ଚିହ୍ନା ଅଚିହ୍ନା
ଦେଖଣା
| ଚିହ୍ନା ଅଚିହ୍ନା | |
|---|---|
| ନିର୍ଦ୍ଦେଶକ | କୁମାର ଆନନ୍ଦ |
| ଚିତ୍ରନାଟ୍ୟ | ବିନୋଦ ନନ୍ଦ |
| କାହାଣୀ | ବିନୋଦ ନନ୍ଦ, ସୁରେଶ ମିଶ୍ର |
| କଳାକାର | ଉତ୍ତମ ମହାନ୍ତି ସୁଜାତା ଆନନ୍ଦ ମହାଶ୍ୱେତା ରାୟ ନିହାରିକା ସାହୁ |
| ସଙ୍ଗୀତ | ବାସୁଦେବ ରଥ |
| ଚିତ୍ରଗ୍ରହଣ | ବାବୁ ରାଓ |
ମୁକ୍ତିଲାଭ ତାରିଖ | ୧୩ ଡିସେମ୍ବର ୧୯୭୯ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ଚିହ୍ନା ଅଚିହ୍ନା ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ବିନୋଦ ନନ୍ଦ ଓ ସୁରେଶ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । କୁମାର ଆନନ୍ଦ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହା ଥିଲା ତାଙ୍କ ନିର୍ଦ୍ଦେଶିତ ପ୍ରଥମ କଥାଚିତ୍ର ।
ଉତ୍ତମ ମହାନ୍ତି, ମହାଶ୍ୱେତା ରାୟ, ସୁଜାତା ଆନନ୍ଦ, କାଶି ରଥ, ନିହାରିକା ସାହୁ, ସୁକାନ୍ତ ଖୁଣ୍ଟିଆ, ଅସୀତ ପତି, ନିରଞ୍ଜନ ବେହେରା, ରୁକ୍ମଣୀ, ମାମିନା, ପିତାମ୍ବର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତା ଅସୀତ ପତି ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି
- ମହାଶ୍ୱେତା ରାୟ
- ସୁଜାତା ଆନନ୍ଦ
- କାଶି ରଥ
- ନିହାରିକା ସାହୁ
- ଅସୀତ ପତି
- ସୁକାନ୍ତ ଖୁଣ୍ଟିଆ
- ମାମିନା
ଗୀତ
[ସମ୍ପାଦନା]ଗୀତିକାର: ନାରାୟଣ ପ୍ରସାଦ ସିଂହ, ସୁରେନ୍ଦ୍ର ବିଦ୍ୟାଧର, ଦିନବନ୍ଧୁ ରଥ, ବିନୋଦ ନନ୍ଦ
- ଝୁମକା ଟିକେ ତୁତ ହଲେଇ ଦେ
- ଚାନ୍ଦ ନା ତୁମେ ତାରା
- ଛଇ ଛବେଲି ରଙ୍ଗ ରଙ୍ଗେଲି
- ମାଝିରେ
- ଜଗତର ନାଥ
ପୁରସ୍କାର
[ସମ୍ପାଦନା]ଏହି କଥାଚିତ୍ର ତିନିଟି ବିଭାଗରେ (ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତ୍ରୀ ଓ ଶ୍ରେଷ୍ଠ କାହାଣୀ) ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ତିନିଟି ଭିନ୍ନ ଭିନ୍ନ ରୂପରେ ଆସୁଛନ୍ତି ଓଲିଉଡର ଏହି ନାମୀ ଅଭିନେତା , ଜାଣନ୍ତୁ ଏମିତି କାହିଁକି ଘଟିଛି | Sambad". Sambad (in Odia). ଓଡ଼ିଶା. 18 September 2018. Archived from the original on 19 September 2018. Retrieved 19 September 2018.
{{cite news}}: no-break space character in|title=at position 88 (help)CS1 maint: unrecognized language (link) - ↑ "ଚିହ୍ନା ଅଚିହ୍ନା". ନିତିଦିନ 'ନଜର୍'. Retrieved 7 May 2017.[permanent dead link]
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚିହ୍ନା ଅଚିହ୍ନା