ସୋରଡ଼ା
ସୋରଡ଼ା | |
---|---|
ସହର | |
Nickname: SRD | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଗଞ୍ଜାମ |
ସୁରାଡ଼ା | ୧୪୭୪ |
Founded by | ରାଜା ଷଣ୍ଢଧନୁ ସିଂହ (ଅଭୟ) |
Named for | ମନ୍ଦିର ମାଳିନୀ ହୋଇଥିବା ଯୋଗୁଁ ! |
Government | |
• Type | ବିଜ୍ଞାପିତ ଅଞ୍ଚଳ ପରିଷଦ |
• ନଗରପାଳ | ସଙ୍ଘମିତ୍ରା ସ୍ୱାଇଁ(ବିଜଦ) |
• ବିଧାନ ସଭା ସଦସ୍ୟ | ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ(ବିଜଦ) |
• ଲୋକ ସଭା ସଦସ୍ୟ | ନିତ୍ୟାନନ୍ଦ ପ୍ରଧାନ(ବିଜଦ) |
Area | |
• ସମୁଦାୟ | 1,308.05 km2 (505.04 sq mi) |
Elevation | 76 m (249 ft) |
Population (2001) | |
• Total | ୧୪,୬୪୭ |
• Density | 11/km2 (29/sq mi) |
ଭାଷା | |
• ସରକାରୀ | ଓଡ଼ିଆ ଇଂରାଜୀ ଭାଷା |
Time zone | UTC+5:30 (IST) |
PIN | ୭୬୧୧୦୮ |
STD Telephone code | ୦୬୮୧୯ |
ଯାନବାହାନ ପଞ୍ଚୀକରଣ | OR-07/OD-07 |
ଉପଖଣ୍ଡ | ଭଞ୍ଜନଗର |
ବ୍ଲକ୍ | ସୋରଡ଼ା |
ବିଧାନ ସଭା ନିର୍ବାଚନ ମଣ୍ଡଳୀ | ସୋରଡ଼ା(୧୨୯) |
ଲୋକ ସଭା ନିର୍ବାଚନ ମଣ୍ଡଳୀ | ଆସ୍କା(୧୯) |
[୧] |
"ସୋରଡ଼ା" ଏକ ପ୍ରମୁଖ ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) । ଯାହାକି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ଥିବା ସୋରଡ଼ା ବ୍ଲକ୍ ମଧ୍ୟରେ ଅବସ୍ଥିତ । ଏହା ଗଞ୍ଜାମ ଜିଲ୍ଲାର ଏକ ବୃହତ୍ତମ ବ୍ଲକ୍ । ସୋରଡ଼ା ବ୍ଲକ୍ର କ୍ଷେତ୍ରଫଳ ପ୍ରାୟ ୨୬୬୩.୮୯ ବର୍ଗ କି.ମି. । ସୋରଡ଼ା ବ୍ଲକ୍ ମୋଟ ୩୬୪ଟି ଗ୍ରାମ, ୨୫ଟି ଗ୍ରାମ ପଞ୍ଚାୟତ ଓ ସୋରଡ଼ା (ବିଜ୍ଞାପିତ ଅଞ୍ଚଳ ପରିଷଦ)କୁ ନେଇ ଗଠିତ।
ସୋରଡ଼ା ବ୍ଲକ୍ ମଧ୍ୟରେ ଥିବା ଗ୍ରାମ ପଞ୍ଚାୟତ
[ସମ୍ପାଦନା]୧.ଅମୃତୁଲୁ, ୨.ଅସୁରବନ୍ଧ, ୩.ବଡ଼ବଦାଙ୍ଗି, ୪.ବଡ଼ଗଡ଼, ୫.ବଡ଼ଗୋଚ୍ଛା, ୬.ବୋରଦା, ୭.ବୋରସିଙ୍ଗି, ୮.ଏକଲପୁର, ୯.ଗାଜଲବାଡ଼ି, ୧୦.ଗାଙ୍ଗପୁର, ୧୧.ଗେଞ୍ଜା, ୧୨.ଗୋଚ୍ଛା, ୧୩.ଗୋପାଳପୁର ଶାସନ, ୧୪.ଗୌଡ଼ଗୋଠ, ୧୫.ହିଞ୍ଜଳକୁଦା, ୧୬.ହୁକୁମା, ୧୭.କୁଲାଙ୍ଗି, ୧୮.ଲାଠିପଡ଼ା, ୧୯.ମେରିକୋଟ, ୨୦.ନୂଆଁଗଡ଼, ୨୧.ପାଲକାଟୁ, ୨୨.ରାଇବନ୍ଧ, ୨୩.ସରାବାଡ଼ି, ୨୪.ସିଦ୍ଧପୁର, ୨୫.ସୂରମଣି |
ଭୂଗୋଳ
[ସମ୍ପାଦନା]ସୋରଡ଼ା ୧୯.୭୫°ଉ ଅକ୍ଷାଂଶ ଓ ୮୪.୪୩°ପୂ ଦ୍ରାଘିମାରେ ଏବଂ ସମୁଦ୍ର ପତ୍ତନଠାରୁ ୭୬ ମି.(୨୪୯ ଫୁଟ) ଉଚ୍ଚରେ ଅବସ୍ଥିତ। ଏହା ଗଞ୍ଜାମ ଜିଲ୍ଲାର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ।
ଇତିହାସ
[ସମ୍ପାଦନା]ଏହା ଏକ ଐତିହାସିକ ସ୍ଥଳୀ । ପୂର୍ବେ ଏଠାକାର ନାମ "ସୁରାଡା ଗଡ଼" ଥିଲା। ଯାହାକି ସେହି ସମୟରେ ଓଡ଼ିଶାର ଏକ ଗଡ଼ଜାତ ଅଞ୍ଚଳ ଥିଲା। ସୁରାଡା଼ ଏକ ଯୁକ୍ତାକ୍ଷର ଶବ୍ଦ ଯାହାକି ଦୁଇଟି ସଂସ୍କୃତ ପଦରୁ ଆନୀତ ଯଥା ସୁର + ଅଡ୍ଡା = ସୁରାଡା (ସୁର = ଦେବତା, ଅଡ୍ଡା = ସ୍ଥଳୀ)। ଏଣୁ ସୁରାଡା଼ ଶବ୍ଦର ଅର୍ଥ ହେଲା "ଦେବତାଙ୍କ ସ୍ଥଳୀ"। ଅନୁମାନ କରାଯାଏ କି ଏହା ଏକ ଦେବଦେବୀ ସ୍ଥଳୀ ହୋଇଥିବା ଯୋଗୁଁ ଏହାର ନାମକରଣ ଏପରି କରାଯାଇଥିଲା। ସୁରାଡା଼ ଗଡ଼କୁ ଏଠାକାର ପ୍ରଥମ ରାଜା ଷଣ୍ଢଧନୁ ସିଂହ ୧୪୭୪ ମସିହାରେ ନିର୍ମାଣ କରିଥିଲେ। ପ୍ରଥମେ ଏହି ରାଜ୍ୟ "ଖିଡିସିଙ୍ଗି" ରାଜ୍ୟର ଅଧିନରେ ଥିଲା। କିନ୍ତୁ ପରେ ଖିଡିସିଙ୍ଗିର ଶେଷ ରାଜା "ବଳିୟାର୍ ସିଂହ" ନିଜ ରାଜ୍ୟକୁ ୧୫୭୪ରେ ଚାରି ଭାଗରେ ବିଭାଜନ କରି ନିଜ ଚାରି ପୁଅମାନଙ୍କ ମଧ୍ୟରେ ବାଣ୍ଟିଦେଲେ। ଫଳରେ ବଡ଼ଗଡ଼, ଧରାକୋଟ୍ଟ, ସୁରାଡା଼ ଏବଂ ଶେରଗଡ଼ ନାମରେ ନୂଆ ଗଡ଼ଜାତର ଅଭ୍ୟୁତ୍ଥାନ ଘଟିଲା। ବର୍ତ୍ତମାନ ବଡ଼ଗଡ଼ ଏକ ଗାଁର ଆଖ୍ୟା ପାଇ ସୋରଡା ବ୍ଲକ୍ ମଧ୍ୟରେ ରହିଛି ଓ ଧରାକୋଟ୍ଟ ଏବଂ ଶେରଗଡ଼ ଦୁଇଟି ଭିନ୍ନ ବ୍ଲକ୍ ଭାବେ ଗଞ୍ଜାମ ଜିଲ୍ଲାରେ ରହିଛି। ଯେଉଁ ସମୟରେ ଇଂରେଜମାନେ ସୁରାଡାକୁ ନିଜ ଅଧୀନକୁ ଆଣିଲେ ସେହି ସମୟରେ ଏହାକୁ ଅବିଭାଜିତ ଗଞ୍ଜାମ ଜିଲ୍ଲା ମଧ୍ୟରେ ରଖି ମାଡ୍ରାସ୍ ପ୍ରେସିଡେନ୍ସିର ଶାସନ କ୍ଷମତାରେ ରଖାଗଲା। ଯାହାକି List of zamindari estates in Madras Presidencyରେ ସଂପୂର୍ଣ ଭାବେ ଲେଖାଯାଇଛି[୨]।
ଖିଡିସିଙ୍ଗି ରାଜ୍ୟର ରାଜା
[ସମ୍ପାଦନା]- ପାଟ୍ଟ ମଲ୍ଲିକ (ଶେଷ କନ୍ଧ ରାଜା)
- ରାଜା ଶୋଭାଚନ୍ଦ୍ର ସିଂହ (ନଳ ବଂଶୀୟ)
- ରାଜା ପୁରୁଷୋତ୍ତମ ସିଂହ
- ରାଜା କୃଷ୍ଣ ସିଂହ
- ରାଜା ରାୟ ସିଂହ
- ରାଜା ପ୍ରିତି ସିଂହ
- ରାଜା ର୍କିତ୍ତି ସିଂହ
- ରାଜା ପଦ୍ମନାଭ ସିଂହ
- ରାଜା ବିକ୍ରମ ସିଂହ
- ରାଜା ବଲିଆର୍ ସିଂହ (ଶେଷ ଖିଡିସିଙ୍ଗି ରାଜା)
ସୁରାଡା ରାଜ୍ୟର ରାଜା
[ସମ୍ପାଦନା]- ରାଜା ଷଣ୍ଢଧନୁ ସିଂହ (ଅଭୟ) (ସୁରାଡା ଗଡର ପ୍ରଥମ ରାଜା)
- ରାଜା ଭଗବାନ ସିଂହ
- ରାଜା ହରିହର ସିଂହ
- ରାଜା କୃଷ୍ଣ ସିଂହ (୨)
- ରାଜା ଗୋପାଳ ସିଂହ
- ରାଜା ରାୟ ସିଂହ
- ରାଜା ଶ୍ୟାମସୁନ୍ଦର ସିଂହ
- ରାଜା ଗଦାଧର ସିଂହ (ରାଜା ଶ୍ୟାମସୁନ୍ଦରଙ୍କ ଭାଇ)
- ରାଜା କୁଞ୍ଜ ବିହାରୀ ସିଂହ (ରାଜା ଶ୍ୟାମସୁନ୍ଦରଙ୍କ ଭାଇ)
- ରାଣୀ ରାଧାମଣୀ ଦେବୀ (ରାଜା କୁଞ୍ଜ ବିହାରୀଙ୍କ ସ୍ତ୍ରୀ)
- ରାଜା ଉପେନ୍ଦ୍ର ସିଂହ (ରାଜା ଶ୍ୟାମସୁନ୍ଦରଙ୍କ ଭାଇ)
- ରାଜା ଶ୍ୟାମସୁନ୍ଦର ସିଂହ (୨) (ରାଜା ଉପେନ୍ଦ୍ରଙ୍କ ପୁଅ)
- ରାଜା ରାଧାଚରଣ ସିଂହ (ରାଜା ଉପେନ୍ଦ୍ରଙ୍କ ପୁଅ)
- ରାଜା ଲକ୍ଷ୍ମୀନାରାୟଣ ସିଂହ (ରାଜା ଉପେନ୍ଦ୍ରଙ୍କ ପୁଅ)
- ରାଜା ଜର୍ନାଦ୍ଦନ ସିଂହ (ରାଜା ଉପେନ୍ଦ୍ରଙ୍କ ପୁଅ) (ସୁରାଡା ଗଡର ଶେଷ ରାଜା)