ମନ ଆକାଶ

ଉଇକିପିଡ଼ିଆ‌ରୁ
ମନ ଆକାଶ
ମନ ଆକାଶ ଚଳଚ୍ଚିତ୍ର ପୋଷ୍ଟର
ନିର୍ଦ୍ଦେଶକନିତାଇ ପାଲିତ
ପ୍ରଯୋଜକରାହାସ ବିହାରୀ ମିଶ୍ର
କଳାକାରପ୍ରଶାନ୍ତ ନନ୍ଦ, ତ୍ରିପୁରା ମିଶ୍ର, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ
ସଙ୍ଗୀତଉପେନ୍ଦ୍ର କୁମାର
ଚିତ୍ରଗ୍ରହଣକୃଷ୍ଣ ଚକ୍ରବର୍ତ୍ତୀ
ମୁକ୍ତିଲାଭ ତାରିଖ
୧୮ ଅକ୍ଟୋବର ୧୯୭୪
ଦେଶ ଭାରତ
ଭାଷାଓଡ଼ିଆ

ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ଆଇଡିଆଲ ପ୍ରଡକ୍ସନ ଦ୍ୱ୍ଆରା ନିର୍ମିତ ଓଡ଼ିଆ କଥାଚିତ୍ର ମନ ଆକାଶ ୧୯୭୪ ମସିହାରେ ମୁକ୍ତିଲାଭ କରିଥିଲା । ନାଟ୍ୟକାର ବସନ୍ତ କୁମାର ମହାପାତ୍ରଙ୍କ ପ୍ରଥମ ନାଟକ 'ଝରାବଉଳ' ଅବଲମ୍ବନରେ ଏହା ତିଆରି ହେଇଥିଲା । ସମ୍ବଲପୁରର ରାହସ ବିହରୀ ମିଶ୍ର ଏହାର ପ୍ରଯୋଜନା କରିଥିବା ବେଳେ ତାଙ୍କ ପୁତ୍ର ଶାନ୍ତିସ୍ୱରୂପ ମିଶ୍ର ଏଥିରେ ଅନ୍ୟତମ ନାୟକ ଭୂମିକାରେ ଅଭିନୟ କରିଥିଲେ । କଟକ, ଦୈତାରୀ ପ୍ରଭୃତି ବିଭିନ୍ନ ସ୍ଥାନରେ ଏହାର ବହିର୍ଦୃଶ୍ୟ ଓ କୋଲକାତାର ଇନ୍ଦ୍ରପୁରୀ ଷ୍ଟୁଡିଓରେ ଆନ୍ତ ଦୃଶ୍ୟର ଶୁଟିଂ କରାଯାଇଥିଲା | [୧]

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ମନ ଆକାଶ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ପରଦା ପଛରେ[ସମ୍ପାଦନା]

ସେ ସମୟରେ ମାନ୍ଦ୍ରାଜରେ ଅବସ୍ଥାନ କରୁଥିବା ଉପେନ୍ଦ୍ର କୁମାର ଏହାର ସଂଗୀତ ସଂଯୋଜନା କରି ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ | ମାନ୍ଦ୍ରାଜର ଜେମିନୀ ଶ୍ଟୁଡ଼ିଓରେ ଏହାର ଗୀତ ରେକର୍ଡ଼ିଙ୍ଗ କରାଯାଇଥିଲା ‌|

  • ଚୋରା ଚୋରା ପ୍ରୀତି ଆସ ସାଥୀ
  • ମୋର କନିଆଁ ସୁନାପାନିଆଁ
  • ଏ ବନ ଝରଣା ନାଚି ନାଚି ଯାଅନା
  • ମନେ ମନେ ଭାବୁ ତୁ ଭାରି ସୁନ୍ଦର


  • ଗୀତିକାର: ନାରାୟଣ ପ୍ରସାଦ ସିଂହ, ଗୁରୁକୃଷ୍ଣ ଗୋସ୍ୱାମୀ, ଶିବବ୍ରତ ଦାସ ଓ ରାହାସ ବିହାରୀ ମିଶ୍ର
  • ଗାୟକ: ଭିକାରୀ ବଳ, ମହମ୍ମଦ ସିକନ୍ଦର ଆଲାମ, ଚିତ୍ତରଞ୍ଜନ ଜେନା, ମୋହିନୀ ମୋହନ ରଥ, ପୁଣ୍ୟପ୍ରଭା ବହିଦାର, ଏସ. ଜାନକୀ ଓ ଏସ. ଜି. ଗୀତା
  • ନୃତ୍ୟ ନିର୍ଦ୍ଦେଶନା: ଗୁରୁ ଗୋପୀକୃଷ୍ଣ ବେହେରା
  • କଳା ନିର୍ଦ୍ଦେଶନା: ବଟୁ ସେନ ଓ ଗୋପୀ ସେନ
  • ମୁଖ୍ୟ ବ୍ୟବସ୍ଥାପକ: ଧୀର ବିଶ୍ୱାଳ

ଆଧାର[ସମ୍ପାଦନା]

  1. "ମନ ଆକାଶ". ପ୍ରମେୟ ରବିବାର. ୩-୯ ଅଗଷ୍ଟ ୨୦୧୪. pp. ୯. {{cite news}}: |access-date= requires |url= (help); Check date values in: |date= (help)

ଅଧିକ ତଥ୍ୟ[ସମ୍ପାଦନା]