Jump to content

ରାଜୁ ମିଶ୍ର

ଉଇକିପିଡ଼ିଆ‌ରୁ
(Raju Mishraରୁ ଲେଉଟି ଆସିଛି)
ରାଜୁ ମିଶ୍ର
ଜନ୍ମ
ରାଜ ଗୋପାଳ ମିଶ୍ର

(1949-10-26)୨୬ ଅକ୍ଟୋବର ୧୯୪୯
Died୨ ନଭେମ୍ବର ୨୦୨୦(2020-11-02) (ବୟସ ୭୧)
ପେଷାsଓଡ଼ିଆ ନିର୍ଦ୍ଦେଶକ, ଅଭିନେତା, ଚିତ୍ରନାଟ୍ୟ-ଲେଖକ, ସଙ୍ଗୀତ ନିର୍ଦ୍ଦେଶକ
କାର୍ଯ୍ୟକାଳ୧୯୭୮ - ୨୦୨୦
ଜୀବନସାଥୀପ୍ରତିମା ମଞ୍ଜରୀ ମିଶ୍ର
Childrenମୋହିତ, ପୁନିତ
Parent(s)ବିମଳ ମିଶ୍ର, ସୁମତି ଦେବୀ
ପୁରସ୍କାରଜୟଦେବ ପୁରସ୍କାର[୧]

ରାଜୁ ମିଶ୍ର ( ୨୬ ଅକ୍ଟୋବର ୧୯୪୯ - ୦୨ ନଭେମ୍ବର ୨୦୨୦)[୨] ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, ଚିତ୍ରୋତ୍ତଳକ, ସଙ୍ଗୀତ ନିର୍ଦ୍ଦେଶକ ଓ ଚିତ୍ରନାଟ୍ୟ ଲେଖକ ଥିଲେ ।[୩] ସେ ପୁନେର ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା, ପୁନେରୁ ସିନେମାଟୋଗ୍ରାଫିରେ (ଚିତ୍ରୋତ୍ତଳନ) ସ୍ୱର୍ଣ୍ଣପଦକ ଲାଭ କରିଥିଲେ ।[୪]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ରାଜୁ ୧୯୪୯ ମସିହା ଅକ୍ଟୋବର ମାସ ୨୬ ତାରିଖରେ ଜଟଣୀର ଗୋପବନ୍ଧୁ ନଗରର ଏକ ସଙ୍ଗୀତମୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ବିମଳ ମିଶ୍ର ଜଣେ ତବଲା ବାଦକ ଓ ମାତା ସୁମତୀ ଦେବୀ ଜଣେ କଣ୍ଠଶିଳ୍ପୀ ଥିଲେ । ଉଭୟ ଆକାଶବାଣୀ କଟକର ସ୍ୱୀକୃତିପ୍ରାପ୍ତ କଳାକାର ଥିଲେ । ରାଜୁ କିନ୍ତୁ ବିଧିବଦ୍ଧ ସଙ୍ଗୀତ ଶିକ୍ଷା କରି ନଥିଲେ । ନିଜ ଉଦ୍ୟମରେ ହାରମୋନିୟମ ଆଦି ବଜେଇବା ଶିଖିଥିଲେ । ଜଟଣୀ ହାଇସ୍କୁଲ ଓ ନିରାକାରପୁର କଲେଜରୁ ସେ ଶିକ୍ଷାଗ୍ରହଣ କରିଥିଲେ । ପିଲାଦିନୁ ଫଟୋଗ୍ରାଫୀର ସଉକ ଯୋଗୁଁ, ସିନେମାଟୋଗ୍ରାଫିରେ ଶିକ୍ଷା କରିବା ପାଇଁ ସେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା, ପୁନେରେ ଯୋଗ ଦେଇଥିଲେ । ସେ ପ୍ରତିମା ମଞ୍ଜରୀଙ୍କୁ ବିବାହ କରିଥିଲେ । ମୋହିତ ଓ ପୁନିତ ନାମରେ ତାଙ୍କର ଦୁଇ ପୁଅ ଅଛନ୍ତି ।[୨]

ଚଳଚ୍ଚିତ୍ର ଜୀବନ

[ସମ୍ପାଦନା]

ସର୍ବସାକ୍ଷୀ ନାମକ ଏକ ମରାଠୀ ଚଳଚ୍ଚିତ୍ରରେ ସେ ପ୍ରଥମେ ସିନେମାଟୋଗ୍ରାଫି କରିଥିଲେ । ଏହି ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ସେ ୧୯୭୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ । ଏହାପରେ ୧୯୮୧ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର ଉଲ୍‌କାରେ ଅଭିନୟ କରିବା ସହ ଚିତ୍ରୋତ୍ତଳକ ଓ ସଙ୍ଗୀତକାର ଭାବରେ କାର୍ଯ୍ୟ କରିଥିଲେ । ସେ ୨୦ରୁ ଅଧିକ ଓଡ଼ିଆ, ହିନ୍ଦୀ, ଆସାମୀ, ମରାଠୀ ଓ ବଙ୍ଗଳା କଥାଚିତ୍ରରେ ସିନେମାଟୋଗ୍ରାଫର ବା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୬ ମସିହାର ଚଳଚ୍ଚିତ୍ର ଯୋର ଯା'ର ମୂଲକ ତାର ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ।[୫] ତାଙ୍କର ଶେଷ ଓଡ଼ିଆ ଚଳଚ୍ଚିତ୍ର ଥିଲା କୋଟିଏରେ ଗୋଟିଏ ମନ ।[୨]

ଚଳଚ୍ଚିତ୍ରରେ ଭୂମିକା

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷଭୂମିକା
ଜଗା ହାତରେ ପଘା୧୯୮୬ଚିତ୍ରୋତ୍ତଳକ
ଯୋର ଯା'ର ମୂଲକ ତାର୧୯୮୬ନିର୍ଦ୍ଦେଶକ, ଚିତ୍ରୋତ୍ତଳକ, କାହାଣୀ, ପଟ୍ଟଲେଖା
ସତ କେବେ ଲୁଚି ରହେନା୧୯୮୫ଚିତ୍ରୋତ୍ତଳକ
ଜନନୀ୧୯୮୪ଚିତ୍ରୋତ୍ତଳକ
ଉଲ୍‌କା୧୯୮୧ସଙ୍ଗୀତକାର, ଅଭିନେତା

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ମୃତ୍ୟୁ

[ସମ୍ପାଦନା]

୨୦୨୦ ନଭେମ୍ବର ୨ ତାରିଖରେ ରାଜୁ ମିଶ୍ରଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା ।[୯]

  1. ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
  2. 1 2 3 "ସିନେମା ଆକାଶରୁ ଖସିଗଲା ଉଲକା". No. ସମ୍ବାଦ ୦୩/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ନ ମିଡିଆ. pp. ୧, ୯. Archived from the original on 3 November 2020. Retrieved 3 November 2020.
  3. ↑ "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.[permanent dead link]
  4. ↑ Palit, Ashok. "24th Odisha State Film awards declared, Director Raju Mishra chosen for Jayadev Award". Odishadiary. Archived from the original on 12 January 2014. Retrieved 10 December 2013.
  5. ↑ ସିନେସମ୍ବାଦ ଜାନୁଆରୀ ୨୧-୨୭,୨୦୧୬ ପୃଷ୍ଠା ୧୫ ଜଣା-ଅଜଣା http://sambadepaper.com/Details.aspx?id=225781&boxid=14344822. Retrieved 21 January 2016. {{cite news}}: Missing or empty |title= (help)[permanent dead link]
  6. ↑ Singha, Minati. "No film award in 7 categories". Times of India. Retrieved 10 December 2013.
  7. ↑ "Raju Mishra presented FitFat Bioscope award". Indian Express. Archived from the original on 19 February 2014. Retrieved 10 December 2013.
  8. ↑ "ରାଜୁ ମିଶ୍ରଙ୍କୁ 'ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର'". No. ଧରିତ୍ରୀ ୧୦/୦୯/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ଧରିତ୍ରୀ. Archived from the original on 10 September 2020. Retrieved 10 September 2020.
  9. ↑ "Eminent Odia Film Director Raju Mishra Passes Away". www.odishatv.in. ଓଟିଭି. Archived from the original on 2 November 2020. Retrieved 2 November 2020.

ବାହାର ଆଧାର

[ସମ୍ପାଦନା]