ଅରୁଣ ସ୍ତମ୍ଭ
ଅରୁଣ ସ୍ତମ୍ଭ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ |
ଦେବାଦେବୀ | ଅରୁଣ |
Location | |
ସ୍ଥାନ | ଜଗନ୍ନାଥ ମନ୍ଦିର, ପୁରୀ, ଓଡ଼ିଶା |
ଭୌଗଳିକ ଅବସ୍ଥିତି | 19°48′18″N 85°49′04″E / 19.8050°N 85.8179°E |
Architecture | |
ପ୍ରତିଷ୍ଠାତା | ଦିବ୍ୟସିଂହ ଦେବ - ଦ୍ୱିତୀୟ |
Specifications | |
ଉଚ୍ଚତା (ସର୍ବୋଚ୍ଚ) | 34 ft (10 m) |
ଉପାଦାନ | କଳା ମୁଗୁନି ପଥର |
ଅରୁଣ ସ୍ତମ୍ଭ (ସୂର୍ଯ୍ୟ ସ୍ତମ୍ଭ)[୧][୨] ଏକ ଷୋହଳ ପାର୍ଶ୍ୱ ବିଶିଷ୍ଟ ୩୪ ଫୁଟ (୧୦ ମିଟର) ଉଚ୍ଚ ଗୋଟା କଳା ମୁଗୁନି ପଥର ସ୍ତମ୍ଭ ଅଟେ, ଯାହାର ଶୀର୍ଷରେ ଅରୁଣଙ୍କର (ସୂର୍ଯ୍ୟଙ୍କ ସାରଥୀ) ମୂର୍ତ୍ତି ରହିଛି । ଏହା ପୁରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର (ପୂର୍ବପଟ ଦ୍ୱାର)ଠାରୁ ପ୍ରାୟ ୨୦ ଫୁଟ (୬.୧ ମିଟର) ଦୂରରେ ଅବସ୍ଥିତ ।[୩] ସ୍ତମ୍ଭରେ ସାମରିକ ଦୃଶ୍ୟ ଏବଂ ଅନ୍ୟାନ୍ୟ ଆକୃତିରେ ଖୋଦିତ ଏକ ଭବ୍ୟ ମୂଳଦୁଆ ରହିଛି । ଏହାର କ୍ୟାପିଟାଲକୁ ପଦ୍ମ ପାଖୁଡ଼ିର ଏକ ଶୃଙ୍ଖଳାଦ୍ୱାରା ଅଳଙ୍କୃତ କରାଯାଇଛି । ସ୍ତମ୍ଭ ଉପରେ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରିବା ମୁଦ୍ରାରେ ଅରୁଣଙ୍କ ମୂର୍ତ୍ତି ରହିଛି । ସ୍ତମ୍ଭଟି ପ୍ରାୟ ୩୪ ଫୁଟ (୧୦.୫ ମିଟର) ଉଚ୍ଚତାରେ ରହିଛି ।[୪]
କିମ୍ବଦନ୍ତୀ
[ସମ୍ପାଦନା]ଜଗନ୍ନାଥ ମନ୍ଦିରର ଇତିହାସ ମାଦଳ ପାଞ୍ଜି ହିସାବରେ, ଭୋଇ ରାଜା ଦିବ୍ୟସିଂହ ଦେବ ଦ୍ୱିତୀୟଙ୍କ ଶାସନ କାଳରେ କୋଣାର୍କ (ସୂର୍ଯ୍ୟ ମନ୍ଦିର)ରୁ ମରାଠା ଗୁରୁ 'ବ୍ରହ୍ମଚାରୀ ଗୋସାଇଁ' ଅରୁଣ ସ୍ତମ୍ଭକୁ ଆଣି ସିଂହଦ୍ୱାର ସମ୍ମୁଖରେ ସ୍ଥାପନ କରିଥିଲେ ।[୫] ୧୮୧୫ ମସିହା ଅପ୍ରେଲ ୨୬ ତାରିଖରେ କଲିନ୍ ମାକେଞ୍ଜିଙ୍କ କଳାକାରମାନେ ପୁରୀ ସ୍ତମ୍ଭର ଏକ ରେଖାଚିତ୍ର ପ୍ରସ୍ତୁତ କରିଥିଲେ । ଅଷ୍ଟାଦଶ ଶତାବ୍ଦୀର ଶେଷ ତ୍ରୈମାସରେ କୋଣାର୍କରୁ ପୁରୀକୁ ଏହି ସ୍ତମ୍ଭ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । କୋଣାର୍କ ମନ୍ଦିରର ମୂଳ ମନ୍ଦିର ଧ୍ୱଂସ ପରେ ସେଠାରେ କୌଣସି ଦେବାଦେବୀଙ୍କୁ ପୂଜାକରାଯାଉ ନାହିଁ । ବୈଦିକ କାଳରୁ ସୂର୍ଯ୍ୟଙ୍କୁ ବିଷ୍ଣୁଙ୍କ ସହ ସମାନ ବୋଲି ଗ୍ରହଣ କରାଯାଏ । ତେଣୁ ପୁରୀର ବିଷ୍ଣୁ-ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ରଖିବା ଯଥେଷ୍ଟ ଉପଯୁକ୍ତ ଥିଲା।[୬]
ଅପରପକ୍ଷରେ ଆଉ କେତେକଙ୍କ ମତରେ ପ୍ରଥମ ନରସିଂହ ଦେବ ୧୩୦୦ ଖ୍ରୀଷ୍ଟାବ୍ଦରେ ଏହାକୁ ଶ୍ରୀମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ ।[୭]
ଗ୍ୟାଲେରୀ
[ସମ୍ପାଦନା]-
ଅରୁଣ ସ୍ତମ୍ଭର ମୂଳର ଏକ ପୁରାତନ ଛବି
-
ଶ୍ରୀମନ୍ଦିର ସମ୍ମୁଖରେ ଅବସ୍ଥିତ ଅରୁଣ ସ୍ତମ୍ଭର ଏକ ପୁରାତନ ଛବି
-
ସମ୍ପୂର୍ଣ୍ଣ ଅରୁଣ ସ୍ତମ୍ଭର ଏକ ଛବି
-
ଅରୁଣ ସ୍ତମ୍ଭର ମୂଳରେ ହୋଇଥିବା କଳାକୃତ୍ତି
ଆଧାର
[ସମ୍ପାଦନା]- ↑ Bonding with the Lord: Jagannath, Popular Culture and Community Formation (in ଇଂରାଜୀ). Bloomsbury Publishing. 2019-11-18. ISBN 978-93-88414-53-1.
- ↑ Behera, Karuna Sagar (1996). Konarak: Religion, history, and architecture (in ଇଂରାଜୀ). Aryan Books International. ISBN 978-81-7305-074-9.
- ↑ Das, J. P. (1994). Diurnal Rites and Other Poems (in ଇଂରାଜୀ). Sahitya Akademi. ISBN 978-81-7201-533-6.
- ↑ Manti, J. C. (2014-08-22). The Saga of Jagannatha and Badadeula at Puri (: Story of Lord Jagannatha and his Temple) (in ଇଂରାଜୀ). Vij Books India Pvt Ltd. ISBN 978-93-82652-45-8.
- ↑ Das, Suryanarayan (2010). Lord Jagannath (in ଇଂରାଜୀ). Sanbun Publishers. ISBN 978-93-80213-22-4.
- ↑ Behera, Karuna Sagar (2005). KONARK - THE BLACK PAGODA (in ଇଂରାଜୀ). Publications Division Ministry of Information & Broadcasting. ISBN 978-81-230-2997-9.
- ↑ "ଜ୍ୟୋତିର ପ୍ରତୀକ 'ଅରୁଣ ସ୍ତମ୍ଭ'; ଜାଣନ୍ତୁ କ'ଣ ରହିଛି ପୌରାଣିକ କଥାବସ୍ତୁ". Odisha Sambad (in ଆମେରିକୀୟ ଇଂରାଜୀ). 2019-12-24. Retrieved 2023-06-20.