6 kms long) & had a Darshan of Sri Lord Jagannath. {{cite web}}: no-break space character in |title= at position 22 (help)