Jump to content

ସୁଧାଂଶୁମାଳିନୀ ରାୟ

ଉଇକିପିଡ଼ିଆ‌ରୁ
ସୁଧାଂଶୁମାଳିନୀ ରାୟ
ବିଧାୟିକା: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀତ୍ରିଲୋଚନ କାନୁନ୍‌ଗୋ
ପର ଅଧିକାରୀପଞ୍ଚାନନ କାନୁନ୍‌ଗୋ
ନିର୍ବାଚନ ମଣ୍ଡଳୀଗୋବିନ୍ଦପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1925-06-15)୧୫ ଜୁନ ୧୯୨୫
ମୃତ୍ୟୁ୧୯ ମାର୍ଚ୍ଚ ୨୦୦୮(2008-03-19) (ବୟସ ୮୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଏସ୍. କେ. ରାୟ
ସନ୍ତାନ୧ ପୁଅ ଓ ୧ ଝିଅ
ବାପା/ବୋଉଲାଲ ମୋହନ ପଟ୍ଟନାୟକ (ବାପା)
ସମ୍ପର୍କୀୟପ୍ରଣବ ପଟ୍ଟନାୟକ (ଭାଇ)
ବୃତ୍ତିରାଜନୀତିଜ୍ଞ

ସୁଧାଂଶୁମାଳିନୀ ରାୟ (୧୫ ଜୁନ ୧୯୨୫ - ୧୯ ମାର୍ଚ୍ଚ ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସୁଧାଂଶୁମାଳିନୀ ଓଡ଼ିଶା ବିଧାନ ସଭାର ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ନିର୍ବାଚିତ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ସୁଧାଂଶୁ ମାଳିନୀ ଦେବୀ ରାଜନୀତି ଛଡ଼ା ସାହିତ୍ୟରେ ମଧ୍ୟ ରୁଚି ରଖିଥିଲେ । ସେ କିଛି କବିତାର ରଚନା କରିଥିଲେ ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ କିଛି ନିବନ୍ଧ ରଚନା କରିଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ସୁଧାଂଶୁ ମାଳିନୀ ରାୟ ୧୯୨୫ ମସିହାର ଜୁନ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ଥିଲା ଲାଲ ମୋହନ ପଟ୍ଟନାୟକ । ସେ କଳାରେ ସ୍ନାତକ କରିଥିଲେ । ସୁଧାଂଶୁମାଳିନୀ ଏସ୍. କେ. ରାୟଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ । ତାଙ୍କ ପତି ଶ୍ରୀଯୁକ୍ତ ରାୟ ଜଣେ ବ୍ରିଗେଡିଅର୍ ଥିଲେ । ତାଙ୍କ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ରାଜନେତା ଭାବରେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ବାଚସ୍ପତି ଭାବରେ କାମ କରିଥିଲେ । ତାଙ୍କ ଭାଇ ପ୍ରଣବ ପଟ୍ଟନାୟକ ଜଣେ ଓଡ଼ିଆ କଣ୍ଠଶିଳ୍ପୀ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ସୁଧାଂଶୁ ମାଳିନୀ ରାୟ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ ।

୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][][] ସୁଧାଂଶୁ ମାଳିନୀ ଏହି ବିଧାନ ସଭାରେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ବିଧାୟିକା ଭାବରେ ୧୯୭୪ ମସିହାରୁ ୧୯୯୭୭ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।

୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଭିନ୍ନ ଦଳରୁ ସମୁଦାୟ ୧୫ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିଲେ ।[] ସେମାନଙ୍କ ମଧ୍ୟରୁ କିନ୍ତୁ ମାତ୍ର ୪ ଜଣ ବିଜୟୀ ହୋଇଥିଲେ ।[] ଏହି ଚାରି ଜଣ ବିଜୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ସୁଧାଂଶୁ ମାଳିନୀ ରାୟ ଥିଲେ ଏବଂ ବିଜୟୀ ଅନ୍ୟ ପ୍ରାର୍ଥୀମାନେ ହେଲେ ନନ୍ଦିନୀ ଶତପଥୀ, ଶୈରିନ୍ଦ୍ରୀ ନାୟକଭି.ସୁଜ୍ଞାନୀ କୁମାରୀ ଦେଓ[]

ଅନ୍ୟାନ୍ୟ କାର୍ଯ୍ୟ

[ସମ୍ପାଦନା]

ସୁଧାଂଶୁ ମାଳିନୀ ରାୟ କିଛି କବିତା ରଚନା କରିଥିଲେ । ଏଥି ସହ ବିଭିନ୍ନ ପ୍ରସଙ୍ଗ ଉପରେ ସେ କିଛି ନିବନ୍ଧ ତଥା ସ୍ତମ୍ଭମାନ ରଚନା କରିଥିଲେ ।[] ସେ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ର ଚେୟାରମେନ୍ ଭାବରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

[ସମ୍ପାଦନା]

ସୁଧାଂଶୁ ମାଳିନୀ ରାୟ ୨୦୦୮ ମସିହାର ମାର୍ଚ୍ଚ ମାସ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[] ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ୨୦୦୮ ମସିହାର ମାର୍ଚ୍ଚ ମାସ ୨୪ ତାରିଖ ଦିନ ବିଧାନ ସଭା ଗୃହରେ ଶୋକ ସଭାର ଆୟୋଜନ କରାଯାଇଥିଲା ।[]

  1. ୧.୦ ୧.୧ ୧.୨ "Late Sudhansumalini Ray". odishaassembly.nic.in. Odisha Assembly. Retrieved 16 March 2019.
  2. "MLA Sudhansumalini Ray Profile | GOBINDPUR Constituency". www.odishahelpline.com. Retrieved 2019-03-16.
  3. "'A singer must never allow success to go to his head'". The Times of India. 2015-04-24. ISSN 0971-8257. Retrieved 2023-09-04.
  4. "Orissa Assembly Election Results in 1974". www.elections.in. Retrieved 2019-03-16.
  5. "Sudhansu Malini Ray, Gobindpur Assembly Elections 1974 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". Latestly (in ଇଂରାଜୀ). Retrieved 2019-03-16.
  6. "Sudhansu Malini Ray winner in Gobindpur, Odisha Assembly Elections 1974: LIVE Results & Latest News: Election Dates, Polling Schedule, Election Results & Live Election Updates". Latestly (in ଇଂରାଜୀ). Retrieved 2019-03-16.
  7. ୭.୦ ୭.୧ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୧୯୭. Retrieved 10 March 2019.
  8. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୧୯୮. Retrieved 10 March 2019.
  9. "MLA Sudhansumalini Ray Profile | GOBINDPUR Constituency". naveenpatnaik.com. Retrieved 2019-03-16.[permanent dead link]